ପ୍ରଦୂଷଣରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ, ଫେଣମୟ ଯମୁନା ପାଣି - toxic foam in Yamuna river
🎬 Watch Now: Feature Video

ନୂଆଦିଲ୍ଲୀ:ପରିସ୍ଥିତି ଦିନକୁ ଦିନ ସାଙ୍ଘାତିକ ହେବାକୁ ବସିଲାଣି । ପ୍ରଦୂଷଣକୁ ନେଇ ସର୍ବଦା ଚର୍ଚ୍ଚାରେ ଥିବା ରାଜଧାନୀ ଦିଲ୍ଲୀ ଏବେ ଭୟଙ୍କର ସ୍ଥିତି ଦେଇ ଗତି କରୁଛି । ତେବେ ଯମୁନା ନଦୀରେ ଭାସୁଛି ମୋଟା ଆସ୍ତରଣର ଫେଣ । ଯାହାକୁ ଦେଖି ପ୍ରଦୂଷଣର ଭୟାବହତା ବିଷୟରେ ଅନ୍ଦାଜ ଲଗାଇ ହେଉଥିବା ବେଳେ ଏହା ଦିଲ୍ଲୀର ମାତ୍ରାଧିକ ବାୟୁ ପ୍ରଦୂଷଣକୁ ଇଙ୍ଗିତ କରୁଛି । ବର୍ତ୍ତମାନ ସମୟରେ ଯମୁନା ନଦୀର ପାଣି ବିଷାକ୍ତ ଫେଣରେ ଭର୍ତ୍ତି ହୋଇଯାଇଛି ଏହାକୁ ନେଇ ଚିନ୍ତାରେ ପରିବେଶବିତ୍ତ ।