URBAN RESULT: ବାଲେଶ୍ବରରେ ବିଜୟୀ ମନାଇଲେ ଖୁସି, ପରାଜିତଙ୍କ ଆତ୍ମସମୀକ୍ଷା - ବାଲେଶ୍ବରରେ ପୌର ନିର୍ବାଚନ
🎬 Watch Now: Feature Video
ବାଲେଶ୍ବର: ଦୁଇଟି NAC ଓ ୩ଟି ମ୍ୟୁନସିପାଲିଟିରେ ସରିଛି ଭୋଟ ଗଣତି। ବାଲେଶ୍ଵର ମ୍ୟୁନସିପାଲିଟିର ଅଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥୀ ସବିତା ସାହୁ 3852 ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି 31 ଟି ୱାର୍ଡ ମଧ୍ୟରୁ ବିଜେଡି 17ଟି ହାତେଇଥିବା ବେଳେ ଗୋଟିଏ ୱାର୍ଡର କାଉନସିଲର ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଥିଲେ। ବିଜେପି 9ଟି ୱାର୍ଡ ହାତେଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ 5ଟି ସ୍ଥାନରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ କଂଗ୍ରେସ କୌଣସି ୱାର୍ଡରେ ଖାତା ଖୋଲି ପାରିନାହିଁ । ସେହିପରି ସୋର ମ୍ୟୁନିସିପାଲିଟିର 19 ଟି ୱାର୍ଡ ମଧ୍ୟରୁ 12 ଟି ବିଜେପି, 4 ଟି ବିଜେଡି ଓ 3ଟି କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ପୌରାଧ୍ୟକ୍ଷ ଭାବେ ବିଜେପିରୁ ମାଧବ ଧଡ଼ା 3837 ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଜଳେଶ୍ବର ମ୍ୟୁନିସିପାଲିଟିର 17ଟି ୱାର୍ଡ ମଧ୍ୟରୁ ବିଜେଡି 12, ବିଜେପି 4, କଂଗ୍ରେସ 1 ୱାର୍ଡ ଦଖଲ କରିଛି । ପୌରାଧ୍ୟକ୍ଷ ଭାବେ ବିଜେଡିର ପ୍ରତିପ ପ୍ରଧାନ 2199 ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ନୀଳଗିରି NACର 13ଟି ୱାର୍ଡ ମଧ୍ୟରୁ ବିଜେଡି 8, ବିଜେପି 3, କଂଗ୍ରେସ 1, ସ୍ବାଧୀନ 1 ୱାର୍ଡ ଦଖଲ କରିଛି । ଅଧ୍ୟକ୍ଷ ଭାବେ ବିଜେଡି ପ୍ରାର୍ଥୀ ଅମ୍ବିକା ଦାସ 35 ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ରେମୁଣା NACର 13 ୱାର୍ଡ ମଧ୍ୟରୁ ବିଜେଡି 10, ବିଜେପି 3 ୱାର୍ଡ ଦଖଲ କରିଥିବା ବେଳେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ତନୁଯା ଗିରି 3714 ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST