thumbnail

Last phase Vote Counting: ପୁରୀ ଓ ନୟାଗଡ଼ରେ ଚାଲିଛି ଭୋଟ ଗଣତି

By

Published : Feb 28, 2022, 12:21 PM IST

Updated : Feb 3, 2023, 8:18 PM IST

ପୁରୀ/ନୟାଗଡ଼: ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ଦିବସ ଭୋଟ ଗଣତି । ପୁରୀ ଜିଲ୍ଲାର 11 ଟି ବ୍ଳକରେ ଚାଲିଛି ତୃତୀୟ ପର୍ଯ୍ୟାୟ ଭୋଟ ଗଣତି । ଜିଲ୍ଲାର ମୋଟ 33 ଟି ଜିଲ୍ଲା ପରିଷଦ ଆସନ ଥିବା ବେଳେ ଆଜି ସକାଳ ସୁଦ୍ଧା 22ଟି ଆସନରେ ଫଳାଫଳ ଆସିଛି। ବିଜେଡି 21 ଓ ବିଜେପି ଗୋଟିଏ ଆସନରେ ବାଜିମାତ ମାରିଛି । ତୃତୀୟ ପର୍ଯ୍ୟାୟ ଗଣତିରେ 11 ଟି ଜିଲ୍ଲା ପରିଷଦ ଆସନରେ ବିଜେଡି ଆଗୁଆ ରହିଛି । ଟ୍ରେଣ୍ଡ ଦେଖିଲେ ପୁରୀ ଜିଲ୍ଲାରେ ବିଜେଡି଼ ବିପୁଳ ଜନମତ ଦିଗରେ ଆଗଉଛି । ଚଳିତ ଥର ଜିଲ୍ଲା ପରିଷଦକୁ ବିଜେଡି଼ ନିଜ କବଜାକୁ ନେବା ଏକ ପ୍ରକାର ସ୍ପଷ୍ଟ ହେବାରେ ଲାଗିଛି । ଗତ 2017 ନିର୍ବାଚନରେ 33 ଟିରୁ ବିଜେଡି଼ 31, ବିଜେପି 1 ଓ ସ୍ଵାଧୀନ ପ୍ରାର୍ଥୀ ଗୋଟିଏ ଜିତିଥିଲେ । ସେହିପରି ନୟାଗଡ଼ରେ 9 ଜିଲ୍ଲା ପରିଷଦ ଜୋନ ପାଇଁ ଚାଲିଛି ଗଣତିର ତୃତୀୟ ଦିନ । ପ୍ରଥମ ରାଉଣ୍ଡ ସୁଦ୍ଧା ନୟାଗଡ଼ ଜୋନ ନଂ 14 ର ବିଜେଡ଼ି ପ୍ରାର୍ଥୀ ଆଶିଷ ଅଗ୍ରୱାଲ ଆଗରେ ରହିଥିବା ବେଳେ ଜୋନ ନଂ 15ର ସରୋଜ ରଣସିଂ (ବିଜେଡି), ଖଣ୍ଡପଡା ଜୋନ ନଂ 7-ବିଷ୍ନୁପ୍ରିୟା ବେହେରା (ବିଜେଡି), ଭାପୁର ଜୋନ ନଂ 20ର ବିଜୟ କୁମାର ସାମନ୍ତରାୟ (ବିଜେଡି), ଓଡଗାଁ ଜୋନ ନଂ 3ର ଚିନ୍ମୟୀ ଦାଶ (ବିଜେଡି), ଓଡଗାଁ ଜୋନ -4ର ସଂଯୁକ୍ତା ପଢ଼ିଆରୀ (ବିଜେଡି), ଦଶପଲ୍ଲା ଜୋନ ନଂ 11ର ବସନ୍ତ କୁମାର ପ୍ରଧାନ (ବିଜେଡି), ଜୋନ ନଂ 23ର (ଗୋପାଳପୁର ରଣପୁର ବ୍ଲକ ) ବିଜେପି ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ତରାଇ ଆଗରେ ଜୋନ ନଂ 24ର ଚାନ୍ଦପୁର ରଣପୁର ବ୍ଲକ ବିଜେଡି ପ୍ରାର୍ଥୀ ଜ୍ୟୋଷ୍ଣାମୟୀ ଦାଶ ଆଗରେ ରହିଛନ୍ତି । ତେବେ ପୁରୀ ଓ ନୟାଗଡ଼ରେ କିଭଳି ତୃତୀୟ ପର୍ଯ୍ୟାୟ ଗଣତି ଚାଲିଛି ସେ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ପୁରୀ ପ୍ରତିନିଧି ଶକ୍ତି ପ୍ରସାଦ ମିଶ୍ର ଓ ନୟାଗଡ଼ ପ୍ରତିନିଧି ଜୟେନ୍ଦ୍ର ବେହେରା ।
Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.