ETV Bharat / state

ଚାଷୀଙ୍କୁ ମିଳିଲା ପିଏମ-କିଷାନ ୧୮ତମ କିସ୍ତି, ପୂର୍ବ ସରକାରଙ୍କୁ ଏଭଳି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - 18th Installment Of PM KISAN - 18TH INSTALLMENT OF PM KISAN

ଚାଷୀଙ୍କୁ ମିଳିଛି ପିଏମ୍‌-କିଷାନ ଯୋଜନାର ୧୮ତମ କିସ୍ତି । ଲୋକସଭା ଭବନରେ ଅର୍ଥରାଶି ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

PM KISAN
PM KISAN (@MohanMOdisha)
author img

By ETV Bharat Odisha Team

Published : Oct 5, 2024, 8:56 PM IST

Updated : Oct 5, 2024, 10:19 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍‌-କିଷାନ ଯୋଜନାର ୧୮ତମ କିସ୍ତି ବାବଦରେ ୨୦ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ଦେଶର ୯.୪ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨,୦୦୦ ଟଙ୍କା ଲେଖାଏ ମିଳିଛି । ମହାରାଷ୍ଟ୍ରର ଓ୍ବାଶିମ୍‌ଠାରେ ଏକ କାର୍ୟ୍ୟକ୍ରମରେ ଏହି ଅର୍ଥ ରାଶି ଡିବିଟି ଜରିଆରେ ପଠାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଲୋକସଭା ଭବନରେ ପିଏମ କିଷାନର ୧୮ତମ କିସ୍ତି ପ୍ରଦାନ କରାଯାଇଛି । ମୁଖମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅର୍ଥରାଶି ପ୍ରଦାନ କରାଯାଇଛି । ଏହି ଅବସରରେ ପୂର୍ବ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କୃଷକମାନଙ୍କ ବିକାଶ ପାଇଁ ଚେଷ୍ଠା କରୁଛନ୍ତି ସରକାର:

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଅଭିଭାଷଣରେ କହିଛନ୍ତି, "ଦେଶରେ ୯ କୋଟିରୁ ଊର୍ଦ୍ଧ୍ୱ ଚାଷୀ ଏହି ଯୋଜନାରେ ଉପକୃତ ହୋଇଛନ୍ତି । ଏହି ଯୋଜନା ହେଉଛି କୃଷକ କଲ୍ୟାଣକାରୀ ଏବଂ ବିକାଶକାରୀ ଯୋଜନା । ରାଜ୍ୟରେ ମଧ୍ୟ ପିଏମ କିଷାନରେ ୬ ହଜାର ଏବଂ ସିଏମ କିଷାନ ମାଧ୍ୟମରେ ୪ ହଜାର ଅର୍ଥରାଶି ଚାଷୀମାନଙ୍କୁ ପ୍ରଧାନ କରାଯାଇଛି । ରାଜ୍ୟରେ ପିଏମ କିଷାନ ମାଧ୍ୟମରେ ୩୧ ଲକ୍ଷ ୫୧ ହଜାରରୁ ଅଧିକ ଚାଷୀଙ୍କୁ ସାମିଲ କରାଯାଇଛି । ରାଜ୍ୟ ସରକାର କୃଷକମାନଙ୍କ ବିକାଶ ପାଇଁ ଚେଷ୍ଠା କରୁଛନ୍ତି ।"

PM KISAN (@MohanMOdisha)

ପୂର୍ବ ସରକାରଙ୍କୁ ମୋହନଙ୍କ ଟାର୍ଗେଟ:
ପୂର୍ବ ସରକାର ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦେବ ବୋଲି ପ୍ରତିଶୃତି ଦେଇଥିଲା ହେଲେ ୧୩ ବର୍ଷ ହେବ ଚାଷୀମାନେ ୧୦୦ ଟଙ୍କା ବୋନସ ପାଇବା ପାଇଁ ଅପେକ୍ଷା କରିଥିଲେ । କିନ୍ତୁ ପୂର୍ବ ସରକାର ୧ ଟଙ୍କା ମଧ୍ୟ୍ୟ ବୃଦ୍ଧି କରିପାରିଲେ ନାହିଁ । କିନ୍ତୁ ଆମ ସରକାର କୁଇଣ୍ଟାଲ ପିଛା ୩୧୦୦ ଟଙ୍କା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଯେଉଁଦିନ ଆମେ ରାଜ୍ୟରେ ସରକାରକୁ ଆସିଲୁ ତାପରେ ହିଁ କ୍ୟାବିନେଟରେ ଏ ବାବଦରେ ନିଷ୍ପତି ନେଇଥିଲୁ । ଏହି କାଯ୍ୟ ଆରମ୍ଭ ହୋଇଗଲାଣି । ଆମେ ଚାଷୀମାନଙ୍କୁ ଏବେ ଅଧିକ ୮୦୦ ଟଙ୍କା ପ୍ରଦାନ କରିବାକୁ ଯାଉଛୁ । ଏହାସହ ରାଜ୍ୟରେ ଅତ୍ୟାଧୁନିକ ମଣ୍ଡି ନିର୍ମାଣ କରିବାକୁ ମଧ୍ୟ ଯୋଜନା ପ୍ରସ୍ତୁତ ହେଉଛି ।

PM KISAN
PM KISAN (@MohanMOdisha)

ସବୁ ବ୍ଲକରେ ମଧ୍ୟ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ:

ପୂର୍ବ ସରକାର ୨୪ ବର୍ଷ ଶାସନ କାଳରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିପାରିଲେ ନାହିଁ । କିନ୍ତୁ ଆମେ ବଜେଟରେ ଶୀତଳ ଭଣ୍ଡାର ପାଇଁ ଅର୍ଥ ଦେଇଛୁ । ଆଗକୁ ରାଜ୍ଯରେ ସବୁ ସବଡିଭିଜନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ । ପରେ ସବୁ ବ୍ଲକରେ ମଧ୍ୟ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାସହ ଚାଷର ବିକାଶ ପାଇଁ ଜଳସେଚନର ଆବଶ୍ୟକତା ଯଥେଷ୍ଟ ଅଧିକ । ସେଥିପାଇଁ ମଧ୍ୟ ରାଜ୍ୟ ସରକାର ବଜେଟରେ ଅର୍ଥ ବ୍ୟବସ୍ଥା କରିଛନ୍ତି । ପୂର୍ବ ସରକାର ଅପେକ୍ଷା ବର୍ତ୍ତମାନର ସରକାର ଚାଷୀକୁଳର ବିକାଶ ପାଇଁ ଅନେକ ଅର୍ଥ ବଜେଟରେ ସାମିଲ କରିଛନ୍ତି । କୃଷକମାନଙ୍କ ପାଇଁ ତାଙ୍କ ମନରେ କେମିତି ବୈମାତୃକ ମନୋଭାବକୁ ସ୍ପଷ୍ଟ କରୁଛି । ଏଥର କଟନୀ ଛଟନି ହେଲେ କଡା କାର୍ଯ୍ୟାନୁଷ୍ଠାନ ହେବ । ଚାଷୀ ମଣ୍ଡିରେ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ। କୃଷି ବିଭାଗର ଏକ ଟିମ କୋଲକାତା ଯାଇଛନ୍ତି । ଟିମ ଫେରିଲା ପରେ ବିଭାଗ ସହ ଆଲୋଚନା କରି ଶୀତଳ ଭଣ୍ଡାର କାର୍ଯ୍ୟ ଆରମ୍ଭ ହେବ । ଆଳୁ ପାଇଁ ପଶ୍ଚିମବଙ୍ଗ ଓଡିଶା ଉପରେ ଦାଉ ସାଜୁଛି । ଆଳୁ ପାଇଁ ଦୀର୍ଘ ମିଆଦି ଯୋଜନା ହେବ ।

PM KISAN
PM KISAN (@MohanMOdisha)

ଏହା ମଧ୍ୟ ପଢ଼ନ୍ତୁ...କୃଷକଙ୍କୁ ଆଜି ମିଳିବ ‘ପିଏମ କିଷାନ ସମ୍ମାନ ନିଧି’ କିସ୍ତି, ମହାରାଷ୍ଟ୍ରରୁ ଭେଟି ଦେବେ ମୋଦି - PM Kishan Nidhi

ଏହା ମଧ୍ୟ ପଢ଼ନ୍ତୁ...‘ଓଡ଼ିଶା ହେବ ଶିଳ୍ପ ହବ’ 34 ରାଷ୍ଟ୍ରଦୂତ ଏବଂ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଲୋଚନା - Delhi Ambassadors Meet

ଏହା ମଧ୍ୟ ପଢ଼ନ୍ତୁ...ଖୁବଶୀଘ୍ର ଓଡିଶାରେ ଜାତୀୟ ଶିକ୍ଷାନୀତି ଲାଗୁ, ଗଠନ ହେବ ଉଚ୍ଚସ୍ତରୀୟ କମିଟି - NEP in Odisha

ପୂର୍ବ ସରକାରରେ ଆଳୁ ମିଶନ ଫେଲ:

PM Kishan Nidhi
PM Kishan Nidhi (ETV Bharat Odisha)
ନୂଆ ଆଳୁ ମିଶନ ନେଇ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, "ଗତ ସରକାର ଆଳୁ ମିଶନ କରିଥିଲେ, ଯାହା ଫେଲ ହୋଇଥିଲା । ବର୍ତ୍ତମାନର ସରକାର ରାଜ୍ୟରେ ଆଳୁ ଉତ୍ପାଦନ ଅଧିକ ପାଇଁ ଚେଷ୍ଟା କରୁଛନ୍ତି । ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଚାଷୀଙ୍କୁ ଆଳୁ ବିହନ ଯୋଗାଇ ଦିଆଯିବ । ବିହନ ସମୟ ସୀମା ଭିତରେ ଦିଆ ଯାଉ ନଥିଲ । ଜାନୁଆରୀରେ ଆଳୁ ଅମଳ ସମୟରେ ଦିଆଯାଉଥିଲା । ସେଥିପାଇଁ ଆଳୁ ମିଶନ ଫେଲ ମାରିଥିଲା । ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ଆଳୁ ବିହନ ଆସିବ । ହାଇବ୍ରିଡ଼ ଶୀତଳ ଭଣ୍ଡାର ପାଇଁ ପିପିପି ମୋଡ଼ରେ ଲୋକଙ୍କୁ ପ୍ରସ୍ତାବ ଦିଆଯାଇଛି । ସବୁ ସବ ଡିଭିଜନରେ ଶୀତଳ ଭଣ୍ଡାର ହେବ । ଅନେକ ଲୋକ ଆବେଦନ ବି କରିଛନ୍ତି । ନୂଆ ଟେକ୍ନୋଲୋଜି ଭିନ୍ନ ଭିନ୍ନ ତାପମାତ୍ରାରେ ବିଭିନ୍ନ ପରିବ କିଭଳି ରଖି ପାରିବ ସେନେଇ ବିଭାଗ ତର୍ଜମା କରୁଛି । ଶୀତଳ ଭଣ୍ଡାରର ଭଡା କେମିତି ଅଧିକ ନହେବ ସେ ନେଇ ବି ତର୍ଜମା ହେଉଛି । ଉଦ୍ୟନକୃଷି ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଗୋଟିଏ ଟିମ କୋଲକାତା ଯାଇଛନ୍ତି । ଏହି ଟିମ ପଶ୍ଚିମବଙ୍ଗ ଶୀତଳ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 5, 2024, 10:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.