ଭୁବନେଶ୍ୱର: ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ୱାରରୁମ ବୋଲି ବିଜେଡି ଅଭିଯୋଗ ଆଣିଛି । ଅଭିଯୋଗକୁ ନେଇ ରାଜ୍ୟ ରାଜନୀତି ବଢିବାରେ ଲାଗିଛି । ଓଡିଶା ରାଜଭବନରେ ତାଙ୍କ ଉପସ୍ଥିତକୁ ନେଇ ରାଜନୀତି ନକରିବାକୁ କହିଛନ୍ତି ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏହା ପରେ ମଧ୍ୟ ତେଜିବାରେ ଲାଗିଛି ରାଜନୀତି । ଘଟଣାକୁ ନେଇ ବିରୋଧୀ ବିଜେପିକୁ ଘେରିଥିବା ବେଳେ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓଡିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ୱାରରୁମ ସାଜିଛି ବୋଲି ବିଜେଡି ଅଭିଯୋଗ ଆଣିଛି । ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଝାରଖଣ୍ଡ ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା କଥା ବିଜେଡ଼ି କହିଛି । ନିକଟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ପୂର୍ବତନ ରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଓଡିଶା ରାଜଭବନକୁ ଆସିଥିଲେ । ଏହାକୁ ବିଜେଡି ଝାରଖଣ୍ଡ ନିର୍ବାଚନ ସହ ଯୋଡି ପ୍ରସଙ୍ଗ କରିବା ପରେ ଜବାବ ରଖିଛନ୍ତି ଉପ ରାଷ୍ଟ୍ରପତି ।
ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏକ୍ସରେ କହିଛନ୍ତି, "ଓଡ଼ିଶାର ଭୁବନେଶ୍ୱରକୁ କିଛି ଦିନ ତଳେ ଗସ୍ତ କରିଥିଲି । ଏହାକୁ ରାଜନୈତିକ ରଙ୍ଗ ଦିଆନଯାଉ । କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ନୁହେଁ ଏକ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲି । ପ୍ରଟୋକଲ ଅନୁସାରେ ରାଜଭବନରେ ରହିଥିଲି । ରାଜ୍ୟପାଳ ଓ ଅନ୍ୟାନ୍ୟ ବ୍ୟକ୍ତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କାର୍ଯ୍ୟକ୍ରମ ହୋଇଥିଲା । ସୌଜନ୍ୟମୂଳକ ସାକ୍ଷାତ ବ୍ୟତୀତ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ । ପୂର୍ବତନ ଉପ ରାଷ୍ଟ୍ରପତିଙ୍କୁ ରାଜନୈତିକ ବିବାଦରେ ଟାଣିବା ଠିକ ନୁହେଁ ।"
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, "ରାଜଭବନ କୌଣସି ରାଜନୈତିକ ଦଳର ନିର୍ବାଚନ ୱାର ରୁମ ଭାବେ କାର୍ଯ୍ୟ କରିବା କଥା ନୁହେଁ । ଅତୀତରେ ଏମିତି ଘଟଣା ଦେଖିବାକୁ ମିଳିନଥିଲା । ଏ ସରକାର ଆସିବା ପରେ କେନ୍ଦ୍ର ଓ ରାଜ୍ୟ ରାଜଭବନକୁ ୱାର ରୁମ କରିଛନ୍ତି । ଝାରଖଣ୍ଡ ନିର୍ବାଚନ ନିୟନ୍ତ୍ରଣ ଲାଗି ପ୍ରୟାସ କରୁଛନ୍ତି । ଏହା ଦୁର୍ଭାଗ୍ୟଜନକ । ଆଉ ଏବେ ସେ ସଫେଇ ଦେଉଛନ୍ତି । ରାଜଭବନକୁ ଆସି ଅତିଥି ଭାବେ ରହିବେ । କିନ୍ତୁ ସେଠାରେ ଝାରଖଣ୍ଡ ନିର୍ବାଚନର ୱାର ରୁମ ଭାବେ ପରିଚାଳନା କରିବା ଠିକ ନୁହେଁ ।"
*Press statement issued by Office of Hon'ble Former Vice-President of India, Sri M Venkaiah Naidu on 4th October 2024*
— M Venkaiah Naidu (@MVenkaiahNaidu) October 4, 2024
In response to some inaccurate comments by certain politicians as appeared in some media reports, the Office of the former Vice President of India Shri M.…
ବିଜେଡି ମୁଖ୍ୟପାତ୍ର ଲେନିନ ମହାନ୍ତି କହିଛନ୍ତି, "ସ୍ପଷ୍ଟ ଭାବେ ଆମେ କହିଛୁ । ରାଜନୀତିକୁ ଆମେ କାହାକୁ ଟାଣିନାହୁଁ । ରାଜଭବନ ଏକ ସାମ୍ବିଧାନିକ ସ୍ଥାନ । ଏହାର ଗାରିମା ଅନେକ । ରାଜଭବନ ଭିତରେ ଆମେ ରାଜନୀତି ଆଶା କରୁନାହୁଁ । ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ, ଆମେ ତାଙ୍କ ନାଁ ନେଇନଥିଲୁ । ରାଜ୍ୟପାଳ ସାମ୍ବିଧାନିକ ବ୍ୟକ୍ତି, ସେ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା କଥା । ମୁଖ୍ୟମନ୍ତ୍ରୀ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ବଦଳରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଭବନ ଯାଉଛନ୍ତି । ଏହାର କିଛିଦିନ ପରେ ଝାରଖଣ୍ଡରେ ପ୍ରଚାର କରୁଛନ୍ତି ଆମ ମୁଖ୍ୟମନ୍ତ୍ରୀ । ଆମେ ଯାହା କହିଛୁ ଠିକ କହିଛୁ । ଆମେ ଆମ କଥାରେ କ୍ଲିଅର ଅଛୁ । ବାରମ୍ବାର ସେହି କଥା କହିବୁ ।"
ସେ ଆହୁରି ମଧ୍ୟ କହିଛନ୍ତି, "କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣ ରାଜ୍ୟପାଳ ଅଛନ୍ତି କି ? ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ଭଳି କାହିଁକି ଜବାବ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ? କେନ୍ଦ୍ରମନ୍ତ୍ରୀ କାହିଁକି ରାଜଭବନ କଥା ଉଠାଉଛନ୍ତି । ଓଡିଶା ଆସି ଖାଲି ବୟାନବାଜି କଲେ ହେବନାହିଁ । ବକ୍ତବ୍ୟରେ ନିଆଁ ଲେଗେଇ ଯିବେ ବୋଲି ଭାବନ୍ତୁ ନାହିଁ । ଓଡିଶା ପାଇଁ କଣ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କୁହନ୍ତୁ । ରାଜଭବନରେ ଯାହା ହେଉଛି ଠିକ ବୋଲି କହି ଯଦି କେନ୍ଦ୍ରମନ୍ତ୍ରୀ କ୍ଲିନ ଚିଟ ଦେବେ ଆମେ କିଛି କହିବାର ନାହିଁ । ଧର୍ମେନ୍ଦ୍ର ଖାଲି ଷ୍ଟେଟମେଣ୍ଟ ମନ୍ତ୍ରୀ ନହୁଅନ୍ତୁ ।
Former Vice President of India, Shri @MVenkaiahNaidu, was given a warm welcome by the Hon'ble Governor at Raj Bhavan today on his arrival in Odisha. Both had an engaging discussion on various developmental issues for a better India. pic.twitter.com/k0Mnkxm6tg
— Governor Odisha (@GovernorOdisha) September 27, 2024
ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, "ରାଜ୍ୟପାଳଙ୍କ ଅଫିସଟି ବଡ ମର୍ଯ୍ୟାଦା ସମ୍ପର୍ନ୍ନ ଅଫିସ । କିଛି ଲୋକଙ୍କ ମନରେ ହାର ମନା ଭାବ ଆସୁଛି । ଅଗଣତାନ୍ତ୍ରୀକ, ପରାଜୟକୁ ସହଜରେ ସ୍ବକାର କରୁ ନାହାନ୍ତି, ତାଙ୍କ ମନରେ ଏମିତି ଭାବନା ଆସୁଛି । ଓଡ଼ିଆ ଲୋକ ନିଷ୍ପତି ନେଇଛନ୍ତି । ଲୋକଙ୍କ ନିଷ୍ପତିକୁ ବିଜେଡ଼ି 5 ବର୍ଷ ପାଇଁ ମୁଣ୍ଡ ପାତି ସ୍ୱୀକାର କରନ୍ତୁ । ବିରୋଧୀ ଦଳର ବଡ ଦାୟୀତ୍ବ ସରକାରୀ ଦଳର ଭୁଲ ତ୍ରୁଟିକୁ ଲୋକଲୋଚନକୁ ଆଣିବା । ତାଙ୍କର ଦାୟୀତ୍ବ ଅଛି କିନ୍ତୁ ନିଜର ହତାସ ଭାବକୁ ରାଜଭବନ ଅଫିସ ଆଡ଼କୁ ନମୁହାନ୍ତୁ ।"