ETV Bharat / state

16009 ଜଣ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେଡି କହିଲା ନବୀନ ସରକାରରେ ପ୍ରକ୍ରିୟା - junior teachers Appointment - JUNIOR TEACHERS APPOINTMENT

୧୬ ହଜାର ୯ ଜଣ କନିଷ୍ଠ ଶିକ୍ଷକଙ୍କୁ ମିଳିଲା ନିଯୁକ୍ତି । ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମ ।

junior teachers Appointment
junior teachers Appointment (ETV Bharat Odisha)
author img

By ETV Bharat Odisha Team

Published : Oct 5, 2024, 8:51 PM IST

Updated : Oct 5, 2024, 9:47 PM IST

ଭୁବନେଶ୍ବର: ୧୬ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି । ୧୬ ହଜାର ୯ ଜଣ କନିଷ୍ଠ ଶିକ୍ଷକଙ୍କୁ ମିଳିଲା ନିଯୁକ୍ତି । ନବନିଯୁକ୍ତ ଶିକ୍ଷକଙ୍କୁ ଶନିବାର ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ ହଜାରରୁ ଅଧିକ କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ ।

ମାନବ ଜୀବନକୁ ଗଢି ତୋଳିବାରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ-

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ ସମାରୋହରେ ନିଯୁକ୍ତିପତ୍ର ବାଣ୍ଟିବା ପରେ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, "ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ଆୟୋଜିତ 'ମାର୍ଗ ଦର୍ଶନ' ସମାରୋହରେ ଯୋଗଦେଲି । ଆଜି (ଶନିବାର) ଗୁରୁ ଦାୟିତ୍ଵ ପାଇଥିବା ସମସ୍ତ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ମାନବ ଜୀବନକୁ ଗଢି ତୋଳିବାରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ଏକ ସରଳ ଶିଶୁର ଭବିଷ୍ୟତ ଗଢିବାରେ ଦାୟିତ୍ଵ ଗୁରୁଙ୍କ ହାତରେ । ଆପଣ କେବଳ ଜଣେ ସରକାରୀ କର୍ମଚାରୀ ନୁହନ୍ତି ଆପଣ ହେଲେ ଜଣେ ଜଣେ ମଣିଷ ଗଢା ଶିଳ୍ପୀ ।

ଓଡ଼ିଶାର ଭବିଷ୍ୟତର ଦାୟିତ୍ଵ ଏବେ ଆପଣ ସମସ୍ତଙ୍କ କାନ୍ଧରେ। ଆପଣଙ୍କ ଶିକ୍ଷା ଦାନକୁ ଆହୁରି ସରଳ କରିବା ନିମନ୍ତେ ସରକାର ମଧ୍ୟ ପ୍ରତିବଦ୍ଧ। ଶିକ୍ଷାର ଉନ୍ନତିରେ ଦେଶର ଉନ୍ନତି, ଡବଲ ଇଞ୍ଜିନ ସରକାରରେ ଗୁଣାତ୍ମକ ଶିକ୍ଷାକୁ ଯଥେଷ୍ଟ ଗୁରୁତ୍ଵ ଦିଆଯାଉଛି, ଏହାକୁ ଆହୁରି ଉନ୍ନତ ଏବଂ ଆଧୁନିକ କରିବା ନିମନ୍ତେ ଶିକ୍ଷାକ୍ଷେତ୍ରର ବିକାଶ ପାଇଁ ୩୫,୫୩୬ କୋଟି ବ୍ୟୟବରାଦ କରାଯାଇଛି। ଆମ ସରକାର ଆସିବା ପରେ ଶିକ୍ଷା କ୍ଷେତ୍ରର ସାମଗ୍ରିକ ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ସହଯୋଗରେ ଜାତୀୟ ଶିକ୍ଷା ନୀତି ଲାଗୁ କରାଯାଇଛି। କେବଳ ଭଙ୍ଗା ଘରେ ରଙ୍ଗ ଦେଇ ରୂପାନ୍ତରଣ କହିଦେଲେ ଶିକ୍ଷାରେ ଉନ୍ନତି ହୁଏନି। ଜଣେ ଶିକ୍ଷକ ଭାବେ ଶିକ୍ଷା ଏବଂ ଭିତ୍ତିଭୂମିର ଆବଶ୍ୟକତାକୁ ମୁଁ ହୃଦୟଙ୍ଗମ କରିଛି। ଓଡ଼ିଶାର ଭବିଷ୍ୟତ ଗଢିବାର ଗୁରୁ ଦାୟିତ୍ଵକୁ ସରକାର ଆପଣଙ୍କ ହାତରେ ପ୍ରଦାନ କରିଛନ୍ତି।

ଆପଣ ସମସ୍ତେ ଶିକ୍ଷକତାକୁ ପେସା ନକରି ନିଶା କରନ୍ତୁ, ଶିକ୍ଷାଦାନକୁ ଆନନ୍ଦମୟ କରନ୍ତୁ, ବିଦ୍ୟାଦାନ ପାଇଁ ଆଧୁନିକ କୌଶଳ ବ୍ୟବହାର କରନ୍ତୁ ଏବଂ ଜଣେ ଶିକ୍ଷକ ଭାବେ ନିଜକୁ ଗର୍ବ କରନ୍ତୁ। ଓଡ଼ିଶାର ଭବିଷ୍ୟତକୁ ସୁଦୃଢ କରିବାରେ ଆପଣ ସମସ୍ତେ ହେଲେ ଜଣେ ଜଣେ କାରିଗର। ମୋର ବିଶ୍ବାସ ଆପଣ ସମସ୍ତଙ୍କ ଯୋଗଦାନ ଏବଂ ପ୍ରୟାସରେ ବିକଶିତ ଓଡ଼ିଶା, ବିକଶିତ ଭାରତ ନିର୍ମାଣର ସ୍ଵପ୍ନ ସାକାର ହେବ, ଓଡ଼ିଶାର ଭବିଷ୍ୟତ ଉଜ୍ଜ୍ଵଳମୟ ହେବ।"

କାନ୍ଥରେ ରଙ୍ଗ ମାରି 5T ସ୍କୁଲ ଯୋଜନା :-
"ଫାଇଭ୍‌ ଟି ରୂପାନ୍ତରିତ ସ୍କୁଲ ଯୋଜନାକୁ ନେଇ ଶିକ୍ଷକ ନିଯୁକ୍ତିପତ୍ର ବଣ୍ଟନ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ସମାଲୋଚନା। କାନ୍ଥରେ ରଙ୍ଗ ମାରିଲେ ଶିକ୍ଷା ମାନ ବଢ଼ିବନି କହିଲେ ମୋହନ ମାଝୀ। ଫାଇଭ୍‌ ଟି ସ୍କୁଲର ରୂପାନ୍ତରଣ କିଭଳି ଅବସ୍ଥାରେ ଅଛି ଦେଖିପାରିବେ। ରୂପାନ୍ତରଣ ନାଁରେ ଭଙ୍ଗା କାନ୍ଥରେ ରଙ୍ଗ ମାରି ଦିଆଯାଇଛି। କାନ୍ଥରେ ରଙ୍ଗ ମାରିଦେଲେ ଶିକ୍ଷାର ଗୁଣାତ୍ମକ ମାନ ବଢ଼ିଯିବନି। ଫାଇଭ୍‌ ଟି ସ୍କୁଲର ଭିତ୍ତିଭୂମି ଦେଖିଲେ ବହୁତ ଦୁଃଖ ଲାଗେ," ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ହରଣ, ଗୁଣନ ବି ସେଠାରେ ପଢୁଥିବା ପିଲା କରିପାରୁନାହାନ୍ତି। ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ କରିବେ ଗୋଦାବରୀଶ ଆଦର୍ଶ ସ୍କୁଲ। ପ୍ରତି ଗ୍ରାମରୁ ବଛା ବଛା ଛାତ୍ରଛାତ୍ରୀ ସେଠି ପଢ଼ି ସେଠୁ ରୂପାନ୍ତରିତ ସ୍କୁଲ ଯିବେ," ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି।

ସୁଧୁରିବ ଶିକ୍ଷା ଭିତ୍ତିଭୂମି:-
"5T ସ୍କୁଲ ପାଇଁ ଗୋଟିଏ ଫିଡର ସ୍କୁଲ ଭାବେ ଚୟନ କରିବାକୁ ପୂର୍ବ ସରକାରଙ୍କୁ ପ୍ରସ୍ତାବ ଦେଇଥିଲି । ପ୍ରାଇଭେଟ୍ ସ୍କୁଲ ଭଳି ପାଠ ପଢି ଥାନ୍ତେ ପିଲା । କିନ୍ତୁ ସରକାର ମୋ କଥାକୁ ଗ୍ରହଣ କରି ନଥିଲେ। ସେ ପ୍ରସ୍ତାବକୁ ଏବେ କେମିତି କାର୍ଯ୍ୟକାରୀ କରିବି। ସେ ନେଇ ବିଭାଗ ସହ ଆଲୋଚନା କରିଛି । ବିଭାଗ ମୋତେ ସମର୍ଥନ କରିଛି । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହୋଇଛି । ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହେବ । ଯାହା ପିଲା ମାନଙ୍କ ପାଇଁ ସହାୟକ ହେବ" ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଶିକ୍ଷକ ନିଯୁକ୍ତିପତ୍ର ବଣ୍ଟନ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ସମାଲୋଚନା-

ଶିକ୍ଷକ ନିଯୁକ୍ତିପତ୍ର ବଣ୍ଟନ ସମାରୋହରେ ଫାଇଭ୍‌ ଟି ରୂପାନ୍ତରିତ ସ୍କୁଲ ଯୋଜନାକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାନ୍ଥରେ ରଙ୍ଗ ମାରିଲେ ଶିକ୍ଷା ମାନ ବଢ଼ିବନି ନିଯୁକ୍ତିପତ୍ର ପ୍ରଦାନ ସମାରୋହରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଫାଇଭ୍‌ ଟି ସ୍କୁଲର ରୂପାନ୍ତରଣ କିଭଳି ଅବସ୍ଥାରେ ଅଛି ଦେଖିପାରିବେ । ରୂପାନ୍ତରଣ ନାଁରେ ଭଙ୍ଗା କାନ୍ଥରେ ରଙ୍ଗ ମାରି ଦିଆଯାଇଛି । କାନ୍ଥରେ ରଙ୍ଗ ମାରିଦେଲେ ଶିକ୍ଷାର ଗୁଣାତ୍ମକ ମାନ ବଢ଼ିଯିବନି । ଫାଇଭ୍‌ ଟି ସ୍କୁଲର ଭିତ୍ତିଭୂମି ଦେଖିଲେ ବହୁତ ଦୁଃଖ ଲାଗେ କହିଛନ୍ତି ମୋହନ ମାଝୀ ।

ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ:-
୧ ଶିକ୍ଷକତାକୁ ପେଶା ନୁହେଁ, ନିଶା ଭାବେ ଗ୍ରହଣ କରନ୍ତୁ
୨ ନିଜ ବାପା ମାଆଙ୍କ ପରେ ସବୁଠୁ ଅଧିକ ସମୟ ପିଲା ମାନେ ଶିକ୍ଷକ ମାନଙ୍କ ପାଖରେ ଅତିବାହିତ କରିବେ
୩ ଶିକ୍ଷାଦାନକୁ ଆନନ୍ଦ ମୟ କରନ୍ତୁ
୪ ବିଦ୍ୟାର୍ଥୀ ଆପଣଙ୍କୁ ବନ୍ଧୁ ଭାବେ ଭାବିବା ଆବଶ୍ୟକ
୫ ଆଧୁନିକ ପଦ୍ଧତିକୁ ଆଦୃତ କରନ୍ତୁ । ବହୁଳ ଭାବେ ବ୍ୟବହାର କରନ୍ତୁ

କେଉଁ ଜିଲ୍ଲାରୁ କେତେ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ହେବେ:-
ଚୟନ ହୋଇଥିବା ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ ମଧ୍ୟରୁ ଅନୁଗୋଳ ଜିଲ୍ଲାରେ ୪୨୪ ଜଣ, ବାଲେଶ୍ୱର ଜିଲ୍ଲାରେ ୬୦୦ଜଣ, ବରଗଡ଼ ଜିଲ୍ଲାରେ ୪୭୯ଜଣ, ଭଦ୍ରକ ଜିଲ୍ଲାରେ ୨୬୦ଜଣ, ବଲାଙ୍ଗିର ଜିଲ୍ଲାରେ ୧୦୮୦ଜଣ, ବୌଦ୍ଧ ଜିଲ୍ଲାରେ ୬୫ଜଣ, କଟକ ଜିଲ୍ଲାରେ ୮୯୩ଜଣ, ଦେବଗଡ଼ ଜିଲ୍ଲାରେ ୨୧ଜଣ, ଢେଙ୍କାନାଳ ଜିଲ୍ଲାରେ ୫୮୩ଜଣ, ଗଜପତି ଜିଲ୍ଲାରେ ୧୩ଜଣ, ଗଞ୍ଜାମ ଜିଲ୍ଲାରେ ୧୨୬୪ଜଣ, ଜଗତସିଂହପୁର ଜିଲ୍ଲାରେ ୮୮ଜଣ, ଯାଜପୁର ଜିଲ୍ଲାରେ ୮୭୨ଜଣ, ଝାରସୁଗୁଡ଼ା ଜିଲ୍ଲାରେ ୩୮ଜଣ, କଳାହାଣ୍ଡି ଜିଲ୍ଲାରେ ୮୧୧ ଜଣ, କନ୍ଧମାଳ ଜିଲ୍ଲାରେ ୧୫୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରେ ୧୦୩୮ଜଣ, କେନ୍ଦୁଝର ଜିଲ୍ଲାରେ ୧୩୨୯ ଜଣ, ଖୋର୍ଦ୍ଧା ଜିଲ୍ଲାରେ ୭୫୩ ଜଣ, କୋରାପୁଟ ଜିଲ୍ଲାରେ ୯୨୨ଜଣ, ମାଲକାନଗିରି ଜିଲ୍ଲାରେ ୫୫୫ଜଣ, ମୟୂରଭଞ୍ଜ ଜିଲ୍ଲାରେ ୮୨୭ ଜଣ, ନବରଙ୍ଗପୁର ଜିଲ୍ଲାରେ ୮୬୦ ଜଣ, ନୟାଗଡ଼ ଜିଲ୍ଲାରେ ୮୩ ଜଣ, ନୂଆପଡ଼ା ଜିଲ୍ଲାରେ ୨୨୧ ଜଣ, ପୁରୀ ଜିଲ୍ଲାରେ ୭୩୩ଜଣ, ରାୟଗଡ଼ା ଜିଲ୍ଲାରେ ୫୧୧ ଜଣ, ସମ୍ବଲପୁର ଜିଲ୍ଲାରେ ୨୧୮ ଜଣ, ସୁବର୍ଣ୍ଣପୁର ଜିଲ୍ଲାରେ ୧୫୭ ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୧୬୦ ଜଣ ନିଯୁକ୍ତି ପାଇଛନ୍ତି।

ଦ୍ରୁତଗତିରେ ବିଜେପିର ପ୍ରତିଶ୍ରୁତି ପୂରଣ-

ଶନିବାର କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, "ଭୁବନେଶ୍ୱର ଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ “ନିଯୁକ୍ତି ସମାରୋହ ଓ ନବନିଯୁକ୍ତ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ”ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ-ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ଯୋଗଦେଲି ।

ଚଳିତବର୍ଷ ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଜର ଦାୟିତ୍ୱ ତୁଲାଇବା ପାଇଁ ନିଯୁକ୍ତି ପତ୍ର ଗ୍ରହଣ କରିଥିବା 16, 009 ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଏଭଳି ପ୍ରୟାସ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି । ଶିକ୍ଷାର ଗୁଣାତ୍ମକ ମାନରେ ଉନ୍ନତି ଆଣିବା ଏବଂ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସୁରକ୍ଷିତ କରିବା ଦିଗରେ ଆଜିର ଏହି ବୃହତ ନିଯୁକ୍ତି ସମାରୋହ ଏକ ବଡ଼ ପଦକ୍ଷେପ ।

ଶିକ୍ଷା ହେଉଛି ସମାଜର ଏକ ଅଭିନ୍ନ ଅଙ୍ଗ ଏବଂ ଶିକ୍ଷକମାନେ ହେଉଛନ୍ତି ତା’ର ଆଧାରଶୀଳା । ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳମଣି ମଧୁସୂଦନ ଦାସଙ୍କ ପରି ଅନେକ ମହାପୁରୁଷ ମଧ୍ୟ ଶିକ୍ଷକଙ୍କ ମାର୍ଗଦର୍ଶନରେ ଆମ ଜାତିକୁ ଗୌରବାନ୍ୱିତ କରିଛନ୍ତି । କରୋନା ସମୟରେ ଭ୍ୟାକସିନ ପ୍ରସ୍ତୁତ କରିଥିବା ବୈଜ୍ଞାନିକମାନେ ମଧ୍ୟ ଗୁରୁଙ୍କ ଆଦର୍ଶରେ ଦେଶବାସୀଙ୍କୁ ରକ୍ଷା କରିଛନ୍ତି ।"

ଏହା ବି ପଢନ୍ତୁ-ମୋହନ ମାଝୀ ସରକାରଙ୍କ ବଡ଼ ପଦକ୍ଷେପ, ନିଯୁକ୍ତି ପାଇବେ ୧୬,୦୦୯ କନିଷ୍ଠ ଶିକ୍ଷକ - Recruitment of junior teachers

ଏହା ବି ପଢନ୍ତୁ- ଓଡ଼ିଶାରେ ବଡ଼ ନିଯୁକ୍ତି : ୨୨୯୮ ହୋମଗାର୍ଡ ନିଯୁକ୍ତି ଦେବେ ମୋହନ ମାଝୀ ସରକାର - Home Guard Recruitment

ଏହା ବି ପଢନ୍ତୁ- ୧୪ ଜିଲ୍ଲାରେ ୨୪ ହଜାର ନିଯୁକ୍ତି ସୁଯୋଗ, ମୋହନ ସରକାର ଦେଲେ ସବୁଜ ସଂକେତ - STATE CABINET APPROVAL

ଏହା ବି ପଢନ୍ତୁ- ମୋହନ ମାଝୀ ସରକାର ଦେବେ ୩୬ ହଜାର ନିଯୁକ୍ତି, ୧୦୦ ଦିନରେ ୪୫ ହଜାର କୋଟି ନିବେଶ - Investment Proposals Of Mohan Govt

ସ୍କିମାଟିକ ଶିକ୍ଷକ ନିଯୁକ୍ତି; ନବୀନ ସରକାରରେ ପ୍ରକ୍ରିୟା, ମୋହନ ସରକାରରେ ବିତରଣ :- ବିଜେଡି

ମୋହନ ସରକାର ୧୬,୦୦୯ କନିଷ୍ଠ ଶିକ୍ଷକ (ସ୍କିମାଟିକ) ଆଜି ନିଯୁକ୍ତି ଦେଉଛନ୍ତି । କନିଷ୍ଠ ଶିକ୍ଷକ (ସ୍କିମାଟିକ) ନିଯୁକ୍ତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱଧୀନ ବିଜେଡି ସରକାରରେ ଚୂଡାନ୍ତ ହୋଇଥିଲା । ଏହି ନିଯୁକ୍ତି ମଲା ହରିଣ ଉପରେ ପାହାର ପକାଇ ଶିକାର କରିଛି ବୋଲି କହିବା ସଦୃଶ୍ୟ ହୋଇଛି ବୋଲି ବିଜେଡ଼ି କହିଛି । ଚୁକ୍ତିଭିତ୍ତିକ ନିଯୁକ୍ତି କହି ଏହାକୁ ବିରୋଧ କରୁଥିବା ବିଜେପି, ଏବେ ନିଯୁକ୍ତି ଦେଇ ବାହାଦୁରି ନେବାକୁ ଅପଚେଷ୍ଟା କରୁଥିବା ଅଭିଯୋଗ କରିଛି ବିଜେଡ଼ି ।

ବିଜେଡିର ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ କହିଛନ୍ତି, "ରାଜ୍ୟରେ ଚାଲିଥିବା ମୋହନ ସରକାର ଏକ କପି ପେଷ୍ଟ ସରକାର । ସ୍କିମାଟିକ ନିଯୁକ୍ତି ପାଇଁ ନବୀନ ସରକାର ୨୨ ଅଗଷ୍ଟ ୨୦୨୩ ଦିନ ଏକ ରିଜଲ୍ୟୁସନ କରିଥିଲେ । ୧୦ ସେପ୍ଟେମ୍ୱର ୨୦୨୩ରେ ଏହି କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଦ୍ୱାରା ବିଜ୍ଞାପନ ପ୍ରକାଶ ପାଇଥିଲା । ବିଜ୍ଞାପନ ଅନୁଯାୟୀ ସିବିଟି ମାର୍କ ଅନୁଯାୟୀ ଆବେଦନକାରୀ ପ୍ରାର୍ଥୀଙ୍କ ମଧ୍ୟରୁ ଚୟନ କରାଯିବ । ସେହି ଅନୁସାରେ, ୧୫ ଜାନୁଆରୀ ୨୦୨୪ରେ ଡ୍ରାଫ୍ଟ ମେରିଟ ଲିଷ୍ଟ ପ୍ରକାଶ ପାଇଥିଲା । ୫୮ ଜଣ ଆବେଦନକାରୀ ସରକାରଙ୍କ ୨୨ ଅଗଷ୍ଟରେ ହୋଇଥିବା ରିଜଲ୍ୟୁସନ ଉପରେ ପ୍ରଶ୍ନ ଉଠାଇ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ୧୮ ଜୁନ ୨୦୨୪ରେ ଉଚ୍ଚ ନ୍ୟାୟାଳୟଙ୍କ ପ୍ରକାଶିତ ହୋଇଥିବା ରାୟରେ ସରକାରଙ୍କ ରିଜଲ୍ୟୁସନକୁ ବୈଧ କହିଥିଲେ । ନିଯୁକ୍ତି ପ୍ରଣାଳୀଙ୍କୁ ମଧ୍ୟ ବୈଧ କହିଥିଲେ । ବିଜେପି ଏହି ନିଯୁକ୍ତି ପ୍ରକ୍ରିୟାକୁ ସେତେବେଳେ ବିରୋଧ କରୁଥିଲା । ସରକାରକୁ ଆସିବା ପରେ ନବୀନଙ୍କ ସମୟରେ ସମ୍ପୂର୍ଣ୍ଣ ହୋଇଥିବା ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦାନ କରୁଛନ୍ତି । ଏଥିପାଇଁ ଖବର କାଗଜରେ ବିଜ୍ଞାପନ ନେଇ ନିଜର ଡିଣ୍ଡିମ ପିଟୁଛନ୍ତି । ନବୀନ ପଟ୍ଟନାୟକଙ୍କ ସମୟରେ ଶିକ୍ଷା କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି । ରାଜ୍ୟର ସମସ୍ତ ୩୧୩ ବ୍ଲକରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ୫ଟି ମାଧ୍ୟମରେ ରାଜ୍ୟର ପ୍ରାୟ ୮୫୦୦ ଉଚ୍ଚ ବିଦ୍ୟାଳୟର ରୂପାନ୍ତିକରଣ ହୋଇଛି । ଏହା ସହ ରାଜ୍ୟରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ ।"

ବିଜେଡି ମୁଖପାତ୍ର ଡଃ ଲେନିନ ମହାନ୍ତି କହିଛନ୍ତି, "ଶ୍ରମିକ ମାନଙ୍କ ପାରିଶ୍ରମିକ ବୃଦ୍ଧି, ଶିଳ୍ପାନୁଷ୍ଠାନ ଦ୍ୱାରା ପୁଞ୍ଜି ନିବେଶ ଓ ଶିକ୍ଷକ ନିଯୁକ୍ତିରେ ନବୀନ ସରକାରଙ୍କ ଛାପ ରହିଛି । ନବୀନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶା ଆଜି ଅନେକ କ୍ଷେତ୍ରରେ ସଫଳତା ପାଉଛି । ନବୀନଙ୍କ ସମୟରେ କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିଲା । କେବଳ କିଛି ଆବେଦନକାରୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହେବା ଯୋଗୁଁ ନିଯୁକ୍ତି ପତ୍ର ଦିଆଯାଇପାରିନଥିଲା । ହାଇକୋର୍ଟ ନବୀନ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ନିଯୁକ୍ତି ପ୍ରଣାଳୀଙ୍କୁ ସ୍ୱୀକୃତି ଦେବା ପରେ ଆଜି ମୋହନ ସରକାର ନିଯୁକ୍ତି ପ୍ରଦାନ କରୁଛନ୍ତି । ବିଜେପି ସରକାରଙ୍କ ଏଥିପାଇଁ ଉଦ୍ୟମ ଶୂନ । କିନ୍ତୁ ଖବରକାଗଜରେ ବଡ଼ ବିଜ୍ଞାପନ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଡାକି ନିଜର ବାହାଦୁରି ଦେଖାଇବାକୁ ପ୍ରୟାସ କରୁଛନ୍ତି । ବିଜେପି ସବୁବେଳେ ୨୪ ବର୍ଷର ଶାସନ ବିରୋଧରେ ମନ୍ତବ୍ୟ ଦେଇ ଆସୁଥିଲେ । ବାସ୍ତବରେ ନବୀନଙ୍କ ସବୁ କାମର କେବଳ ରଙ୍ଗ ଓ ନାମ ପରିବର୍ତ୍ତନ କରି ନିଜର କାର୍ଯ୍ୟକ୍ରମ ବୋଲି କହୁଛନ୍ତି । ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ସମୟରେ ବିଜେପି ଚୁକ୍ତିଭିତ୍ତିକ ନିଯୁକ୍ତି କହି ବିରୋଧ କରୁଥିଲା । କିନ୍ତୁ ସେହି ନିଯୁକ୍ତି ଦେଇ ଏବେ ବାହାଦୁରି ନେବାକୁ ଚେଷ୍ଟା କରୁଛି ।"

Last Updated : Oct 5, 2024, 9:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.