ETV Bharat / bharat

ଆସିଲା ଏକଜିଟ ପୋଲ; ଜମ୍ମୁ-କାଶ୍ମୀର ଓ ହରିୟାଣାରେ କିଏ ଗଢ଼ିବ ସରକାର ? - Poll of Polls JK Haryana - POLL OF POLLS JK HARYANA

ଜମ୍ମୁ-କାଶ୍ମୀର ଓ ହରିୟାଣାରେ ସରିଛି ଭୋଟ ଗ୍ରହଣ । ୮ ତାରିଖକୁ ଅପେକ୍ଷା । ପ୍ରକାଶ ପାଇଲା ଏକଜିଟ ପୋଲ ରେଜଲ୍ଟ । କାହାକୁ ମିଳିବ ବହୁମତ ।

Exit Poll Results
Exit Poll Results (ETV Bharat Odisha)
author img

By ETV Bharat Odisha Team

Published : Oct 5, 2024, 8:59 PM IST

Updated : Oct 5, 2024, 9:43 PM IST

ହାଇଦ୍ରାବାଦ: ଜମ୍ମୁ-କାଶ୍ମୀରରେ ଭୋଟ ଗ୍ରହଣ ସରିଥିବା ବେଳେ ଆଜି (ଶନିବାର) ହରିୟାଣାର ଭୋଟର୍ ନୂଆ ବିଧାନସଭା ପାଇଁ ମତ ସାବ୍ୟସ୍ତ କରିଛନ୍ତି । ଭୋଟ୍ ଗ୍ରହଣ ସରିଛି । ପ୍ରାର୍ଥୀଙ୍କ ଭାଗ୍ୟ EVMରେ ସିଲ ହୋଇଛି । ଏବେ ସମସ୍ତଙ୍କ ଅପେକ୍ଷା ଆସନ୍ତା ୮ ତାରିଖକୁ । କାରଣ ସେହିଦିନ ଭୋଟ ଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ । କିନ୍ତୁ ଏହା ପୂର୍ବରୁ ଆସିଛି ଏକଜିଟ ପୋଲ ରେଜଲ୍ଟ (Exit Poll Results) । ଯେଉଁଥିରେ ବିଜେପିକୁ ଏକଜିଟ ପୋଲ ଫଳାଫଳ ଶକ୍ତ ଝଟକା ଦେଇଛି । ହରିୟାଣାରେ ୧୦ ବର୍ଷ ପରେ କଂଗ୍ରେସ ପୁଣିଥରେ କ୍ଷମତାକୁ ଫେରିପାରେ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ଦାବି କରାଯାଇଛି । ସେହିପରି ଜମ୍ମୁ-କାଶ୍ମୀରରେ ମଧ୍ୟ ଇଣ୍ଡି ମେଣ୍ଟ ଆଗରେ ଥିବା ଏକଜିଟ୍ ପୋଲ ଦାବି କରିଛି ।

ହରିୟାଣାରେ ବାଜି ମାରିପାରେ କଂଗ୍ରେସ:

ଚଳିତ ବର୍ଷ ହୋଇଥିବା ଲୋକସଭା ନିର୍ବାଚନ ପରେ ୯୦ ଆସନ ବିଶିଷ୍ଟ ଜମ୍ମୁ-କଶ୍ମୀର ଓ ହରିୟାଣାରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ପୂର୍ବରୁ ଜମ୍ମୁ-କଶ୍ମୀର ଭୋଟ ଗ୍ରହଣ ସରିଥିବା ବେଳେ ଆଜି ହରିୟାଣାରେ ମତଦାନ ଶେଷ ହୋଇଛି । ଭୋଟ ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ କଂଗ୍ରେସକୁ ବହୁମତ ମିଳିପାରେ ବୋଲି ଦାବି କରିଛନ୍ତି । ହରିୟାଣାରେ ସରକାର ଗଠନ ପାଇଁ ଥିବା ମ୍ୟାଜିକ ନମ୍ବର ୪୬ରୁ ଅଧିକ ଆସନରେ କଂଗ୍ରେସ ବାଜିମାତ କରିବ ବୋଲି ଏକଜିଟ ପୋଲ ଫଳାଫଳରୁ ପ୍ରକାଶ ପାଇଛି । ସେହିପରି ଲଗାତାର ୨୦୧୪ ଓ ୨୦୧୯ରେ ହରିୟାଣାରେ ସରକାରରେ ଥିବା ବିଜେପି ହାଟ୍ରିକ ମାରିବା ଲକ୍ଷ୍ୟରେ ବ୍ରେକ ଲାଗିପାରେ ।

ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା Exit Poll:-

ଜମ୍ମୁ-କାଶ୍ମୀର: ୯୦ ଆସନ

ପିପୁଲ୍ସ ପ୍ଲସ (PEOPLES PULSE)

ନ୍ୟାସନାଲ କନଫେରେନ୍ସ: ୩୩-୩୫

ବିଜେପି: ୨୩-୨୭

କଂଗ୍ରେସ: ୧୩-୧୫

ପିଡିପି: ୭-୧୧

ଅନ୍ୟ:୪-୫

ଇଣ୍ଡିଆ ଟୁଡେ-ସି ଭୋଟର ( India Today-C-Voter)

କଂଗ୍ରେସ-ଏନସି: ୪୦-୪୮

ଭାଜପା: ୨୭-୩୨

ପିଡିପି: ୬-୧୨

ଅନ୍ୟ: ୬-୧୧

ହରିୟାଣା: ୯୦ ଆସନ

ପିପୁଲ୍ସ ପ୍ଲସ (PEOPLES PULSE)

କଂଗ୍ରେସ: ୪୯-୬୧

ବିଜେପି: ୨୦-୩୨

ଜେଜେପି: ୦-୩

ଅନ୍ୟ: ୫-୮

ଧ୍ରୁବ ରିସର୍ଚ୍ଚ (Dhruva Research)

କଂଗ୍ରେସ: ୫୦-୬୪

ବିଜେପି: ୨୨-୩୨

ରିପ୍ଲବିକ ଭାରତ-ମାଟ୍ରିଜ ( Republic Bharat Matrize)

ରିପ୍ଲବିକ ଭାରତ-ମାଟ୍ରିଜ ଏକଜିଟ ପୋଲ ଅନୁସାରେ, ହରିୟାଣାରେ କଂଗ୍ରେସକୁ ୫୫-୬୨ଟି ଆସନ ମିଳିପାରେ । ସେହିପରି ବିଜେପିକୁ ୧୮-୨୪ ଆସନ, ଜେଜେପିକୁ ୦-୩ ଆସନ ଓ ଅନ୍ୟ ୫-୧୧ ଆସନ ମିଳିପାରେ ।

ଏହା ମଧ୍ୟ ପଢ଼ନ୍ତୁ...ହରିୟାଣାରେ ହ୍ୟାଟ୍ରିକ୍‌ ମାରିବ ବିଜେପି, ନା କମବ୍ୟାକ୍‌ କରିବ କଂଗ୍ରେସ ! - HARYANA ASSEMBLY ELECTION

ଏହା ମଧ୍ୟ ପଢ଼ନ୍ତୁ...ଉପତ୍ୟକାରେ ଶେଷ ପର୍ଯ୍ୟାୟ ମତଦାନ, ୪୦ ଆସନରେ ଭୋଟ ଦେଉଛି ଜମ୍ମୁ କାଶ୍ମୀର - JK Assembly Polls Phase 3

ଏହା ମଧ୍ୟ ପଢ଼ନ୍ତୁ...୧୦ ବର୍ଷ ପରେ ଭୋଟ୍ ଦେଉଛି ଜମ୍ମୁ କାଶ୍ମୀର; ପ୍ରଥମ ପର୍ଯ୍ୟାୟରେ ୬ ଜିଲ୍ଲାର ୨୪ ଆସନରେ ମତଦାନ - JK FIRST PHASE ASSEMBLY ELECTIONS

ଉଭୟ ରାଜ୍ୟରେ ୯୦-୯୦ଟି ଆସନ:

ଉଭୟ ଜମ୍ମୁ- କାଶ୍ମୀର ଓ ହରିୟାଣାରେ ୯୦ଟି ଲେଖାଏଁ ବିଧାନସଭା ଆସନ ଅଛି । ଜାମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳରେ ୩ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଆଜି (ଶନିବାର) ହରିୟାଣାର ସମସ୍ତ ୯୦ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଧାରା ୩୭୦ ଉଠିବା ପରେ ଜାମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେଣୁ ନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ଏଥି ସହିତ ଗତ ୧୦ ବର୍ଷ ଧରି ହରିୟାଣାରେ ବିଜେପି ସରକାର ଅଛି । ଏଥର କଂଗ୍ରେସ ରାଜ୍ୟରେ କ୍ଷମତାକୁ ଫେରିବାକୁ ଆଶା ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 5, 2024, 9:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.