ଚାକିରି ଆଶାୟୀଙ୍କ ପାଇଁ ଖୁସୀ ଖବର, ଖୁବଶୀଘ୍ର ଦେଶରେ ହେବ ଏକକ ଯୋଗ୍ୟତା ପରୀକ୍ଷା - National Recruitment Agency

🎬 Watch Now: Feature Video

thumbnail

By

Published : Aug 19, 2020, 7:09 PM IST

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ବୁଧବାର କେନ୍ଦ୍ରୀୟ କ୍ୟାବିନେଟ ଏକ ଜାତୀୟ ନିଯୁକ୍ତି ସଂସ୍ଥା ଗଠନ ପ୍ରସ୍ତାବକୁ ଅନୁମୋଦନ କରିଛି । କେନ୍ଦ୍ର ସରକାର ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ପ୍ରକାଶ ପାଉଥିବା ଅଣ ଗେଜେଟେଡ ପଦବୀ ପାଇଁ ଏଣିକି ଗୋଟିଏ ପ୍ରବେଶିକା ପରୀକ୍ଷା ତଥା ଏକକ ଯୋଗ୍ୟତା କମ୍‌ ପ୍ରବେଶିକା ପରୀକ୍ଷା (CET) ପରିଚାଳନା କରିବାକୁ କ୍ୟାବିନେଟ୍ ଜାତୀୟ ନିଯୁକ୍ତି ସଂସ୍ଥା (ନ୍ୟାସନାଲ ରିକ୍ରୁଟମେଣ୍ଟ ଏଜେନ୍ସି) କୁ ଅଧିକାର ପ୍ରଦାନ କରିଛି । ଏହି ନିଷ୍ପତ୍ତି ଦେଶର ବେକାରୀ ଯୁବକଙ୍କୁ ଲାଭ ପହଞ୍ଚାଇବ ବୋଲି ଜାଭଡେକର କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.