ବାତ୍ୟା ‘ୟାସ’କୁ ନେଇ SRCଙ୍କ ନିର୍ଦ୍ଦେଶ - ଓଡିଶାରେ ବାତ୍ୟା ୟଶ
🎬 Watch Now: Feature Video
ଭୁବନେଶ୍ବର: ବାତ୍ୟା 'ୟାସ'କୁ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ବଡ ନିର୍ଦ୍ଦେଶନାମା । ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଉପକୂଳ ଜିଲ୍ଲା ଗୁଡିକରେ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ କଲେ ଅନୁରୋଧ । ସେହିପରି ବାତ୍ୟାକୁ ବେଳେ ବାହାରକୁ ନଆସିବାକୁ ଅନୁରୋଧ । ବାତ୍ୟା ବେଳେ ଆମ୍ବ, ପଇଡ ପଣସ ଗୋଟାଇବାକୁ କଲେ ବାରଣ । କୌଣସି ଗୁଜବରେ ବିଶ୍ବାସ ନକରିବାକୁ ରହିଛି ପରାମର୍ଶ । ଓଡ଼ିଶାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନାକୁ ଦେଖି ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । 22 ଟି ଏନଡ଼ିଆରଫ ଟିମ, 50 ରୁ ଉର୍ଦ୍ଧ୍ବ ଓଡ୍ରାଫ, 150 ଫାୟାର ଟିମ ମୁତୟନ ହୋଇଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ଅତିରିକ୍ତ 30 ଟି ଏନଡ଼ିଆରଏଫ ଟିମ ଆସି ପହଞ୍ଚିବେ । ସର୍ବମୋଟ 52 ଏନଡ଼ିଆରଫ ଟିମ, 50 ରୁ 60 ଓଡ୍ରାଫ ଓ 200 ଟି ଫାୟାର ଟିମ ମୁତୟନ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି । 35 ଟି ଟ୍ରି-କଟର ଟିମ ନିୟୋଜିତ ହୋଇଛନ୍ତି । ପୂର୍ତ୍ତ ବିଭାଗ ପକ୍ଷରୁ 165 ଟି ସ୍ପେଶାଲାଇଜିଡ଼ ଇଂଜିନିୟରିଂ ଟିମ ଗଠନ କରାଯାଇଛି । ଯେଉଁମାନେ ପୁନରୁଦ୍ଧାର କାର୍ଯ୍ୟରେ ଲାଗିବେ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ 330 ଟି ଟିମ ଗଠନ କରାଯାଇଛି । ଜଳ ସମ୍ପଦ ବିଭାଗ ପକ୍ଷରୁ ବି ଟିମ ଗଠନ କରାଯାଇଛି । ଯେଉଁମାନେ ପୁନରୁଦ୍ଧାର କାର୍ଯ୍ୟରେ ଲାଗିବେ । ଆସନ୍ତାକାଲି 2 ରୁ 3 ଟା ଭିତରେ ସମସ୍ତେ ବାତ୍ୟା ଆଶ୍ରୟ ସ୍ଥଳକୁ ଚାଲି ଆସିବା ପାଇଁ ଅନୁରୋଧ କରାଯାଉଛି ।
Last Updated : May 24, 2021, 4:18 PM IST