ଭାଙ୍ଗିଗଲା ସିମେଣ୍ଟ ସ୍ଲାବ, କୂଅ ଭିତରେ ଖସିଗଲା କାର

By

Published : Jun 13, 2021, 10:18 PM IST

thumbnail
ମୁମ୍ବାଇ: ସିମେଣ୍ଟ ସ୍ଲାବ ଭାଙ୍ଗିଯିବାରୁ କୂଅ ଭିତରେ ଖସିଗଲା କାର । କିଛି କ୍ଷଣ ମଧ୍ୟରେ ସମ୍ପୂର୍ଣ୍ଣ କାର ପାଣି ଭିତରେ ବୁଡିଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମୁମ୍ବାଇର ଘାଟକପୋର ଅଞ୍ଚଳରେ । ମୁମ୍ବାଇରେ ଜାରି ରହିଛି ମୌସୁମୀ ବର୍ଷା । ଲଗାତାର ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଏଭଳି ସ୍ଥିତିରେ ରବିବାର ପାର୍କିଂ ହୋଇଥିବା ଏକ କାର ସିମେଣ୍ଟ ସ୍ଲାବ ଭାଙ୍ଗି ଯିବା ଯୋଗୁଁ ସମ୍ପୂର୍ଣ୍ଣ ପାଣି ଭିତରେ ବୁଡିଯାଇଛି । ସୌଭାଗ୍ୟବଶତଃ କାରରେ କେହି ନଥିଲେ । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.