ଚଳନ୍ତା ଟ୍ରେନରୁ ଖସିପଡିଲେ ଗର୍ଭବତୀ, ଆଉ ତାପରେ... - ଗର୍ଭବତୀ ମହିଳା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-13393865-thumbnail-3x2-p.jpg)
ମୁମ୍ବାଇ: ଚଳନ୍ତା ଟ୍ରେନରୁ ଖସିପଡିଲେ ଗର୍ଭବତୀ । ଦେବଦୂତ୍ତ ସାଜି ଜୀବନ ବଞ୍ଚାଇଲେ RPF ଯବାନ । ଏଭଳି ଘଟଣା ଦେଖିବାକୁ ମିଳିଛି ମୁମ୍ବାଇର କଲ୍ୟାଣ ରେଳ ଷ୍ଟେସନରେ । ଟ୍ରେନଟି ଚାଲୁଥିବା ସମୟରେ ମହିଳା ଜଣଙ୍କ ବାହରକୁ ବାହାରିବାକୁ ଚଷ୍ଟା କରୁଥିବା ବେଳେ ଅସାବଧାନତା ହେତୁ ଟ୍ରେନ ତଳକୁ ଖସିପଡିଥିଲେ । ତେବେ ଡ୍ୟୁଟିରେ ଥିବା ଆରଫିଏଫ ଯବାନ ତୁରନ୍ତ ମହିଳା ଜଣଙ୍କୁ ଉଦ୍ଧାର କରିଥିଲେ । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା ।