ଧନ୍ୟବାଦ ପ୍ରସ୍ତାବରେ ପ୍ରସନ୍ନଙ୍କ ଉଦବେଗ; କେନ୍ଦ୍ର ରାଜ୍ୟକୁ ଅଣଦେଖା କରିଛି - Rajyasabha mp prasanna acharya
🎬 Watch Now: Feature Video

ନୂଆଦିଲ୍ଲୀ: ଜାନୁୟାରୀ 31ରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଫେବୃୟାରୀ 1ରେ ବଜେଟ ଆଗତ ପରେ ଆରମ୍ଭ ହୋଇଛି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା । ମଙ୍ଗଳବାର ରାଜ୍ୟସଭାରେ ବିଜୁ ଜନତା ଦଳ ପକ୍ଷରୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଆଲୋଚନାରେ ଭାଗ ନେଇ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବାସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି ।