କାହା ଆଗରେ ମୁଣ୍ଡ ନୁଆଁଇବୁ ନାହିଁ, ଦେଶର ଅଖଣ୍ଡତା ସହିତ ସାଲିସ ହେବନି: ରାଜନାଥ ସିଂ - ଭାରତ-ଚୀନ ବିବାଦ
🎬 Watch Now: Feature Video
ନୂଆଦିଲ୍ଲୀ: ଭାରତ-ଚୀନ ସୀମାକୁ ନେଇ ଆଜି ରାଜ୍ୟସଭାରେ ନିଜର ମନ୍ତବ୍ୟ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପୂର୍ବରୁ ଲୋକସଭାରେ ସୀମାରେ ସ୍ଥିତି କିପରି ରହିଛି ସେନେଇ ଅବଗତ କରିଥିବାବେଳେ ଆଜି ରାଜ୍ୟସଭାରେ ପ୍ରତିରକ୍ଷାମନ୍ତ୍ରୀ ମଧ୍ୟ ସ୍ଥିତିକୁ ନେଇ ଅବଗତ କରାଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖ ଗସ୍ତରେ ଯାଇ ଯବାନଙ୍କୁ ଭେଟିଛନ୍ତି ଏବଂ ମୁଁ ମଧ୍ୟ ଲଦାଖକୁ ଯାଇ ଯବାନମାନଙ୍କ ସହିତ ସମୟ ଅତିବାହିତ କରିଛି ଓ ସେମାନଙ୍କ ଶକ୍ତି ଅନୁଭବ କରିଛି |