thumbnail

By

Published : Oct 4, 2021, 2:33 PM IST

ETV Bharat / Videos

ପୋଲିସ କବଜାରେ ପ୍ରିୟଙ୍କା, ସଂଘର୍ଷ ପରେ ଆରମ୍ଭ କଲେ ସଫେଇ ଅଭିଯାନ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସା ଘଟଣା ନିଆଁ ଲିଭିବାର ନାଁ ଧରୁନି । ଏବେ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ଭେଟିବାକୁ ଆଜି ଲକ୍ଷ୍ମୀପୁର ଗସ୍ତରେ ଆସୁଥିବା ସମୟରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ହେପାଜତକୁ ନେଇଛି । ପ୍ରିୟଙ୍କାଙ୍କୁ ହେପାଜତରେ ନେବା ସମୟରେ ସେ ଯୋଗୀ ସରକାର ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ନାରାଜ ପ୍ରିୟଙ୍କା କହିଥିଲେ ଯେ ‘‘ତୁମେ ଜୋର ଜବରଦସ୍ତ ହେପାଜତକୁ ନେଉଛ । ଏହା ସମ୍ପୂର୍ଣ୍ଣ ଭୁଲ ଅଟେ ’’। ସୀତାପୁର ଥାନା ଅଞ୍ଚଳରେ ପ୍ରିୟଙ୍କାଙ୍କୁ ଗୃହବନ୍ଦୀ କରାଯାଇଥିବା ବେଳେ ସେ ଝାଡୁ ମାରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ହୋଇଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.