thumbnail

ଆଜମଗଡରେ ଚାର୍ଟାର୍ଡ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ, ଟ୍ରେନି ପାଇଲଟଙ୍କ ଦେହାନ୍ତ

By

Published : Sep 21, 2020, 7:57 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଜମଗଡ ଜିଲ୍ଲାରେ ଏକ ଚାର୍ଟାର୍ଡ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ଖରାପ ପାଗ ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଥିବାବେଳେ ଏଥିରେ ଜଣେ ଟ୍ରେନି ପାଇଲଟଙ୍କର ଦେହାନ୍ତ ହୋଇଛି । କ୍ରାସ ହେବା ପରେ ଏୟାରକ୍ରାଫ୍ଟଟି ଛୋଟ ଛୋଟ ଖଣ୍ଡରେ ଭାଗ ହୋଇଯାଇଥିଲା । ପାଇଲଟଙ୍କ ମୃତଦେହ ଭଗ୍ନାବଶେଷ ଠାରୁ ପାଖାପାଖି 300 ମିଟର ଦୂରରେ ମିଳିଛି । ସୂଚନା ମିଳିବା ପରେ ସରାୟମୀର ଥାନା ଓ ଆଖାପାଖ ଅଞ୍ଚଳର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିମାନଟି ରାୟବରେଲୀର ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ଉଡାଣ ଏକାଡେମୀରୁ ସକାଳେ ଉଡାଣ ଭରିଥିଲା । ତେବେ ଦିନ 11ଟା ସୁଦ୍ଧା ଏହା ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ରାଡାରରେ ଥିବା ବେଳେ ଏହା ପରେ ବିମାନ ସହ କୌଣସି ସମ୍ପର୍କ ସ୍ଥାପନ ହୋଇପାରିନଥିବା ଅଧିକାରୀ ସୂଚନା ଦେଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.