thumbnail

ଶେଷ ଇଚ୍ଛା ଥିଲା ଜଗା ଦର୍ଶନ, ଷ୍ଟ୍ରେଚରରେ ଶୋଇ ସିଂହଦ୍ବାର ଆସିଲେ ବୃଦ୍ଧ

By ETV Bharat Odisha Team

Published : 2 hours ago

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାରରେ ଭାବ ବିହ୍ବଳ ଦୃଶ୍ୟ। ଜୀବନର ଶେଷ ସମୟରେ ଷ୍ଟ୍ରେଚରରେ ଶୋଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଜଣେ ଭକ୍ତ। ଷ୍ଟ୍ରେଚରରେ ଶୋଇଥିଲେ ଜଣେ ବୃଦ୍ଧ। ପାଖରେ ଛିଡ଼ା ହୋଇଥିଲେ ଜଣେ ବ୍ୟକ୍ତି ଓ ଅନ୍ୟ ଜଣେ ଯୁବକ। ମନରେ ଥିଲା ଦୁଃଖ ଏବଂ ଷ୍ଟ୍ରେଚର ଉପରେ ଶୋଇଥିବା ବୃଦ୍ଧଙ୍କ ମୁହଁରେ 'ଜୟ ଜଗନ୍ନଥ' ନାମ । ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିବା ସହ ପ୍ରମାଣିତ କରିଛି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ନିବିଡ ସମ୍ପର୍କ । 

ଏହା ବି ପଢନ୍ତୁ...ଧାର ଧାର ଝରି ପଡୁଥିଲା ଲୁହ; ପ୍ରବଳ ବର୍ଷାରେ ଦଣ୍ଡ ପ୍ରଣାମ କରି କାଳିଆ ପାଖକୁ ଗଲେ ମହିଳା ଭକ୍ତ - Dandavat Pranam at Srimandir

ଏହା ବି ପଢନ୍ତୁ...ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି, ମହାପ୍ରଭୁଙ୍କ ରାଧା ଦାମୋଦର ବେଶ

ଏହା ବି ପଢନ୍ତୁ-ଶ୍ରୀମନ୍ଦିରରେ ଖୁବଶୀଘ୍ର ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ, ବର୍ଷକୁ ଖର୍ଚ୍ଚ ହେବ ଏତିକି କୋଟି

ସୂଚନା କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି ଯାଜପୁର ଜିଲ୍ଲା କୁଆଖିଆ ଗ୍ରାମର ବିଜୟ କୁମାର ତରେଇ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ଜଟିଳ ହେଉଥିବାରୁ ମୃତ୍ୟୁ ପୂର୍ବରୁ ବିଜୟଙ୍କ ଶେଷ ଇଚ୍ଛା ଥିଲା ଜଗା ଦର୍ଶନ। ସେଥିପାଇଁ ପରିବାର ସହ ଗାଁରୁ ବାହାରି ପୁରୀରେ ପହଞ୍ଚିଥିଲେ ବିଜୟ। ତେବେ ବିଜୟଙ୍କୁ ଶ୍ରୀମନ୍ଦିର ଭିତରକୁ ଯାଇ ଦର୍ଶନ କରାଇବା ଅସମ୍ଭବ ଥିବାରୁ ଏକ ଷ୍ଟ୍ରେଚରରେ ଆଣି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କୁ ଦର୍ଶନ କରାଇଥିଲେ ବିଜୟଙ୍କ ସାନ ପୁଅ ଓ ସାନ ଭାଇ। ଏହି ଦୃଶ୍ୟ ଶ୍ରୀକ୍ଷେତ୍ରରେ ସୃଷ୍ଟି କରିଥିଲା ଭାବବିହ୍ୱଳ ପରିବେଶ।

ଏହା ବି ପଢନ୍ତୁ...ପୁରୀ ଶ୍ରୀମନ୍ଦିରରେ ଦୀପ ହେଉ କି ପ୍ରସାଦ ଓମଫେଡ ଘିଅ ବ୍ୟବହାର, ଆଇନ ମନ୍ତ୍ରୀ କହିଲେ ଆଶ୍ଵସ୍ଥ ହେବେ ଭକ୍ତ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.