thumbnail

ଅଦିନିଆରେ ମାଣବସା ଓଷା: ଜାଣନ୍ତୁ କେଉଁଠି ?

By ETV Bharat Odisha Team

Published : 3 hours ago

କେନ୍ଦ୍ରାପଡ଼ା: ଅଦିନିଆରେ ମାଣବସା ଓଷା । ଏଭଳି ଏକ ନିଆର ପରମ୍ପାରା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ ।ଗଜଲକ୍ଷ୍ମୀଙ୍କ ଆରଧନା ସହ ମାଣବସା ଓଷା କରୁଛନ୍ତି କେନ୍ଦ୍ରାପଡା ବଡ଼ହାଟ ମୌଜାର ଘନଶ୍ୟାମ ମର୍ଦ୍ଦରାଜ ପରିବାର । ମାର୍ଗଶୀର ମାସ ଗୁରୁବାରରେ ଘର ମାନଙ୍କରେ ଯେଉଁଭଳି ଭାବରେ ମାଣବସା ଯାଇଥାଏ ଠିକ ସେହିପରି ଲକ୍ଷ୍ମୀ ପୂଜାରେ ଥାନପତିଙ୍କ ନିକଟରେ ମାଣ  ବସାଯାଏ । 

ଲକ୍ଷ୍ମୀପୂଜାରେ ମାଣ ଓସା ନୀତି:-

କେନ୍ଦ୍ରାପଡା ନୂଆ ବସଷ୍ଟାଣ୍ଡ ନିକଟସ୍ଥ ଥାନପତି ଗଜଲକ୍ଷ୍ମୀଙ୍କ ନିକଟରେ ପାଳନ ହୁଏ ଅଦିନିଆ ମାଣବସା ଓଷା । ଏଠାରେ ୧୯୩୭ ମସିହାରୁ ମା'ଗଜଲକ୍ଷ୍ମୀଙ୍କ ସାତଦିନ ପୂଜା ମଧ୍ୟରେ ପଡୁଥିବା ଗୁରୁବାର ଦିନ ମାଣବସା ଓସା ପାଳନ କରାଯାଏ । ଅଙ୍କା ଯାଇଛି ଧନଦାତ୍ରୀ ମା' ଲକ୍ଷ୍ମୀଙ୍କ ପଦଚିହ୍ନ, ପଡିଛି ଝୋଟିଚିତା ଆଉ ତା ସାଙ୍ଗକୁ ଚାଲିଛି ମାଣ ଖଟୁଲିରେ ମା'ଙ୍କ ସ୍ଥାପନା ।ସମ୍ପୂର୍ଣ୍ଣ ଓଡ଼ିଆ ବିଧି ମୁତାବକ ମା'ଙ୍କୁ ମାଣ ଖଟୁଲିରେ ବସାଯାଇ ଧାନ ବେଣ୍ଟି,ନୂଆ ବସ୍ତ୍ର ,ମୂଳା, ଆଖୁ, କଦଳୀ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀରେ ସୁସଜ୍ଜିତ କରାଯାଇଛି । ମା'ଙ୍କୁ ଝୁଣା, ଧୂପ, ଦୀପ ଓ ଭୋଗ ଲାଗି କରାଯାଇଥାଏ । ମଧ୍ୟାହ୍ନରେ ଦହି ପଖାଳ, ଶାଗଭଜା, ଖେଚୁଡ଼ି, ଡାଲମା, କ୍ଷୀରି ଇତ୍ୟାଦି ଭୋଗ ଲଗାଯାଇଥାଏ । 

ପ୍ରତ୍ୟେକ ବର୍ଷ ଏହି ପୂଜା ମଣ୍ଡପକୁ ମାଣବସା ଗୁରୁବାର ବ୍ରତ କରିବା ପାଇଁ କାହିଁ କେତେ ସ୍ଥାନରୁ ଛୁଟି ଆସିଥାନ୍ତି ମହିଳା । ଏହି ସେବା ପାଇବା ପାଇଁ ମର୍ଦ୍ଦରାଜ ପରିବାରକୁ ଦୀର୍ଘ ୮୬ ବର୍ଷ ତଳୁ ଅନୁମତି ଦିଆଯାଇଥିବା ବେଳେ ପରିବାରର ଗୁରୁଜନଙ୍କ ଠାରୁ ଏହି ସେବା ପାଇ ଖୁସି ଥିବା କହିଛନ୍ତି । ଏହି ମଣ୍ଡପରେ ମା' ଲକ୍ଷ୍ମୀଙ୍କୁ ତୁଳସୀପତ୍ରରେ ପୂଜା କରାଯାଉଥିବା କିମ୍ବଦନ୍ତୀ ରହିଛି ।ଏଥିସହ ମା'ଙ୍କର ସନ୍ଧ୍ୟାରେ ପଦ୍ମବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମନରେ ରହିଥାଏ ଅପୂର୍ବ ଉତ୍ସାହ । ଅଦିନରେ ଅନୁଷ୍ଠିତ ଏହି ନିଆରା ପରମ୍ପରାରେ ନିଜକୁ ସାମିଲ କରି ପାରିଥିବାରୁ ଧନ୍ୟମନେ କରିଛନ୍ତି ଜଣେ ଶ୍ରର୍ଦ୍ଧାଳୁ ।

ଏହା ମଧ୍ୟ ପଢନ୍ତୁ ...ବିରାଜିଲେ ଧନଦାତ୍ରୀ, ଉତ୍ସବମୁଖର ଅନୁଗୋଳ-କେନ୍ଦ୍ରାପଡା   

ଇଟିଭି ଭାରତ, କେନ୍ଦ୍ରାପଡ଼ା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.