ଶଗଡରେ ବନ୍ୟା ପାଣି ପାର କରୁଛି ଚାଷୀ, ଦେଖନ୍ତୁ ଭିଡିଓ... - କାଟାରାକି-ଗୁଡଲାନୁ
🎬 Watch Now: Feature Video
ବେଙ୍ଗାଲୁରୁ: କାଟାରାକି-ଗୁଡଲାନୁର ଲୋକେ ଶଗଡରେ ଫସଲ ନେଇଥାନ୍ତି । ଏହି ସମୟରେ ସେମାନେ ତୁଙ୍ଗଭଦ୍ରା ଡ୍ୟାମ୍ ଅତିକ୍ରମ କରିଥାନ୍ତି । ଯାହା ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ । ତେବେ ଲଗାଣ ବର୍ଷାରେ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି । ଏଥିରେ ଜଣେ ଚାଷୀ ଶଗଡରେ ବନ୍ୟାଜଳ ପାର କରୁଥିବାର ଦେଖିବାକୁ ମିଳିଛି । ଏହି ସମୟରେ ଜଣେ ମୋବାଇଲରେ ଦୃଶ୍ୟ ଉତ୍ତୋଳନ କରିଥିଲେ । ପୂର୍ବରୁ ମଧ୍ୟ ବାଲାରୀ, କୋପପାଲ ଓ ରାଇଚୁର ଜିଲ୍ଲାର ଚାଷୀମାନେ ତୁଙ୍ଗଭଦ୍ରା ଡ୍ୟାମକୁ ପାରି କରିଥାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ