ପବିତ୍ର ଗଙ୍ଗା ନଦୀରେ କୁଢ କୁଢ ମୃତଦେହ, ଦେଖନ୍ତୁ ଇଟିଭି ଭାରତର ଏକ୍ସକ୍ଲୁସିଭ ରିପୋର୍ଟ... - gnaja river latest news
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-11709511-thumbnail-3x2-ganga.jpg)
ଲକ୍ଷ୍ନୌ: ଇଟିଭି ଭାରତର ଏକ୍ସକ୍ଲୁସିଭ ରିପୋର୍ଟ । ଦେଖନ୍ତୁ ବିହାର ଓ ଉତ୍ତରପ୍ରଦେଶ ମଧ୍ୟରେ ପ୍ରବାହିତ ହେଇଥିବା ଗଙ୍ଗା ନଦୀରେ କୁଢ କୁଢ ମୃତଦେହ । ବିହାରର ବକ୍ସର ଜିଲ୍ଲାର ଗଙ୍ଗା ନଦୀରେ ଭାସୁଛି 50ରୁ ଊର୍ଦ୍ଧ୍ବ ମୃତଦେହ । ସମସ୍ତ ମୃତଦେହ ଗଳିତ ଅବସ୍ଥାରେ ଥିବା ନଜର ଆସିଛି । ଗଙ୍ଗା ନଦୀକୂଳରେ ମୃତଦେହ ଭାସୁଥିବା ଦେଖି ଜିଲ୍ଲାପାଳଙ୍କୁ ଖବର ଦେଇଛନ୍ତି ଆମ ଇଟିଭି ଭାରତ ପ୍ରତିନିଧି । ନଦୀର ଜଳସ୍ତର କମିବା କାରଣରୁ ମୃତଦେହ ଗୁଡିକ ନଦୀପଠାକୁ ଉଠି ଆସିଛି । ପ୍ରକାଶଥାଉକି, ମହାଦେବ ଘାଟ ନିକଟରେ ଏହି ମୃତଦେହ ଗୁଡିକୁ ଦେଖିବାକୁ ମିଳିଛି, ଯେଉଁଠି କୁକୁର ମୃତଦେହ ଗୁଡିକୁ ଟାଣି ବାହାର କରିବାକୁ ଚେଷ୍ଟା କରୁଥିଲେ । ‘ଇଟିଭି ଭାରତ’ ପ୍ରତିନିଧିଙ୍କ ଠାରୁ ଖବର ପାଇବା ପରେ ବକ୍ସର ଜିଲ୍ଲାପାଳ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ