ସାମିଲ ହେବାର ଘଣ୍ଟାଏ ପରେ ବିଜେପିରୁ ବିଦା ହେଲେ କପିଲ ଗୁଜ୍ଜର - କପିଲ ଗୁଜ୍ଜର ବିଜେପିରେ ଯୋଗଦେଲେ
🎬 Watch Now: Feature Video
ନୂଆଦିଲ୍ଲୀ: ବିଜେପିରେ ଯୋଗଦେବାର କିଛି ସମୟ ପରେ ଦଳରୁ ବିଦା ହେଲେ କପିଲ ଗୁଜ୍ଜର । ସେ ଶାହିନବାଗ ଆନ୍ଦୋଳନରେ ଫାୟାରିଂ କରି ବେଶ ଚର୍ଚ୍ଚାରେ ଥିଲେ । ସେପଟେ ବିଜେପିରେ ସାମିଲ ହେବାର ଏକ ଘଣ୍ଟା ନ ପୂରୁଣୁ ବିଜେପିରୁ ସଦସ୍ୟତାକୁ ରଦ୍ଦ କରାଯାଇଛି । ସୂତ୍ର ଅନୁସାରେ ବିଜେପିର ବରିଷ୍ଠ ନେତାମାନେ କପିଲ ଗୁଜ୍ଜରଙ୍କ କାର୍ଯ୍ୟ ପ୍ରତି ଅସନ୍ତୁଷ୍ଟ ଥିବା ଜଣାପଡିଛି । ଏହାକୁ ନେଇ ଗାଜିଆବାଦ ବିଜେପି ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ବିଜେପିରେ ଯୋଗ ଦେଇଥିବା କପିଲ ଗୁଜ୍ଜରଙ୍କ ସଦସ୍ୟତାକୁ ରଦ୍ଦି କରିଛି ବିଜେପି ।