ରାହୁଲଙ୍କ ମତ୍ସ୍ୟ ମନ୍ତ୍ରଣାଳୟ ମନ୍ତବ୍ୟ: ମନ୍ତ୍ରୀ କହିଲେ ସ୍କୁଲ ଯାଆନ୍ତୁ କଂଗ୍ରେସ ନେତା - ରାହୁଲ ଗାନ୍ଧୀ
🎬 Watch Now: Feature Video
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ସ୍ବତନ୍ତ୍ର ମତ୍ସ୍ୟ ମନ୍ତ୍ରଣାଳୟ ଗଠନ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ପ୍ରବଳ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ଗିରିରାଜ କହିଛନ୍ତି କଂଗ୍ରେସ ନେତାଙ୍କୁ ବୋଧହୁଏ ବିଦ୍ୟାଳୟ ପଠାଯିବା ଉଚିତ୍। ଯାହାଦ୍ବାରା ସେ ଜାଣିପାରିବେ କେନ୍ଦ୍ର ସରକାରଙ୍କ ଅଧୀନରେ କେଉଁ ମନ୍ତ୍ରଣାଳୟ ଓ ବିଭାଗ ସବୁ ରହିଛି। ସଂସଦରେ ଫେବୃଆରୀ 2ରେ ଏକ ଅଣତାରକା ପ୍ରଶ୍ନ ପଚାରି ଥିଲେ ରାହୁଲ। ପୁଡୁଚେରୀ ଏବଂ କୋଚିରେ ଏକ ସଭାରେ ରାହୁଲ ଉଦ୍ବୋଧନ ଦେଇ କହିଥିଲେ ଆମ ଦେଶରେ ମତ୍ସ୍ୟ ବିଭାଗ ନାହିଁ, ଯଦି କ୍ଷମତାକୁ ଆସିବି ତାହାଲେ ମତ୍ସ୍ୟ ଚାଷ ପାଇଁ ମୋର ସ୍ବତନ୍ତ୍ର ମନ୍ତ୍ରଣାଳୟ ରହିବ। ତେବେ ଏହା ଏକ ସାମ୍ବିଧାନିକ ପ୍ରସଙ୍ଗ ବୋଲି କହିଛନ୍ତି ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରୀ ଗିରିରାଜ ସିଂ।