Man flying with kite: ଗୁଡି ସହ ଆକାଶକୁ ଉଡ଼ିଗଲେ ବ୍ୟକ୍ତି, ଭିଡ଼ିଓ ଭାଇରାଲ - ଶ୍ରୀଲଙ୍କା ଭାଇରାଲ ଭିଡିଓ

🎬 Watch Now: Feature Video

thumbnail

By

Published : Dec 23, 2021, 5:42 PM IST

Updated : Dec 23, 2021, 6:18 PM IST

କଲମ୍ବୋ: ଭାରତରେ ଗୁଡ଼ି ଉଡ଼ାଇବାକୁ ବେଶ ପସନ୍ଦ କରନ୍ତି ଦେଶବାସୀ । ଏହାକୁ ନେଇ ଦେଶରେ ଅନେକ ପ୍ରତିଯୋଗିତା ରହିଥିବା ବେଳେ ମକର ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଥାଏ ଏହି ଗୁଡ଼ି ଉଡ଼ା ପର୍ବ । କିନ୍ତୁ ଏଠାରେ କୌଣସି ପର୍ବ ସମ୍ପର୍କରେ ଆମେ କହୁନାହୁଁ । ଏହି ଗୁଡ଼ି ଉଡ଼ାକୁ ନେଇ ଶ୍ରୀଲଙ୍କାରେ ଭାଇରାଲ ହେଉଥିବା ଏକ ଭିଡ଼ିଓ ସମ୍ପର୍କରେ କହୁଛୁ । ଯେଉଁଠି ଗୁଡି଼ରେ ଜଣେ ବ୍ୟକ୍ତି ଆକାଶରେ ଉଡୁଥିବା ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ବ୍ୟକ୍ତିଙ୍କୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇପଡିଛନ୍ତି ୟୁଜର୍ସ । ମିଳିଥିବା ସୂଚନା ଅନୁସାରେ ବ୍ୟକ୍ତି ଜଣକ ଗୁଡି଼ ଉଡାଉଥିବା ବେଳେ ଆକାଶରେ ଉଡ଼ିଯାଇଥିଲେ । ସେ କିଛି ସମୟ ଧରି ଦଉଡ଼ି ଧରି ଆକାଶରେ ଉଡିଥିଲେ । ଏହାପରେ ତାଙ୍କୁ ତଳକୁ ଅଣାଯାଇଥିଲା । ଉକ୍ତ ବ୍ୟକ୍ତିଙ୍କୁ ସାମାନ୍ୟ ଆଘାତ ଲାଗିଥିବା ମଧ୍ୟ ଜଣାପଡ଼ିଛି ।
Last Updated : Dec 23, 2021, 6:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.