ଅଭିଶାପ ଅନଲାଇନ ପାଠପଢା, ପ୍ରଭାବିତ ଦେଢଲକ୍ଷ ଛାତ୍ରଛାତ୍ରୀ - Neither internet nor mobile phone
🎬 Watch Now: Feature Video

ଲାଟେହର: ବର୍ତ୍ତମାନ ଦେଶରେ ଜାରି ରହିଛି କୋରୋନା ଲକଡାଉନ । ଏପରି ସ୍ଥିତିରେ ଶିକ୍ଷାଦାନ ପ୍ରକ୍ରିୟା ଅନେକାଂଶରେ ବିଫଳ ହୋଇଛି । ସରକାର ଅନଲାଇନ ପାଠ୍ୟକ୍ରମକୁ ଗୁରୁତ୍ବ ଦିଆଯାଉଥିବାବେଳେ ଅନେକଙ୍କ ସୁବିଧା ନଥିବାରୁ ଏହା ସଫଳ ହୋଇପାରିନାହିଁ । ଏପରି ମଧ୍ୟ ଦେଖିବାକୁ ମିଳିଛି ଝାଡଖଣ୍ଡର ଲାଟେହରରେ । ଏକଦା ଲାଲବାହିନୀର ଗଡ ପାଲଟିଥିବା ଏହି ଜିଲ୍ଲାରେ ଶିକ୍ଷା ଯୋଗୁଁ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ହେଲେ ଡିଜିଟାଲ ବିଭାଜନ ଯୋଗୁଁ ଏଠାକାର ପିଲାମାନେ ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି ।