ଆଜିଠୁ ଜମ୍ମୁରେ ଖୋଲିଲା ଏସିଆର ସର୍ବବୃହତ ଟ୍ୟୁଲିପ ଉଦ୍ୟାନ - Jammu and Kashmir
🎬 Watch Now: Feature Video
ଶ୍ରୀନଗର: ଆଜି(ଗୁରୁବାର) ଜମ୍ମୁକାଶ୍ମୀରରେ ଖୋଲିଲା ଏସିଆର ସର୍ବବୃହତ ଟ୍ୟୁଲିପ ଉଦ୍ୟାନ । ଏହି ଉଦ୍ୟାନ ଜମ୍ମୁକାଶ୍ମୀରର ଦାଲ ହ୍ରଦ ନିକଟରେ ରହିଛି । ଗତ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଉଦ୍ୟାନକୁ ଯାଇ ଭ୍ରମଣ କରିବା ପାଇଁ ଟ୍ବିଟ ମାଧ୍ୟମରେ କହିଥିଲେ । ଏହି ଉଦ୍ୟାନରେ ପ୍ରାୟ 1.5 ମିଲିୟନ ବା 15 ଲକ୍ଷରୁ ଊର୍ଦ୍ଧ୍ବ ସଂଖ୍ୟାର ପ୍ରାୟ 64ରୁ ଅଧିକ ପ୍ରଜାତିର ଫୁଲ ରହିଛି । ଟ୍ୟୁଲିପ ଉଦ୍ୟାନ ସାଧାରଣତଃ ଏପ୍ରିଲ 1 ତାରିଖଠାରୁ ମେ ମାସ 30 ତାରିଖ ପର୍ଯ୍ୟନ୍ତ ଖୋଲା ରହୁଥିବା ବେଳେ ଚଳିତ ବର୍ଷ କୋଭିଡ ମହାମାରୀ ପାଇଁ ମାର୍ଚ୍ଚ 25 ତାରିଖରେ ଅର୍ଥାତ୍ ଆଜିଠାରୁ ଏହି ଉଦ୍ୟାନ ଖୋଲୁଥିବା ସୂଚନା ମିଳିଛି । ଉଦ୍ୟାନକୁ ବୁଲିବାକୁ ଆସିଥିବା ଭ୍ରମଣକାରୀମାନେ ସମସ୍ତ କୋଭିଡ ନିୟମ ପାଳନ କରିବା ପାଇଁ SOP ଜାରି ହୋଇଛି ।
Last Updated : Mar 25, 2021, 2:23 PM IST