ଦାଉ ସାଧିଲା ବର୍ଷା, ରାସ୍ତାରେ ଗଡୁଛି କ୍ବିଣ୍ଟାଲ କ୍ବିଣ୍ଟାଲ କମଳା - କମଳା ଚାଷ
🎬 Watch Now: Feature Video
ମୁମ୍ବାଇ: ମହାରାଷ୍ଟ୍ର ଅମରାବତୀ ଜିଲ୍ଲାର ବିଦର୍ଭର କମଳା ବିଶ୍ୱ ପ୍ରସିଦ୍ଧ । କିନ୍ତୁ କିଚି କିଛି ବର୍ଷ ହେବ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି କମଳା ଚାଷୀ । ଫଳରେ ଏହି ଚାଷ କରିବାକୁ ଆଉ ମନବଳାଉନାହାନ୍ତି ଚାଷୀ । ଜିଲ୍ଲାର ଅନେକ ସ୍ଥାନରେ କମଳା ଚାଷ କରାଯାଉଥିବା ବେଳେ କ୍ଷତି ସହିବାରୁ ଅମରାବତୀର ଅଖଲପୁରରେ ହଜାର ହଜାର କ୍ୱିଣ୍ଟାଲ କମଳା କୃଷକମାନେ ରାସ୍ତାରେ ଫିଙ୍ଗିଦେଇଛନ୍ତି । ଚଳିତ ବର୍ଷ ବର୍ଷା ହେତୁ ଚାଷ ଜମିକୁ ଯାଇଥିବା ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ କାଦୁଅରେ ଭର୍ତ୍ତି ହୋଇଥିବାରୁ କୃଷକ ଏବଂ ବ୍ୟବସାୟୀମାନେ ଚାଷଜମିକୁ ଯାଇପାରିନଥିଲେ । ଫଳରେ କମଳା ବ୍ୟବସାୟୀମାନେ ଚାଷକୁ ଅଣଦେଖା କରିବାରୁ କମଳା ଚାଷ କ୍ଷତିଗ୍ରସ୍ତ ହେବାରୁ ଏଥିରେ କ୍ରୋଧିତ ହୋଇ କୃଷକମାନେ କମଳାକୁ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ । ଏହାପରେ ସହାୟତା ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ କୃଷକ ମାନେ ।