thumbnail

By

Published : Nov 9, 2021, 5:01 PM IST

ETV Bharat / Videos

ପରମ୍ପରା ବଞ୍ଚାଇବାକୁ ମନ୍ଦିରରେ କଣ୍ଢେଇ ବାହାଘର, ଜମୁଛି ଗହଳି

ହାଇଦ୍ରାବାଦ: ବିବାହ ଏକ ପବିତ୍ର ବନ୍ଧନ । ଦୁଇ ପରିବାର ମଧ୍ୟରେ ସ୍ଥାପନ ହୁଏ ନୂଆ ସମ୍ପର୍କ। ବିବାହଠୁ ଆରମ୍ଭ କରି କନ୍ୟା ଘରକୁ ଯିବା ପର୍ଯ୍ୟନ୍ତ ଘରେ ଲାଗି ରହିଥାଏ ଉତ୍ସବ । କିନ୍ତୁ ବର୍ତ୍ତମାନ ଯୁବପିଢି ବିବାହର ପରମ୍ପରା ସମ୍ପର୍କରେ ଅଜ୍ଞ । ତେବେ ବିବାହ ସମୟରେ ହେଉଥିବା ସମସ୍ତ ପରମ୍ପରା ସମ୍ପର୍କରେ ଆଜିର ଯୁବପିଢିଙ୍କୁ ଅବଗତ କରାଇବା ପାଇଁ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି ତେଲେଙ୍ଗାନା ହାଇଦ୍ରାବାଦର ମହିଳା ଜୟା । ଯିଏକି ମନ୍ଦିରରେ ଆରମ୍ଭ କରିଛନ୍ତି 'କଣ୍ଢେଇ ପ୍ରଦର୍ଶନୀ' । ଏହି ପ୍ରଦର୍ଶନୀରେ ଛୋଟ ଛୋଟ କଣ୍ଢେଇଙ୍କ ଜରିଆରେ ବାହାଘରର ସମସ୍ତ ଉତ୍ସବକୁ ଦର୍ଶାଯାଇଛି । ଏଥିରେ ପ୍ରାୟ ବିବାହର ୨୫ଟି କାର୍ଯ୍ୟକ୍ରମ ରହିଛି । ସେ ଏହି ପ୍ରଦର୍ଶନୀ ଆରମ୍ଭ କରିବା ପରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିରର କୋଷାଧ୍ୟକ୍ଷ ପାପାରାଓ ତାଙ୍କୁ ମନ୍ଦିରରେ ଏହି ପ୍ରଦର୍ଶନୀ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ । କୋଷାଧ୍ୟକ୍ଷଙ୍କ ପ୍ରସ୍ତାବକୁ ସମ୍ମାନ ଜଣାଇ ଦିଲସୁଖନଗରର ମହିଳା ଜୟା ମନ୍ଦିରରେ ଏହି କଣ୍ଢେଇଗୁଡ଼ିକୁ ସ୍ଥାପନ କରିଛନ୍ତି । ହାଇଦ୍ରାବାଦ ବନସ୍ଥଲିପୁରମର ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଏହି ପ୍ରଦର୍ଶନୀର ଆୟୋଜନ ହୋଇଛି । ମନ୍ଦିରକୁ ଆସୁଥିବା ଭକ୍ତମାନେ ପ୍ରଭୁ ଭେଙ୍କଟେଶ୍ବରଙ୍କୁ ଦର୍ଶନ କରିବା ସହିତ ଏହି ପ୍ରଦର୍ଶନୀକୁ ବୁଲି ଦେଖୁଛନ୍ତି । ଏହାସହିତ ପରମ୍ପରାକୁ ବଞ୍ଚାଇ ରଖିବାର ମହିଳାଙ୍କ ଚିନ୍ତାଧାରାକୁ ଭୂୟସୀ ପ୍ରଶଂସା କରିଛନ୍ତି । ଅନ୍ୟପଟେ ମହିଳା ଜଣକ ହସ୍ତଶିଳ୍ପରେ ରୁଚି ରଖନ୍ତି । ସେ ନିଜ ହାତରେ ପ୍ରାୟ ୪୦ ଦିନ ସମୟ ନେଇ ଏହି ଆକର୍ଷଣୀୟ ସୁସଜ୍ଜିତ କଣ୍ଢେଇଗୁଡିକୁ ତିଆରି କରିଛନ୍ତି । ସେ ଗତ ୨୫ ବର୍ଷ ଧରି ହସ୍ତଶିଳ୍ପ କାର୍ଯ୍ୟ କରିଆସୁଛନ୍ତି । ସେ ଆଗକୁ ନିଜ ଝିଅର ବିବାହ କରିବାକୁ ଯାଉଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.