ମାଟିଅତଡା ଖସି ପୋତି ହୋଇଯାଇଥିଲା ଶିଶୁ, ଅଧଘଣ୍ଟା ପରେ ଜୀବିତ ଉଦ୍ଧାର - ଶିଶୁ ଉଦ୍ଧାର
🎬 Watch Now: Feature Video

ପାଟନା: ବିହାର କଟିହାରରେ ଅଭାବନୀୟ ଘଟଣା । ମାଟି ଅତଡା ଖସି 6 ଫୁଟ ଗାତ ଭିତରେ ପୋତିହୋଇଥିବା ଶିଶୁ ଉଦ୍ଧାର । ଦୀର୍ଘ 30 ମିନିଟ ଧରି ମାଟି ଭିତରେ ପୋତି ଜୀବନ ମୃତ୍ୟୁ ଶହ ସଂଘର୍ଷ କରିଥିଲା ଶିଶୁଟି । ଶିଶୁଟିକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏକ ରାସ୍ତା କାମ ପାଇଁ ଖୋଳାଯାଇଥିବା 6 ଫୁଟ ଖାଲ ଭିତରେ ପଡି ଯାଇଥିଲା ଶିଶୁ । ହଠାତ ମାଟି ଭୁଷୁଡି ଯିବାରୁ ଶିଶୁଟି ପୋତି ହୋଇଯାଇଥିଲା । ଭଗବାନଙ୍କ ଆଶୀର୍ବାଦ ଯୋଗୁଁ ଶିଶୁଟିକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଗ୍ରାମବାସୀ କହିଛନ୍ତି ।
ବ୍ୟୁର ରିପୋର୍ଟ, ଇଟିଭି ଭାରତ