କୋରୋନା ଯୋଦ୍ଧାଙ୍କୁ ପ୍ରୋତ୍ସାହିତ କରନ୍ତୁ କେନ୍ଦ୍ର ସରକାର: ପ୍ରସନ୍ନ ଆଚାର୍ଯ୍ୟ
🎬 Watch Now: Feature Video
ନୂଆଦିଲ୍ଲୀ: ମହାମାରୀ କୋରୋନାକୁ ନେଇ ଆଜି ରାଜ୍ୟସଭାରେ ଆଲୋଚନା କରାଯାଇଛି । ଏଥିରେ ଭାଗ ନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ନିଜର ମତ ରଖିଛନ୍ତି । ବିଶ୍ବ, ଦେଶ ଓ ରାଜ୍ୟ କିପରି କୋରୋନା କବଳରେ ପଡିଛି ତାହା ଦର୍ଶାଇଛନ୍ତି । ଏହାସହ ବିଶ୍ବ ଅନୁପାତରେ ଦେଶର ସ୍ଥିତି କିପରି ଉଦବେଗଜନକ ତାହା ଗୃହକୁ ଜଣାଇଛନ୍ତି । ସେହିପରି କୋରୋନା ସମୟରେ ଦେଶର ଆର୍ଥିକ ସ୍ଥିତି ଭଲ ନଥିବା କହିବା ସହ ରାଜ୍ୟର ଆର୍ଥିକ ସ୍ଥିତି କିପରି ହ୍ରାସ ହୋଇଛି ତାହା ମଧ୍ୟ ଦର୍ଶାଇଛନ୍ତି । ଭାରତ ଜିଡିପିରେ ସବୁଠାରୁ ତଳେ ଥିବାବେଳେ କୋରୋନା ଆକ୍ରାନ୍ତଙ୍କରେ କିପରି ଆଗରେ ରହିଛି ତାହା କହିଛନ୍ତି ।