ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ, ବରକନ୍ୟା ବିରୋଧରେ ମାମଲା ରୁଜୁ
🎬 Watch Now: Feature Video
ବେଙ୍ଗାଲୁରୁ: ସେଲିବ୍ରେସନ ଆଳରେ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ । ବନ୍ଧୁଙ୍କ ସହିତ ମସଗୁଲ ହୋଇ ଉତ୍ସବ ପାଳିବା ପରେ ବରକନ୍ୟାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ହିନ୍ଦୁ ଧାର୍ମିକ ସଂଗଠନ ସେମାନଙ୍କ ବିରୋଧରେ ଅଭିଯୋଗ କରିବା ପରେ କର୍ଣ୍ଣାଟକ ପୋଲିସ ବର ଏବଂ ତାଙ୍କ ବନ୍ଧୁଙ୍କ ବିରୋଧରେ ଜାମିନ ବିହୀନ ବିଭାଗ ଅଧୀନରେ ମାମଲା ରୁଜୁ କରିଛି । ତେବେ ଦକ୍ଷିଣ କର୍ଣ୍ଣାଟକରେ ହିନ୍ଦୁମାନେ ପୂଜା କରୁଥିବା ଦେବତା କୋରାଗାଜା( Koragajja)ଙ୍କ ପରି ବସ୍ତ୍ର ପରିଧାନ କରି ସେଲିବ୍ରେସନ କରୁଥିଲେ । ବରକନ୍ୟା ବନ୍ଧୁଙ୍କ ସହିତ ମିଶି ଏପରି କରିବା ଫଳରେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚିଛି ବୋଲି ଅଭିଯୋଗ ହୋଇଛି । ଏହି ଘଟଣା କର୍ଣ୍ଣାଟକ ଭିତଲାର ସାଲାଥୁର ଅଞ୍ଚଳରେ ଘଟିଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତଙ୍କୁ ପ୍ରାଥମିକ ତଦନ୍ତ ଭିତ୍ତିରେ ପଚରାଉଚୁରା କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ