ETV Bharat / state

'ଚନ୍ଦ୍ରଗିରି-କାବେରୀ କଫିରେ ଅଧିକ ପୋଷକତତ୍ତ୍ବ', ଗବେଷଣାରୁ ଜଣାପଡ଼ିଲା ଗୁଣାତ୍ମକ ମାନ - KORAPUT CHANDRAGIRI CABERI COFFEE

କୋରାପୁଟର ୧୩ ପ୍ରଜାତିର କଫିକୁ ନେଇ ଗବେଷଣା । ଚନ୍ଦ୍ରଗିରି ଏବଂ କାବେରୀ କଫିରେ ପୃଷ୍ଟିକର ଓ ଗୁଣାତ୍ମକ ମାନ ଥିବା ଗବେଷଣାରୁ ମିଳିଲା ତଥ୍ୟ ।

CHANDRAGIRI AND CABERI COFFEE
CHANDRAGIRI AND CABERI COFFEE (ETV BHARAT ODISHA)
author img

By ETV Bharat Odisha Team

Published : Nov 12, 2024, 11:47 AM IST

କୋରାପୁଟ: କଫି ଉତ୍ପାଦନରେ ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି କୋରାପୁଟ । ଦେଶରୁ ବିଦେଶ ସବୁଠୁ ମହକୁଛି କୋରାପୁଟ କଫି ବାସ୍ନା । ଏଠାରେ ଆଦିବାସୀମାନେ ଚାଷ କରୁଥିବା ବିଭିନ୍ନ ପ୍ରକାର କଫି ମଧ୍ୟରୁ ଅଧିକ ପୃଷ୍ଟିକର ଓ ଗୁଣାତ୍ମକ କଫି ପ୍ରଜାତି ଚିହ୍ନଟ ହୋଇଛି । ଚନ୍ଦ୍ରଗିରି ଏବଂ କାବେରୀ ପ୍ରଜାତି କଫିରେ ଅଧିକ ପରିମାଣର ପୋଷକତତ୍ତ୍ବ ଭରି ରହିଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଓ ପ୍ରାକୃତିକ ସମ୍ବଳ ବିଭାଗର ଗବେଷକ ସହାୟକ ପ୍ରଫେସର ଡ଼. ଦେବବ୍ରତ ପଣ୍ଡାଙ୍କ ଦ୍ବାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ।

ଚନ୍ଦ୍ରଗିରି-କାବେରୀ କଫିରେ ଅଧିକ ପୋଷକତତ୍ତ୍ବ:

ଗବେଷକ ସହାୟକ ପ୍ରଫେସର ଡକ୍ଟର ଦେବବ୍ରତ ପଣ୍ଡା ଏବଂ ସହଯୋଗୀ ମିଳିତ ଭାବେ କୋରାପୁଟର ବିଭିନ୍ନ କଫି ପ୍ରଜାତିର ଗୁଣାତ୍ମକ ମାନ ଉପରେ ଗବେଷଣା କରିଥିଲେ । ଗବେଷଣାରୁ ଜଣାପଡିଛି ଯେ, ଦୁଇ ପ୍ରକାର କଫି ଯଥା ଚନ୍ଦ୍ରଗିରି ଏବଂ କାବେରୀରେ ଅନ୍ୟ କଫି ପ୍ରଜାତିଠାରୁ ଅଧିକ ପରିମାଣରେ ପୋଷାକତତ୍ତ୍ୱ ଭରି ରହିଛି । ଏହି ପ୍ରଜାତିର କଫିରେ ଅଧିକ ପ୍ରୋଟିନ, ଫାଇବର, ଭିଟାମିନ, ଆଣ୍ଟିଅକ୍ସିଡେଣ୍ଟ ଏବଂ ମିନେରାଲସ ରହିଛି । ଏହାର ଗୁଣାତ୍ମକ ମାନ ଅନ୍ୟ ଆରବିକା, ଲିବେରିକା ଓ ରାବୁସ୍ଥା ପ୍ରଜାତି ଠାରୁ ଅଧିକ ।

CHANDRAGIRI AND CABERI COFFEE (ETV BHARAT ODISHA)

୧୩ ପ୍ରକାର କଫିର ଗୁଣାତ୍ମକ ମାନ ଉପରେ ଗବେଷଣା:

ପୂର୍ବତଟ ମାଳଭୂମିର କୋରାପୁଟରେ ଆଦିବାସୀମାନେ ଚାଷ କରୁଥିବା ୧୩ ପ୍ରକାରର କଫିର ଗୁଣାତ୍ମକ ମାନର ଗବେଷଣାକୁ ଅନ୍ତର୍ଜାତୀୟ ଜର୍ଣ୍ଣାଲ ବେଜେଟସ (Vegetos) ରେ ଅକ୍ଟୋବର ୯ ତାରିଖରେ ଦେବବ୍ରତ ପଣ୍ଡାଙ୍କ ଛାତ୍ରୀ ବର୍ଷାରାଣୀ ସିଂ ଓ ମୋନାଲି ନନ୍ଦଙ୍କ ସହ ମିଶି ପ୍ରକାଶ କରିଛନ୍ତି । ଏହି ସଫଳ ଗବେଷଣା ପାଇଁ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଓ ଜୈବବିବିଧତା ଓ ପ୍ରାକୃତିକ ସମ୍ବଳ ବିଭାଗର ମୁଖ୍ୟ ପ୍ରଫେସର ଶରତ କୁମାର ପଲିତା ଉଚ୍ଚ ପ୍ରଶଂସା କରିଛନ୍ତି । ଏହି କଫି ପ୍ରଜାତିରର ଗୁଣ ସୂତ୍ରକୁ ପରୀକ୍ଷା କରି ଆଗାମୀ ଦିନରେ ନୂତନ ଗୁଣାତ୍ମକ କଫି ତିଆରି କରାଯାଇ ପାରିବ ବୋଲି କହିଛନ୍ତି ଗବେଷକ ଦେବବ୍ରତ ପଣ୍ଡା ।

ଏହା ମଧ୍ୟ ପଢନ୍ତୁ-ବିଦେଶରେ ଚମକିଲା କୋରାପୁଟ କଫି, ମହିଳା ଉଦ୍ୟୋଗୀ କରୁଛନ୍ତି ଆଦିବାସୀଙ୍କୁ ସ୍ବାବଲମ୍ବୀ - KORAPUT COFFEE FARMING

ଏହା ମଧ୍ୟ ପଢନ୍ତୁ-ବେଙ୍ଗାଲୁରୁରୁ ଆସିଛନ୍ତି ବିଶେଷଜ୍ଞ, ବଢିବ କୋରାପୁଟ କଫିର ମାନ

CHANDRAGIRI AND CABERI COFFEE
CHANDRAGIRI AND CABERI COFFEE (ETV BHARAT ODISHA)

ଆଦିବାସୀଙ୍କ ଆର୍ଥିକ ଉନ୍ନତି ଆଣିବ ଚନ୍ଦ୍ରଗିରି-କାବେରୀ କଫି:

ଚନ୍ଦ୍ରଗିରି ଏବଂ କାବେରୀ କଫି ପ୍ରଜାତିର ପ୍ରଚାର ପ୍ରସାର ଓ ବ୍ୟବସାୟୀ କରଣ କରାଗଲେ ଏହା ପୁଷ୍ଟିକର ସୁରକ୍ଷା ଦେବା ସହିତ ଆଦିବାସୀଙ୍କର ଆର୍ଥିକ ଉନ୍ନତି ଆଣିବାରେ ସହାୟକ ହେବ । ଏଥିସହ କୋରାପୁଟକୁ ଏକ ସ୍ୱତନ୍ତ୍ର ପରିଚୟ ଦେବ ବୋଲି ଅଶା ବ୍ୟକ୍ତ କରିଛନ୍ତି ଗବେଷକ । ବର୍ତ୍ତମାନ ଯାଏଁ କୋରାପୁଟର କଫି ତାର ଉନ୍ନତ ମାନର ପୋଷକତତ୍ତ୍ୱ ପାଇଁ ଆଦୃତ ହୋଇଥିବା ବେଳେ ଏବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଏହି ଗବେଷଣା ଏହାକୁ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରିବ ବୋଲି ଅଗ୍ରଣୀ କଫି ଉଦ୍ୟୋଗୀ ସୁଜୟ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ଗବେଷକ ଦେବବ୍ରତ ପଣ୍ଡା କହିଛନ୍ତି, '' କୋରାପୁଟରେ ଯେତେ ପ୍ରକାର କଫି ଚାଷ ହେଉଛି ସେଥିରୁ ଆମେ ଗବେଷଣା କରି ପାଇଛୁ ୨ଟି ପ୍ରଜାତିର କଫିରେ ଅଧିକ ପରିମାଣର ପୋଷକତତ୍ତ୍ବ ରହିଛି । ସେ ଦୁଇଟି ହେଉଛି ଚନ୍ଦ୍ରଗିରି ଏବଂ କାବେରୀ କଫି । ଏଥିରେ ଅଧିକ ପରିମାଣର ପ୍ରୋଟିନ, ଫାଇବର, ଭିଟାମିନ, ଏଣ୍ଟିଅକ୍ସଇଡେଣ୍ଟ, ମିନେରାଲସ ରହିଛି । ୧୩ ପ୍ରକାର ପ୍ରଜାତିର କଫିକୁ ନେଇ ବିଜ୍ଞାନଗାରାରେ ପରୀକ୍ଷା କରିଥିଲୁ । ''

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.