ETV Bharat / health

ଶିଶୁଙ୍କୁ ନିମୋନିଆ ଭୟ; ଜାଣନ୍ତୁ ଏହି ରୋଗର କାରଣ, ଲକ୍ଷଣ ଓ ନିରାକରଣ - WORLD PNEUMONIA DAY 2024

ଫୁସଫୁସରେ ସଂକ୍ରମଣକୁ ନିମୋନିଆ କୁହାଯାଏ । ଏହି ଘାତକ ରୋଗ ଯୋଗୁଁ ଅନେକ ଶିଶୁ ମୃତ୍ୟୁମୁଖରେ ପଡିଥାନ୍ତି । ଜାଣନ୍ତୁ କାହିଁକି ହୁଏ ନିମୋନିଆ ଓ କେମିତି କରିବେ ଚିକିତ୍ସା

ବିଶ୍ଵ ନିମୋନିଆ ଦିବସ
ବିଶ୍ଵ ନିମୋନିଆ ଦିବସ (ETV Bharat Odisha)
author img

By ETV Bharat Health Team

Published : Nov 12, 2024, 11:14 AM IST

Updated : Nov 12, 2024, 11:23 AM IST

World Pneumonia Day 2024: ନିମୋନିଆ ହେଉଛି ଫୁସଫୁସରେ ସଂକ୍ରମଣ । ଏହି ଗୁରୁତର ରୋଗ ସବୁ ବୟସର ଲୋକଙ୍କୁ ହେଉଥିବାବେଳେ ବିଶେଷକରି ଛୋଟ ପିଲାଙ୍କୁ ଅଧିକ ପ୍ରଭାବିତ କରିଥାଏ । ନିମୋନିଆ ୫ ବର୍ଷରୁ କମ୍ ଶିଶୁଙ୍କ ମୃତ୍ୟୁର ପ୍ରମୁଖ କାରଣ । ଏହାର ଲକ୍ଷଣ ଦେଖିବା ମାତ୍ରେ ଅବହେଳା ନକରି ଶିଶୁକୁ ସ୍ବାସ୍ଥ୍ୟକର୍ମୀ କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ଉଚିତ୍ । ନିମାୋନିଆ ହେଲେ ଥଣ୍ଡା କାଶ, ପ୍ରବଳ ଜ୍ବର, ଛାତିରେ ଯନ୍ତ୍ରଣା, ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ଆଦି ଲକ୍ଷଣମାନେ ଦେଖାଯାଏ । ଏହି ରୋଗକୁ ପ୍ରତିହତ କରିବାକୁ ହେଲେ ସଚେତନ ରହିବା ଜରୁରୀ । ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ନଭେମ୍ବର ୧୨ ତାରିଖରେ 'ବିଶ୍ଵ ନିମୋନିଆ ଦିବସ' ପାଳନ ହୋଇଥାଏ ।

ନିମୋନିଆରୁ ରକ୍ଷା ପାଇବା ଲାଗି ଶିଶୁକୁ ସଠିକ୍ ସମୟରେ ସମ୍ପୂର୍ଣ୍ଣ ଟୀକାକରଣ କରାଇବା ଉଚିତ୍ । ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ପିଭିସି ଟିକା ଦିଅନ୍ତୁ ଯାହା ନିମୋକୋକସ୍ ଜୀବାଣୁ ଜନିତ ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣଠାରୁ ସୁରକ୍ଷା ଦେଇଥାଏ । ଏହାସହିତ ଶୀତ ଦିନେ ଗରମ ପୋଷାକ ଓ ମୋଜା ପିନ୍ଧାଇବା, ପିଇବା ପାଣି ଘୋଡାଇ ରଖିବା, ଓ ଶିଶୁ ଜନ୍ମ ପରେ ମା' କ୍ଷୀର ତୁରନ୍ତ ଦେବା ଆବଶ୍ୟକ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ନିମୋନିଆ ଲକ୍ଷଣ:

  • ଥଣ୍ଡା, କାଶ ବଢିବା
  • ଜୋରରେ ନିଶ୍ବାସ ପ୍ରଶ୍ବାସ ନେବା
  • ପ୍ରବଳ ଜ୍ବର ହେବା
  • ନିଶ୍ବାସ ନେବାବେଳେ ଛାତି ତଳ ଭିତରକୁ ପଶିଯିବା
  • ନିଶ୍ବାସ ନେଲା ବେଳେ ନାକପୁଡା ଫୁଲିବା
  • ଅଧିକ ନିଦ ଲାଗିବା
  • ଓଠ ଓ ଜିଭ ନୀଳ ପଡିବା

ଲକ୍ଷଣ ଜାଣିବା ମାତ୍ରେ ଏସବୁ କାମ କରନ୍ତୁ:

  • ଜ୍ଵରକୁ ବାରମ୍ବାର ମାପି ନିରୀକ୍ଷଣ କରନ୍ତୁ
  • ଓଜନ ମାପାନ୍ତୁ
  • ଶ୍ଵାସ ପ୍ରଶ୍ବାସର ଗତି କରନ୍ତୁ
  • ଅମ୍ଳଜାନର ସ୍ତର ମାପି ନିରୀକ୍ଷଣ କରନ୍ତୁ

ଶ୍ୱାସପ୍ରଶ୍ବାସର ଗତିରୁ ନିମୋନିଆ କିପରି ଚିହ୍ନିବେ:

ପିଲାର ଶ୍ଵାସପ୍ରଶ୍ବାସର ଗତି ଠିକ୍ ଅଛି ଅଥବା ଜୋର୍ ଅଛି, ଏହା ଜାଣିବା ପାଇଁ ସ୍ୱାସ୍ଥ୍ୟକର୍ମୀ ଷ୍ଟପୱାଚ୍ ବ୍ୟବହାର କରି ଏକ ମିନିଟ୍ ପର୍ଯ୍ୟନ୍ତ ଗଣନା କରିବେ । ଦ୍ରୁତ ଶ୍ୱାସପ୍ରଶ୍ବାସର ଗତି ଚିହ୍ନିବା ପ୍ରଣାଳୀ

୦ ରୁ ୨ ମାସ ପର୍ଯ୍ୟନ୍ତ ଶିଶୁଟି ଶ୍ଵାସପ୍ରଶ୍ବାସର ଗତି ମିନିଟ୍‌କୁ ୬୦ ରୁ ଅଧିକା ହେବା

୨ ମାସରୁ ୧ ବର୍ଷ ପର୍ଯ୍ୟନ୍ତ ଶିଶୁଟି ଶ୍ଵାସପ୍ରଶ୍ବାସର ଗତି ମିନିଟ୍‌କୁ ୫୦ ରୁ ଅଧିକା ହେବା

ବୟସ ୧ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁର ଶ୍ଵାସପ୍ରଶ୍ବାସର ଗତି ମିନିଟ୍‌କୁ ୪୦ ରୁ ଅଧିକା ହେବା

ନିମୋନିଆ କିପରି ବ୍ୟାପେ:

ରୋଗୀ କାଶିବା, ଛିଙ୍କିବା ଦ୍ବାରା ବାୟୁ ମାଧ୍ୟମରେ ନିମୋନିଆ ରୋଗ ଜୀବାଣୁ ବ୍ୟାପିଥାଏ । ସେହିପରି ଅଧିକ ସମୟ ଧୂଆଁ ପାଖରେ ରହିଲେ, ଜଳବାୟୁରେ ପରିବର୍ତ୍ତନ, ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ଓ ପୁଷ୍ଟିକର ଖାଦ୍ୟ ନ ଖାଇଲେ ନିମୋନିଆ ହେବାର ସମ୍ଭାବନା ବଢିଥାଏ । କମ୍ ଓଜନ ବିଶିଷ୍ଟ ଶିଶୁ ଜନ୍ମ ହେଲେ କିମ୍ବା ସମୟ ପୂର୍ବରୁ ଜନ୍ମ ହେଲେ ବି ନିମୋନିଆ ଆଶଙ୍କା ଅଧିକ ଥାଏ ।

ନିମୋନିଆରୁ ରକ୍ଷା ପାଇବା ପାଇଁ କ'ଣ କରିବେ:

  • ଶିଶୁର ଶରୀରକୁ ସଂପୂର୍ଣ୍ଣ ଭାବରେ ଘୋଡାଇ ରଖନ୍ତୁ
  • ଶୀତ ଦିନରେ ଗରମ ପୋଷାକ ଓ ମୋଜା ପିନ୍ଧାନ୍ତୁ
  • ଖାଲି ପାଦରେ ଚଳିବାକୁ ଦିଅନ୍ତୁ ନାହିଁ
  • ପିଇବା ପାଣି ଘୋଡାଇ ରଖନ୍ତୁ

ଏହାସହିତ ରୋଷେଇ କରିବା ବେଳେ, ଖୁଆଇବା ପୂର୍ବରୁ ଏବଂ ଶୌଚ ପରେ ହାତକୁ ଭଲ ଭାବରେ ସାବୁନରେ ଅତିକମରେ ୪୦ ସେକେଣ୍ଡ ପର୍ଯ୍ୟନ୍ତ ଧୁଅନ୍ତୁ ।

ଘରେ ଧୂଆଁ କରନ୍ତୁ ନାହିଁ । ସବୁବେଳେ ଝରକା ଖୋଲା କରନ୍ତୁ । LPG ଗ୍ଯାସ ଚୁଲାରେ ରୋଷେଇ କରନ୍ତୁ ।

ଜନ୍ମ ପରେ ଶିଶୁକୁ ତୁରନ୍ତ ମାଆ କ୍ଷୀର ଦିଅନ୍ତୁ । ଜନ୍ମର ୬ ମାସ କେବଳ ମାଆ କ୍ଷୀର ଦେବା ଉଚିତ୍ ।

୬ ମାସ ପରେ ମାଆ କ୍ଷୀର ସହିତ ଘରୋଇ ପ୍ରସ୍ତୁତ ଖାଦ୍ଯ ଦିଅନ୍ତୁ ।

ଶିଶୁକୁ ଠିକ୍ ସମୟରେ ସଂପୂର୍ଣ୍ଣ ଭାବରେ ଟିକକରଣ କରନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 12, 2024, 11:23 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.