ETV Bharat / state

ରକ୍ତହୀନତାର ଗାଁ ! ୧୦ ଛୋଟ ପିଲା ଆକ୍ରାନ୍ତ, ରକ୍ତ ଯୋଗାଡ଼ ଚିନ୍ତାରେ ପରିବାର - THALASSEMIA IN KENDRAPADA

କେନ୍ଦ୍ରାପଡ଼ା ପୁରୁଷୋତ୍ତମପୁରରେ ଛୋଟ ପିଲାଙ୍କୁ ରକ୍ତହୀନତା ରୋଗ । ରକ୍ତ ପାଇଁ ରକ୍ତ ବଦଳ କାରଣରୁ ଚିନ୍ତାରେ ଗରିବ ବାପା ମାଆ ।

ରକ୍ତହୀନତାର ଗାଁ ! ଆକ୍ରାନ୍ତ ଏକାଧିକ ଶିଶୁ, ଆବଶ୍ୟକ ପରିମାଣର ରକ୍ତ ମିଳୁନଥିବା ଅଭିଯୋଗ
ରକ୍ତହୀନତାର ଗାଁ ! ଆକ୍ରାନ୍ତ ଏକାଧିକ ଶିଶୁ, ଆବଶ୍ୟକ ପରିମାଣର ରକ୍ତ ମିଳୁନଥିବା ଅଭିଯୋଗ (ETV Bharat Odisha)
author img

By ETV Bharat Odisha Team

Published : Nov 12, 2024, 12:42 PM IST

କେନ୍ଦ୍ରାପଡା: ଗାଁକୁ ବ୍ୟାପୁଛି ରକ୍ତହୀନତା ରୋଗ । ପ୍ରାୟ ୮ରୁ ୯ ପରିବାରର ୧୦ରୁ ଅଧିକ ଶିଶୁ ଏବେ ଏଥିରେ ଆକ୍ରାନ୍ତ ହୋଇସାରିଲେଣି । ବର୍ଷ ବର୍ଷ ଧରି ଚିକିତ୍ସା ହୋଇଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନି । ଅନ୍ୟପଟେ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଅଭାବ ଓ କଟକ ବଡ଼ ମେଡିକାଲରେ ରକ୍ତ ବଦଳରେ ରକ୍ତ ଦେବାକୁ କୁହାଯାଉଥିବାରୁ ଦିନ ମଜୁରୀ ଲାଗି ପେଟ ପୋଷୁଥିବା ପରିବାରଗୁଡିକ ଉପରେ ଯେମିତି ବଜ୍ର ପଡିଛି । କେନ୍ଦ୍ରାପଡା ସଦର ଶ୍ୟାମସୁନ୍ଦରପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗାଁରେ ଦେଖିବାକୁ ମିଳିଛି ଏପରି ସ୍ଥିତି ।

  • ଗାଁର ଏକାଧିକ ଶିଶୁଙ୍କୁ ରକ୍ତହୀନତା ରୋଗ:

କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୮ କିଲୋମିଟର ଦୂର ଶ୍ୟାମସୁନ୍ଦରପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗାଁ । ଏହି ଗାଁର ଦଳିତ ବସ୍ତିରେ ରୁହନ୍ତି ବ୍ରହ୍ମାନନ୍ଦ ସେଠୀ । ପତ୍ନୀ ଓ ୯ ବର୍ଷ ବୟସର ବଡ଼ପୁଅ ଆଉ ୭ ବର୍ଷ ବୟସର ଝିଅକୁ ନେଇ ବ୍ରହ୍ମାନନ୍ଦଙ୍କ ପରିବାର । ଉଭୟ ଶିଶୁ ଜନ୍ମରୁ ସମ୍ପୂର୍ଣ୍ଣ ଠିକ୍‌ ଥିଲେ । ପରବର୍ତ୍ତୀ ସମୟରେ ହଠାତ ଜ୍ୱର ହେଲା ଓ କୌଣସି ପ୍ରକାର ଔଷଧ କାମ କଲା ନାହିଁ । ପରେ ବ୍ରହ୍ମାନନ୍ଦ ଉଭୟ ପୁଅ ଓ ଝିଅଙ୍କ ରକ୍ତ ପରୀକ୍ଷା କରିବାରୁ ସେମାନେ ରକ୍ତହୀନତା ରୋଗର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ରୋଗର ଲକ୍ଷଣ ଅନୁସାରେ, ବଞ୍ଚିବା ପାଇଁ ପ୍ରତିମାସରେ ଥରେ ରକ୍ତର ଆବଶ୍ୟକତା ଥିବା ଡାକ୍ତର କହିଥିଲେ । ପୂର୍ବରୁ ରକ୍ତ ଭଣ୍ଡାରରୁ କଷ୍ଟେ ମଷ୍ଟେ ରକ୍ତ ମିଳି ଯାଉଥିବା ବେଳେ ଏବେ ରକ୍ତ ମିଳିବା କଷ୍ଟକର ହୋଇପଡିଛି ।

  • ‘ଏସସିବି’ ମେଡିକାଲରେ ରକ୍ତ ବଦଳରେ ରକ୍ତ !

କଟକ ବଡ଼ ମେଡିକାଲ (ଏସସିବି)ରେ ରକ୍ତ ବଦଳରେ ରକ୍ତ ମିଳିବ ବୋଲି କୁହାଯିବା ପରେ ପ୍ରତିମାସରେ ରକ୍ତଦାତା କେମିତି ଠିକ କରିବେ ଓ ଦୁଇ ପୁଅଝିଅଙ୍କୁ କେମିତି ରକ୍ତ ଦେବେ ସେନେଇ ଚିନ୍ତାରେ ବ୍ରହ୍ମାନନ୍ଦଙ୍କ ପରିବାର । ବ୍ରହ୍ମାନନ୍ଦଙ୍କ କହିବା ଅନୁସାରେ, ‘‘ରକ୍ତ ଭଣ୍ଡାରର ଅଧିକାରୀ ଓ କର୍ମଚାରୀ ରୋକଠୋକ ରକ୍ତଦାତା ଯୋଗାଡ଼ ନକଲେ ରକ୍ତ ମିଳିବ ନାହିଁ ବୋଲି କହୁଛନ୍ତି । ଏପଟେ ମାସରେ ଥରେ କଟକ ଯାଇ ରକ୍ତ ଦେଲେ, ଯିବା ଆସିବା ବାବଦରେ ଅତିକମରେ ଦୁଇ ହଜାର ଟଙ୍କା ଖର୍ଚ୍ଚ ହେଉଛି ।’’ ସେପଟେ କେବଳ ବ୍ରହ୍ମାନନ୍ଦଙ୍କ ପୁଅ-ଝିଅ ନୁହନ୍ତି, ଏହି ଗାଁର ବାଇଧର ସେଠୀଙ୍କ ୧୨ ବର୍ଷର ଝିଅ, ମକର ସେଠୀଙ୍କ ଝିଅଙ୍କ ସମେତ ଆହୁରି ୬ରୁ ୭ଜଣ ଶିଶୁ ଏବଂ କିଶୋର କିଶୋରୀ ମଧ୍ୟ ରକ୍ତହୀନତାରେ ଶିକାର ହୋଇଛନ୍ତି ।

  • କେନ୍ଦ୍ରାପଡା ରକ୍ତଭଣ୍ଡାରରେ ନାହିଁ କଟକ ଭଳି ସୁବିଧା !

ଆକ୍ରାନ୍ତ ଶିଶୁମାନଙ୍କ ଅଭିଭାବକଙ୍କ ଅଭିଯୋଗ କରିଛନ୍ତି ଯେ,‘‘ ମାତ୍ର ୬ ମାସ ବୟସରୁ ପିଲାମାନଙ୍କ ନିକଟରେ ଏଭଳି ରୋଗ ଦେଖାଯିବା ପରେ ସେମାନଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ପିଲାମାନଙ୍କୁ କଟକ ଶିଶୁ ଭବନ ନେଇଥିଲେ । ସେଠାରେ ଏମାନଙ୍କ ଶରୀରରେ ରକ୍ତର ଅଭାବ କଥା କହିଥିଲେ ଡାକ୍ତର । ତେବେ କେନ୍ଦ୍ରାପଡା ରକ୍ତ ଭଣ୍ଡାରରେ "ହୋଲ୍ଡ ବ୍ଲଡ" ରହୁଥିବା ଏହି ରକ୍ତ ନେବା ପରେ ପିଲାମାନଙ୍କ ଶରୀରରେ ଜଣ୍ଡିସ ମାତ୍ରା ବଢ଼ିଯାଉଛି ।’’

  • ରକ୍ତ ଦେବାରେ ବିଳମ୍ବ କଲେ ହୁଏ ଏହି ଅସୁବିଧା:

ଆକ୍ରାନ୍ତଙ୍କ ଅଭିଭାବକ କହିଛନ୍ତି,‘‘ଏହି ରୋଗରେ ଆକ୍ରାନ୍ତଙ୍କୁ ପ୍ରତିମାସରେ ରକ୍ତ ନେବାର ଆବଶ୍ୟକତା ରହିଥାଏ । ରକ୍ତ ନେବାର ଏହି ସମୟ ଗଡ଼ିଗଲେ ରୋଗର ଶିକାର ହୋଇଥିବା ଶିଶୁମାନଙ୍କ ଗୋଡ଼-ହାତ ସରୁ ହୋଇଯିବ । ସେମାନେ ନିସ୍ତେଜ ହୋଇ ଗୋଟିଏ ସ୍ଥାନରେ ପଡି ରହିବେ । ମୁହଁ ଫୁଲିବା ଓ ପେଟ ବାହାରି ପଡିବା ଭଳି ଲକ୍ଷଣ ଦେଖାଯାଏ ।’’

ଏହା ମଧ୍ୟ ପଢନ୍ତୁ :- ପିଲାଙ୍କ କ୍ଷେତ୍ରରେ ଏସବୁ ଲକ୍ଷଣ ଦେଖାଗଲେ ହୁଅନ୍ତୁ ସାବଧାନ, ହୋଇପାରେ ଆନେମିଆ

ଏହା ମଧ୍ୟ ପଢନ୍ତୁ:-ଜୀବନ ବଞ୍ଚାଇଲା ଦଇବ, କୁମ୍ଭୀର ମୁହଁରୁ ଜୀବିତ ଫେରିଲେ ଦିବ୍ୟାଙ୍ଗ

  • ଆବଶ୍ୟକତାଠାରୁ କମ ରକ୍ତ:

ଅଭିଭାବକଙ୍କ କହିବା ଅନୁସାରେ,‘‘ଏହି ରୋଗର ଶିକାର ହୋଇଥିବା ଶିଶୁମାନେ ପ୍ରଥମେ ୫୦ ରୁ ୧୦୦ ମିଲିଲିଟର ରକ୍ତ ନେଉଥିଲେ । ଏବେ ବୟସ ବଢିବାରୁ ମାସିକ ୭୦୦ ଗ୍ରାମ ରକ୍ତ ଦୁଇଟି ପର୍ଯ୍ୟାୟରେ ଆବଶ୍ୟକ ପଡୁଛି । ହେଲେ କଟକ ବଡ଼ ମେଡିକାଲ ରକ୍ତଭଣ୍ଡାରରୁ ଏମାନଙ୍କୁ ମାସିକ ମାତ୍ର ୧୦୦ ଗ୍ରାମ ରକ୍ତ ମିଳୁଥିବାରୁ ଆଉ ୬୦୦ ଗ୍ରାମ ରକ୍ତ ଯୋଗାଡ କରିବା ଚିନ୍ତାର କାରଣ ହୋଇଛି ।

  • ରକ୍ତ ଅଭାବ ଅଭିଯୋଗକୁ ଜିଲ୍ଲା ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଖଣ୍ଡନ:-

ଏ ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ପଚରା ଯିବାରୁ ଜିଲ୍ଲା ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ପ୍ରମୋଦ କୁମାର ପ୍ରହରାଜ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ‘‘ପ୍ରତି ମାସରେ ଜିଲ୍ଲାର ୧୩୦ ରୁ୧୬୦ ଜଣ ‘ଥାଲାସେମିଆ’ ଆକ୍ରାନ୍ତ ବ୍ଲଡ୍ ବ୍ୟାଙ୍କରୁ ମାଗଣାରେ ବ୍ଲଡ ନିଅନ୍ତି । ସେଇ ରୋଗ ଜେନେଟିକ କାରଣରୁ ହୋଇଥାଏ । ରକ୍ତ ନମିଳିବା ପରି ସ୍ଥିତି ନାହିଁ । ଯଦି ଏପରି ସମସ୍ୟା ଥାଏ, ତେବେ ପଦକ୍ଷେପ ଗ୍ରହଣ କରାଯିବ ।’’

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.