thumbnail

By

Published : Sep 16, 2020, 8:29 PM IST

ETV Bharat / Videos

ସଂସଦରେ ଖଣିଜ ରୟାଲିଟି ରିଭିଜନ ଦାବି ଉଠାଇଲେ ଭର୍ତ୍ତୃହରି

ନୂଆଦିଲ୍ଲୀ: ଖଣିଜ ରୟାଲିଟି ସଂଶୋଧନ ପାଇଁ କେନ୍ଦ୍ର ନିକଟରେ ଓଡିଶାର ଦୀର୍ଘ ଦିନର ଦାବି ରହିଛି । ତେବେ ବୁଧବାର ଲୋକସଭାରେ ଏହି ବିଷୟ ଉଠାଇଛନ୍ତି ବିଜୁ ଜନତା ଦଳର ସାଂସଦ ଭର୍ତ୍ତୃହରି ମହତାବ । ଗୃହରେ କୋଇଲା ରୟାଲିଟି ଦର ବୃଦ୍ଧି ପାଇଁ ଦାବି କରିଛନ୍ତି ଭର୍ତ୍ତୃହରି । ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ ସମଗ୍ର ଦେଶରେ ବକ୍ସସାଇଟ, କ୍ରୋମାଇଟ, ଚୂନ ପଥର ସହିତ ପାଖାପାଖି ଅଧାରୁ ଅଧିକ ଲୁହାପଥର ଉତ୍ପାଦନ କରୁଥିବା ରାଜ୍ୟ ହେଉଛି ଓଡିଶା । ଖଣିଜ ଉତ୍ପାଦନ କ୍ଷେତ୍ରରେ ସାରା ଦେଶର ରାଜସ୍ବରେ ଓଡିଶାର ଏକ ସିଂହଭାଗ ଭୂମିକା ରହିଛି । ହେଲେ ଯେଉଁ ପରିମାଣରେ ରାଜସ୍ବ ଅର୍ଥ ରାଜ୍ୟକୁ ମିଳିବା କଥା ତାହା ମିଳୁନାହିଁ ବୋଲି ବିଜେଡି ସାଂସଦ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.