ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଟୁଲିପ ଗାର୍ଡେନ, ଦେଖନ୍ତୁ ରଙ୍ଗୀନ ଫୁଲର ସମ୍ଭାର - ଖୋଲିଲା ଟୁଲିପ ଗାର୍ଡେନ
🎬 Watch Now: Feature Video
କାଶ୍ମୀରରେ ନୂଆ ପର୍ଯ୍ୟଟନ ଋତୁର ଆଗମନ ସହିତ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଟୁଲିପ ଗାର୍ଡେନ । ଗୁରୁବାରଠାରୁ ଏସିଆ ମହାଦେଶର ଏହି ସର୍ବବୃହତ ଗାର୍ଡେନକୁ ଖୋଲାଯାଇଛି । କାଶ୍ମୀର ଘାଟିରେ ଫୁଲ ଚାଷ ଓ ପର୍ଯ୍ୟଟନ ଶିଳ୍ପର ବିକାଶ ଉଦ୍ଦେଶ୍ୟରେ ଟୁଲିପ ଗାର୍ଡେନଟି ଖୋଲାଯାଇଥିଲା । ଏହି ଉଦ୍ୟାନଟି ପ୍ରାୟ 30 ହେକ୍ଟର ଜମିରେ ପରିବ୍ୟାପ୍ତ । ଏହା ମଧ୍ୟରେ 64ରୁ ଊର୍ଦ୍ଧ୍ବ କିସମର ପ୍ରାୟ 15 ଲକ୍ଷ ଫୁଲ ଦେଖିବାକୁ ପାଇବେ ପର୍ଯ୍ୟଟକ । ତେବେ ଏହି ଗାର୍ଡେନଟି ଖୋଲିବା ପରେ ପ୍ରଧାନମନ୍ତ୍ରୀ ମୋଦି ଲୋକମାନଙ୍କୁ ଏଠାକୁ ଯାଇ ପରିଦର୍ଶନ କରିବାକୁ କହିଛନ୍ତ । ଦେଖନ୍ତୁ ରଙ୍ଗୀନ ଫୁଲର ସମ୍ଭାର