ଅନାଥ ମୃତଦେହକୁ ମିଳୁଛି ସମ୍ମାନ, 1830ଟି ଅନ୍ତିମ ସଂସ୍କାର କଲେଣି ଜଣେ ମହିଳା ! - ଅନାଥ ମୃତଦେହ
🎬 Watch Now: Feature Video

ରାମନଗର: ମୃତଦେହକୁ ମିଳୁଛି ସମ୍ମାନ । କୌଣସି ଅନାଥ ମୃତଦେହକୁ କେହି ନେବାକୁ ନଥିବାବେଳେ ସତ୍କାର ଠିକ ଭାବେ ହୋଇପାରେନି । ଯାହାଫଳରେ ଏପରି ମୃତଦେହକୁ ମୃତ୍ୟୁ ପରେ ବି ସମ୍ମାନ ମିଳି ନଥାଏ । ହେଲେ ଏଭଳି ମୃତଦେହକୁ ବିନା କିଛି ଭୟ କିମ୍ବା ଦ୍ବିଧାରେ ଜଣେ ମହିଳା ଅନ୍ତିମ ସଂସ୍କାର କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକ ରାମନଗର ଜିଲ୍ଲାରେ । ଯେଉଁଠି ଆଶା ନାମକ ଜଣେ ମହିଳା ଅନାଥ ମୃତଦେହର ଅନ୍ତିମ ସଂସ୍କାର କରିଛନ୍ତି। ସେ ଆଜିପର୍ଯ୍ୟନ୍ତ ପାଖାପାଖି 1,830 ମୃତଦେହ ଦାହ କରିସାରିଛନ୍ତି ।