ନିଜସ୍ବ ଅର୍ଥରେ ସାରା ଜିଲ୍ଲାକୁ ସାନିଟାଇଜ କରୁଛନ୍ତି ଜଣେ କୃଷକ - ସାନିଟାଇଜ କରୁଛନ୍ତି ଜଣେ କୃଷକ
🎬 Watch Now: Feature Video
ଗାନ୍ଧୀନଗର : ଦେଶରେ ଜାରି ରହିଛି ଲକ ଡାଉନ । ଦେଶକୁ କୋରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇଛନ୍ତି ଜଣେ କୃଷକ । କୋରୋନା ମୁକ୍ତ ପାଇଁ ଅଣ୍ଟା ଭିଡିଛନ୍ତି । ଗୁଜୁରାଟର ଖେଡା ଜିଲ୍ଲାର ଜଣେ କୃଷକ ଦେବେନ୍ଦ୍ରଭାଇ ପଟେଲ କୋରୋନା ଭାଇରସକୁ ପ୍ରତିହତ କରିବା ପାଇଁ ସମଗ୍ର ଜିଲ୍ଲାକୁ ପରିମଳ କରୁଛନ୍ତି । ତାହା ପୁଣି ନିଜସ୍ବ ଅର୍ଥରେ । ଦେବେନ୍ଦ୍ରଭାଇ ପ୍ରତିଦିନ ସକାଳେ ନିଜ ବାଇକରେ ଏକ ପମ୍ପ ନେଇଯାଆନ୍ତି । ଯେଉଁଥିରେ ସେ ସହର ଏବଂ ଗାଁର ରାସ୍ତା, ଗାଡ଼ି ଓ ଘର ଉପରେ ସାନିଟାଇଜର ସ୍ପ୍ରେ କରନ୍ତି | ସେ ପ୍ରତିଦିନ 15 ଘଣ୍ଟା କାମ କରନ୍ତି | ଏପର୍ଯ୍ୟନ୍ତ ସେ 5000 ଘରକୁ ସାନିଟାଇଜ କରିଛନ୍ତି । ଆଉ ଏଥିପାଇଁ ତାଙ୍କୁ 1 ଲକ୍ଷ ଟଙ୍କା ହାତରୁ ଖର୍ଚ୍ଚ କରିବାକୁ ପଡିଥିବା ସେ କହିଛନ୍ତି ।