18 ବର୍ଷ ପରେ ଘରକୁ ଫେରିଲେ ଯବାନ, ଏମିତି ଅନ୍ଦାଜରେ ସ୍ବାଗତ କଲେ ପତ୍ନୀ - ହାତୀ ପିଠିରେ ଘରକୁ ଫେରିଲେ ଯବାନ
🎬 Watch Now: Feature Video

ଭୋପାଳ: ଭାରତୀୟ ସୈନ୍ୟବାହିନୀରୁ ଅବସର ନେଇ ଘରେ ପହଞ୍ଚିଥିବା ଜଣେ ଯବାନଙ୍କ ପତ୍ନୀ ତାଙ୍କୁ ଯେଉଁ ଅନ୍ଦାଜରେ କରିଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମଧ୍ୟପ୍ରଦେଶର ଗ୍ବାଲିୟରରେ ହାତୀ ପିଠିରେ ବସାଇ ନିଜ ସ୍ବାମୀଙ୍କୁ ଘରକୁ ପାଛୋଟି ଆଣିବା ଘଟଣା ସାମ୍ନାକୁ ଆସିଛି । ସୋନୁଲାଲ ଗୋସ୍ବାମୀ ଯେତେବେଳେ ନିଜ ସହରରେ ପହଞ୍ଚିଲେ, ତାଙ୍କୁ ସ୍ବାଗତ ଜଣାଇବା ପାଇଁ ପତ୍ନୀ ହାତୀ ସହିତ ଷ୍ଟେସନରେ ପହଞ୍ଚିଥିଲେ । ପତ୍ନୀ ତାଙ୍କୁ ହାତୀ ପିଠିରେ ବସାଇ ସହର ସାରା ବୁଲାଇଥିଲେ। ସୋନୁଲାଲ ହାତୀ ପିଠିରେ ଠିଆ ହୋଇ ଲୋକଙ୍କୁ ସାଲ୍ୟୁଟ୍ ମଧ୍ୟ କରିଥିଲେ। ସୋନୁଲାଲ ହାତୀରେ ବସିଥିବାବେଳେ ତାଙ୍କ ପତ୍ନୀ ଓ ପରିବାର ଲୋକେ ବ୍ୟାଣ୍ଡ ବାଜା ସହ ନାଚିନାଚି ତାଙ୍କୁ ସ୍ବାଗତ କରିଥିଲେ। ସୋନୁଲାଲ ୨୦୦୪, ଜାନୁଆରୀ ୯ ତାରିଖରେ ଭାରତୀୟ ସୈନ୍ୟବାହିନୀରେ ଭର୍ତ୍ତି ହୋଇଥିଲେ । 18 ବର୍ଷର ଚାକିରୀ ପରେ ସେ ଯେତେବେଳେ ଘରକୁ ଫେରିଲେ ତାଙ୍କୁ ଏକ ଭିନ୍ନ ତରିକାରେ ଭବ୍ୟ ସ୍ବାଗତ କରାଯାଇଥିଲା।
Last Updated : Feb 3, 2023, 8:18 PM IST