ଚର୍ଚ୍ଚାରେ କଟକ ସ୍ବାଧୀନ ମେୟର ପ୍ରାର୍ଥୀ: ୨୧ ବର୍ଷୀୟ ଯୁବକ କଲେ ନାମାଙ୍କନ ଦାଖଲ - କଟକ ମେୟର ପ୍ରାର୍ଥୀ ହେଲେ ଓମ ପ୍ରକାଶ ପଣ୍ଡା
🎬 Watch Now: Feature Video
କଟକ: ୨୧ ବର୍ଷର ଜଣେ ଯୁବକ କଟକ ମେୟର ପ୍ରାର୍ଥୀ ପାଇଁ ଆଜି(ରବିବାର) ନାମାଙ୍କନପତ୍ର ଦାଖଲ କରିଛନ୍ତି । ଯୁବକ ଜଣକ ହେଉଛନ୍ତି ଜଗତପୁର ଅଞ୍ଚଳର ଓମ ପ୍ରକାଶ ପଣ୍ଡା । ସେ ସ୍ୱାଧୀନ ପ୍ରାର୍ଥୀଭାବେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ଆଇନ ବିଭାଗର ଛାତ୍ର । ବିନା ଟଙ୍କାରେ ନିର୍ବାଚନରେ ବିଜୟୀ ହେବ ବୋଲି ଆଶାବାଦୀ ଅଛନ୍ତି । ତାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।
Last Updated : Feb 3, 2023, 8:18 PM IST