ସେନାକୁ ସମ୍ମାନ: ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଯୁବକ, ଅତିକ୍ରମ କଲେଣି 7 ରାଜ୍ୟ

🎬 Watch Now: Feature Video

thumbnail

By

Published : Dec 15, 2022, 7:56 AM IST

Updated : Feb 3, 2023, 8:35 PM IST

ଢେଙ୍କାନାଳ: ସେନା ଯବାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ଯୁବକଙ୍କ ସାଇକେଲ ଯୋଗେ ଭାରତ ଭ୍ରମଣରେ ବାହାରିଛନ୍ତି ଜଙ୍ଗା ବାହାଦୁର ଛେତ୍ରି । ଆସାମ ଧେମାଜି ଜିଲ୍ଲାର ବାସିନ୍ଦା ହେଉଛନ୍ତି ଜଙ୍ଗା ବାହାଦୁର ଛେତ୍ରି ଗତ ନଭେମ୍ବର ମାସ ୨୧ ତାରିଖରୁ ଅରୁଣାଚଳ ପ୍ରଦେଶ ସୀମାରୁ ସେ ଯାତ୍ରା ଆରମ୍ଭ କରିଥିଲେ । ଆଜିକୁ ୨୪ ଦିନ ସେ ଯାତ୍ରା ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ୭ଟି ରାଜ୍ୟ ପାର୍‌ ହୋଇ ଓଡିଶାର ଢେଙ୍କାନାଳ ଜିଲ୍ଲାରେ ପହଞ୍ଚିଛନ୍ତି । ପ୍ରତ୍ୟେକ ଦିନ ୧୫୦ରୁ ୧୭୦ କିମି ଅତିକ୍ରମ କରୁଛନ୍ତି । ଯବାନମାନଙ୍କ ଉତ୍ସାହ ବଢାଇବା ଓ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ଯାତ୍ରା ଆରମ୍ଭ କରିଛନ୍ତି । ସାରା ଭାରତ ଭ୍ରମଣ କରିବାକୁ ସାଇକେଲରେ ବାହାରିଛନ୍ତି ଜଙ୍ଗା ବାହାଦୁର ଛେତ୍ରି । ଘର ପରିବାରକୁ ଛାଡ଼ି ଯବାନମାନେ ସୀମାରେ ପହରା ଦେଉଛନ୍ତି । ଭାରତୀୟ ସେନା ଯୋଗୁଁ ଆମେ ଘରେ ଶାନ୍ତିର ଶୋଇ ପାରୁଛେ । ଏହି ବାର୍ତ୍ତା ସାରା ଭାରତରେ ପହଞ୍ଚାଇବେ ଜଙ୍ଗା ବାହାଦୁର ଛେତ୍ରି ।
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.