ଲିଫ୍ଟରେ ଫସିଗଲେ ୩ କୁନି ଝିଅ: ସାହାଯ୍ୟ ପାଇଁ ଚିତ୍କାର କଲେ, ଆଉ ତା' ପରେ

By

Published : Dec 2, 2022, 9:25 AM IST

Updated : Feb 3, 2023, 8:34 PM IST

thumbnail
ଲକ୍ଷ୍ନୌ: ଯାଉ ଯାଉ ହଠାତ୍ ମଝିରେ ଅଟକିଗଲା ଲିଫ୍ଟ । ଲିଫ୍ଟ ଭିତରେ ଫସିଗଲେ ୩ କୁନି କୁନି ଝିଅ । ଲିଫ୍ଟ ଖୋଲିବାକୁ ବହୁତ ଚେଷ୍ଟା କଲେ । ହେଲେ ନଖୋଲିବାରୁ ଭୟରେ ଚିତ୍କାର କଲେ । ଉତ୍ତରପ୍ରଦେଶ ଗାଜିଆବାଦର ଆସୋଟେକ ଦ ନେଷ୍ଟ ନାମକ ଏକ ଆପାର୍ଟମେଣ୍ଟରେ ଏହି ଅଘଟଣ ଘଟିଛି । ତେବେ ଦୀର୍ଘ ୨୫ ମିନିଟ୍ ଧରି ଫସି ରହିବା ପରେ ଶେଷରେ ଏହି କୁନି ପିଲାମାନଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ପିଲାମାନେ ଏତେ ଡରି ଯାଇଥିଲେ ଯେ, ଲିଫ୍ଟରୁ ବାହାରକୁ ଆସିବା ପରେ କାହା ସହ କଥାବାର୍ତ୍ତା କରିପାରି ନଥିଲେ । ଏହି ଘଟଣାର ସିସିଟିଭି ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓରେ ଦେଖାଯାଇଛି, ଲିଫ୍ଟ ଅଟକି ଯିବା ପରେ ଏହି ପିଲାମାନେ ତାକୁ ଖୋଲିବାକୁ ବହୁତ ଚେଷ୍ଟା କରିଥିଲେ । ହେଲେ ନ ଖୋଲିବାରୁ ଭୟରେ କାନ୍ଦିବା ଆରମ୍ଭ କରିଥିଲେ ।
Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.