Odisha Weather, ଆସନ୍ତା ୫ ଦିନ କାଁଭାଁ ବର୍ଷା, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

By

Published : Aug 29, 2022, 6:23 PM IST

Updated : Feb 3, 2023, 8:27 PM IST

thumbnail
ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି । ଦୁର୍ବଳ ମୌସୁମୀ ଯୋଗୁଁ ଆହୁରି ୪ରୁ ୫ ଦିନ ରାଜ୍ୟରେ କାଁଭାଁ ବିକ୍ଷିପ୍ତ ବର୍ଷା ହେବ । ଏହା ସହ ଉଚ୍ଚ ତାପମାତ୍ରା ଏବଂ ଆଦ୍ରତା ପ୍ରଭାବରେ ଉପକୂଳ ଓଡ଼ିଶାରେ ଅନୁଭୂତ ହେଉଛି ଗୁଳୁଗୁଳି । ଆସନ୍ତା ୨୪ ଘଣ୍ଟା ପାଇଁ ୧୬ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିର, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ଵର । ଆସନ୍ତାକାଲି ମଧ୍ୟ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଭୁବନେଶ୍ବରରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଆକାଶ ମେଘାଚ୍ଛନ୍ନ ରହିବ । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.