thumbnail

ହାଇକୋର୍ଟରେ ASO ପରୀକ୍ଷା ମାମଲା, ସାନି ମେରିଟ ଲିଷ୍ଟ ପ୍ରକାଶ ଲାଗି କୋର୍ଟଙ୍କ ନିର୍ଦ୍ଦେଶ

By

Published : Nov 14, 2022, 4:11 PM IST

Updated : Feb 3, 2023, 8:32 PM IST

କଟକ: ହାଇକୋର୍ଟରେ ଏଏସଓ ପରିକ୍ଷା ଅନିୟମିତା ମାମଲା (ASO exam irregularities matter in High Court)ରେ ଆଜି ଶୁଣାଣି ହୋଇଛି । ସାନି ମେରିଟ ଲିଷ୍ଟ ପ୍ରକାଶ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୬ ମସିହା ପଲିସି ଅନୁଯାୟୀ ମେରିଟ ଲିଷ୍ଟ ପ୍ରକାଶ କରିବା ପାଇଁ ହାଇକୋର୍ଟ ଓଡ଼ିଶା ଲୋକସେବା ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ମାମଲାର ଅନ୍ତ ଘଟାଇଛନ୍ତି କୋର୍ଟ । ତେବେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ନେଇ ହାଇକୋର୍ଟରେ ୫ଟି ମାମଲା ଦାୟର ହୋଇଥିଲା । ୨୦ରୁ ଊର୍ଦ୍ଧ୍ବ ଆଶାୟୀ ଚୟନ ପ୍ରକିୟାକୁ ବିରୋଧ କରି କୋର୍ଟରେ ଆବେଦନ କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ ପାଣ୍ଡେ ମାମଲା ପରିଚାଳନା କରୁଥିଲେ। ତେବେ ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ... ଇଟିଭି ଭାରତ, କଟକ
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.