ବିମାନ ଭିତରେ 2 ଯାତ୍ରୀ ହାତାହାତି, ଭିଡିଓ ଭାଇରାଲ - ବିମାନଯାତ୍ରୀଙ୍କ ମଧ୍ୟରେ ମାରପିଟ
🎬 Watch Now: Feature Video
ହାଇଦ୍ରାବାଦ: ବସ ଓ ଟ୍ରେନରେ ସିଟ ପାଇଁ ଯାତ୍ରୀଙ୍କ ମଧ୍ୟରେ ତୁ ତୁ ମେ ମେ ଦେଖାଯିବା ସାଧାରଣ କଥା । ମାତ୍ର ଯାତ୍ରୀଙ୍କ ମଧ୍ୟରେ ଏମିତି ଏକ ଝଗଡା ହୋଇଛି ଯାହା ଭୂମିରେ ନୁହେଁ ବରଂ ମଝି ଆକାଶରେ । ହଜାର ହଜାର ଉଚ୍ଚ ଦୂର ଆକାଶରେ ଉଡୁଥିବା ବିମାନରେ ଦୁଇଯାତ୍ରୀ ମାରପିଟ ହୋଇଥିବା ଦେଖିବାକୁ ମିଳିଛି ( fight between passengers in flight )। ବ୍ୟାଙ୍କକକରୁ ଭାରତ ଆସୁଥିବା ଏକ ବିମାନ ମଧ୍ୟରେ ଦୁଇଯାତ୍ରୀଙ୍କ ମଧ୍ୟରେ ଲଢେଇ ହୋଇଥିଲା । କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହା ପରେ ଉତ୍ୟକ୍ତ ହୋଇ ଜଣେ ଯାତ୍ରୀ ଅନ୍ୟଜଣଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହା ପରେ ପରସ୍ପରଙ୍କ ମଧ୍ୟରେ ମାରପିଟ ହୋଇଥିଲା । କ୍ୟାବିନ କ୍ରୁ ସଦସ୍ୟ ଉଭୟଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ବି ଦୁଇଜଣ ଶୁଣିବାକୁ ନାରାଜ । ଯାହାର ଭିଡିଓ ସୋସିଆର ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Last Updated : Feb 3, 2023, 8:37 PM IST