ବ୍ରହ୍ମପୁରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା: ସାମିଲ ହେଲେ ବିଧାୟକ, ମେୟର
🎬 Watch Now: Feature Video
ବ୍ରହ୍ମପୁର: ସାରା ରାଜ୍ୟରେ ଅକ୍ଟୋବର ୨ରୁ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା(Jana Sampark Padayatra) ଚାଲିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପକ୍ଷରୁ ଏହି ପଦଯାତ୍ରା ଆୟୋଜିତ ହୋଇଯାଇଛି । ୧୫ ନଂ ୱାର୍ଡର ତୁଳସୀନଗର ଠାରେ ଆୟୋଜିତ ହୋଇଥିବା ଏହି ଜନସମ୍ପର୍କ ପଦଯାତ୍ରାରେ ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଙ୍ଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡୀ, ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ତଥା ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସମେତ ବ୍ରହ୍ମପୁର ମହାନଗର ନିଗମର ସମସ୍ତ କର୍ପୋରେଟର ଏବଂ ଦଳର ଛାତ୍ର , ଯୁବ, ମହିଳା ସଙ୍ଗଠନର କର୍ମକର୍ତ୍ତା ସାମିଲ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ ଏହି ପଦଯାତ୍ରା କରାଯାଉଥିବା ବେଳେ ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ସମସ୍ୟା ସମ୍ପର୍କରେ ଅବଗତ ହେବା ସହିତ ଏହାର ସମାଧାନ ପାଇଁ ଚେଷ୍ଟା କରାଯାଉଥିବା ବିଜେଡି ନେତା କହିଛନ୍ତି ।
Last Updated : Feb 3, 2023, 8:29 PM IST