ତୁନିଷାଙ୍କ ଆତ୍ମହତ୍ୟା ପରେ ଶିଜାନଙ୍କ ପରିବାରବର୍ଗଙ୍କ ଚାଞ୍ଚଲ୍ୟକର ବୟାନ - ତୁନିଷା ଆତ୍ମହତ୍ୟା ମାମଲା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-17376809-thumbnail-3x2-bhg.jpg)
ହିଜାବ ପିନ୍ଧିବାକୁୁ ଆମେ ତୁନିଷାଙ୍କୁ ବାଧ୍ୟ କରନଥିଲୁ, ବରଂ ଏହା ସିରିଏଲର ଏକ ଅଂଶ ଥିଲା ବୋଲି ଅଭିନେତା ଶିଜାନଙ୍କ ଭଉଣୀ ପଲକ ନାଜ ଏବଂ ତାଙ୍କ ମା’ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଅଭିନେତ୍ରୀ ତୁନିଷା ଶର୍ମାଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମିକ ଶିଜାନଙ୍କ ଉପରେ ଆତ୍ମହତ୍ୟା ପାଇଁ ଉସୁକାଇଥିବାର ଅଭିଯୋଗ ଲାଗିଛି। ଗତ କିଛି ଦିନ ମଧ୍ୟରେ ଶିଜାନ ଓ ତାଙ୍କ ପରିବାର ଉପରେ ତୁନିଷାଙ୍କ ମା’ ଅନେକ ଆରୋପ ଲଗାଇଥିବା ବେଳେ ଏବେ ଶିଜାନଙ୍କ ଭଉଣୀ ପଲକ ନାଜ ମୁହଁ ଖୋଲିଛନ୍ତି । ପଲକ କହିଛନ୍ତି, ତୁନିଶା ଓ ଶିଜାନଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା। ହେଲେ ତାଙ୍କ ମା’ ଏହାକୁ ପସନ୍ଦ କରୁନଥିଲେ। ଏମିତି କି ତୁନିଷାଙ୍କୁ ତାଙ୍କ ମା’ ସବୁବେଳେ କାମ କରିବାକୁ ବାଧ୍ୟ କରୁଥିଲେ। ତୁନିଷା ସୁଟିଂ ନୁହେଁ ବୁଲିବାକୁ ଚାହୁଁଥିଲେ, ହେଲେ ଟଙ୍କା ଲୋଭରେ ତାଙ୍କ ମା’ ସବୁବେଳେ ତୁନିଷାଙ୍କୁ ସୁଟିଂ କରିବାକୁ ବାଧ୍ୟ କରୁଥିଲେ । ତୁନିଶା ଅବସାଦଗ୍ରସ୍ତ ଥିଲେ ନିଶ୍ଚୟ। ହେଲେ ଶିଜାନଙ୍କ ପାଇଁ ନୁହେଁ, ତାଙ୍କ ମା’ଙ୍କ ପାଇଁ।
Last Updated : Feb 3, 2023, 8:38 PM IST