ETV Bharat / sukhibhava

Silent Cancer Symptoms: ଏସବୁ ଲକ୍ଷଣ ଥିଲେ କରନ୍ତୁନି ଅଣଦେଖା, ହୋଇପାରେ କର୍କଟ

WHO ଅନୁଯାୟୀ, ବିଶ୍ବବ୍ୟାପୀ ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ହେଉଛି କର୍କଟ । ଏହାର ମୁଖ୍ୟ କାରଣ ସଠିକ୍ ସମୟରେ ରୋଗ ଚିହ୍ନଟ ହୋଇନପାରିବା । ତେବେ କେଉଁ ଲକ୍ଷଣ ଥିଲେ କର୍କଟର ଆଶଙ୍କା ଥାଏ, ଜାଣନ୍ତୁ...

author img

By

Published : Feb 1, 2023, 9:36 PM IST

Silent Cancer Symptoms
Silent Cancer Symptoms

ହାଇଦ୍ରାବାଦ: କର୍କଟ ହେଉଛି ଏକ କ୍ରନିକ ରୋଗ, ଯାହା ଶରୀରର ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ । ଯେତେବେଳେ ଶରୀରରେ ଥିବା କୋଷଗୁଡ଼ିକ ଅନିୟନ୍ତ୍ରିତ ଭାବରେ ବିଭାଜନ ଏବଂ ବଢିବା ଆରମ୍ଭ କରେ, ସେତେବେଳେ କର୍କଟ ହୋଇଥାଏ । WHO ଅନୁଯାୟୀ, ବିଶ୍ବବ୍ୟାପୀ ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ହେଉଛି କର୍କଟ । 2018 ରେ ଆନୁମାନିକ 9.6 ନିୟୁତ ଲୋକଙ୍କ ମୃତ୍ୟୁ କର୍କଟ କାରଣରୁ ହୋଇଥିଲା । ଫୁସଫୁସ, ପ୍ରୋଷ୍ଟେଟ, କଲୋରେକ୍ଟାଲ ଏବଂ ଷ୍ଟୋମାକ କର୍କଟ ପୁରୁଷମାନଙ୍କ କ୍ଷେତ୍ରରେ ସବୁଠାରୁ ସାଧାରଣ ପ୍ରକାରର କର୍କଟ । ବିଶ୍ୱ ସ୍ୱାସ୍ଥ୍ୟ ଏଜେନ୍ସି କହିଛି ଯେ ସ୍ତନ, କଲୋରେକ୍ଟାଲ୍, ଫୁସଫୁସ, ଗର୍ଭାଶୟ ଏବଂ ଥାଇରଏଡ୍ କର୍କଟ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ ।

କର୍କଟ ଲକ୍ଷଣ ପ୍ରତି ଧ୍ୟାନ ଦିଅନ୍ତୁ

କର୍କଟ ଯେତେ ବି ଜଟିଳ ହେଉନା କାହିଁକି ଯଦି ସଠିକ୍ ସମୟରେ ଚିହ୍ନଟ ହୋଇଥାଏ, ତେବେ ଉପଶମ ହେବାର ସମ୍ଭାବନା ଥାଏ । ପ୍ରାରମ୍ଭିକ ଅବସ୍ଥାରେ ରୋଗରୁ ମୁକ୍ତି ପାଇବା ପାଇଁ ନିୟମିତ ଯାଞ୍ଚ ହେଉଛି ସର୍ବୋତ୍ତମ ଉପାୟ । କାରଣ କର୍କଟ ଲକ୍ଷଣଗୁଡିକ ନୀରବ ହୋଇଥାଏ । ଅର୍ଥାତ୍ ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣାପଡିନଥାଏ, ଧୀରେ ଧୀରେ ସମଗ୍ର ଶରୀରକୁ କବଳିତ କରେ । ତେଣୁ କର୍କଟର କେଉଁସବୁ ପ୍ରାରମ୍ଭିକ ଲକ୍ଷଣ ରହିଛି, ଜାଣନ୍ତୁ...

କ୍ରମାଗତ କାଶ:-

ଅନେକ କାରଣରୁ କାଶ ହୋଇଥାଏ । ଏକ ଭାଇରାଲ୍ ସଂକ୍ରମଣ, ଆଜମା, କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ(COPD) ଏବଂ ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସ ରୋଗ (GERD) ମଧ୍ୟ କ୍ରମାଗତ କାଶର କାରଣ ହୋଇପାରେ । ତଥାପି କ୍ରମାଗତ ଭାବେ ହେଉଥିବା କାଶ ଫୁସଫୁସ କର୍କଟକୁ ସୂଚାଇପାରେ । ତେଣୁ ବାରମ୍ବାର କାଶ ଲାଗିରହିଲେ, ଯାଞ୍ଚ କରାଇନିଅନ୍ତୁ ।

ଯେକୌଣସି ଅଙ୍ଗରେ ଫୁଲା:-

ଶରୀରରେ ହଠାତ୍ ଫୁଲା ଦେଖାଯିବା ଚିନ୍ତାଜନକ ହୋଇପାରେ । ସମସ୍ତ ଫୁଲା କର୍କଟ ନୁହେଁ । କିନ୍ତୁ ବଡ଼, କଠିନ, ଯନ୍ତ୍ରଣାହୀନ ଫୁଲା କର୍କଟକୁ ସୂଚାଇପାରେ । କର୍କଟ ରୋଗରେ ଫୁଲା ହେଲେ, ଏହାର ଆକାର ଧୀରେ ଧୀରେ ବୃଦ୍ଧି ପାଇଥାଏ ଏବଂ ଶରୀର ବାହାରେ ଅନୁଭବ କରାଯାଇପାରେ । ସେଗୁଡ଼ିକ ସ୍ତନ କିମ୍ବା ବେକରେ, ବାହୁ ଏବଂ ଗୋଡରେ ମଧ୍ୟ ଦେଖାଯାଏ ।

ହଠାତ୍ ଓଜନ ହ୍ରାସ:-

କର୍କଟ ରୋଗରେ ପୀଡିତ ବ୍ୟକ୍ତିଙ୍କର ବିନା କାରଣରେ ହଠାତ୍ ଅତ୍ୟଧିକ ଓଜନ ହ୍ରାସ ପାଇବାରେ ସମ୍ଭାବନା ଥାଏ । ଏହା ରୋଗର ପ୍ରଥମ ଦୃଶ୍ୟମାନ ଲକ୍ଷଣ ହୋଇପାରେ । ଆମେରିକାନ୍ କ୍ୟାନସର ସୋସାଇଟି(ଏସିଏସ୍) ଅନୁଯାୟୀ, ଷ୍ଟୋମାକ୍, ଅଗ୍ନାଶୟ, ଏସୋଫ୍ୟାଗସ୍ ଏବଂ ଫୁସଫୁସକୁ ପ୍ରଭାବିତ କରୁଥିବା କର୍କଟ ରୋଗରେ ବାରମ୍ବାର ଓଜନ ହ୍ରାସ ହୋଇଥାଏ ।

ଯନ୍ତ୍ରଣା ଏବଂ ଅସ୍ୱାଭାବିକତା:-

ସପ୍ତାହ ଏବଂ ମାସ ମାସ ଧରି ଶରୀରରେ ବିନା କାରଣରେ ଯନ୍ତ୍ରଣା ହେଉଥିଲେ ଅଣଦେଖା କରନ୍ତୁ ନାହିଁ । ଏହି ସମସ୍ୟା ଗମ୍ଭୀର ହୋଇପାରେ । ତେଣୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Disclaimer: ଉପରସ୍ଥ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ଖାଦ୍ୟ ଔଷଧ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଗ୍ରହଣ କରିବା ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ ନିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.