ETV Bharat / sukhibhava

Abortion: ଜାଣନ୍ତୁ ଦେଶରେ ଗର୍ଭପାତ ପାଇଁ କଣ ରହିଛି ନିୟମ

author img

By ETV Bharat Odisha Team

Published : Oct 13, 2023, 3:26 PM IST

ଗର୍ଭପାତ କଣ ? କେତେ ମାସରେ ଗର୍ଭପାତ ସୁରକ୍ଷିତ ? ଜାଣନ୍ତୁ ଭାରତରେ କଣ ରହିଛି ଗର୍ଭପାତ ନିୟମ

Abortion
Abortion

ହାଇଦ୍ରାବାଦ: ମା' ହେବା ଯେପରି ଜଣେ ମହିଳାଙ୍କ ପାଇଁ ସବୁଠାରୁ ଖୁସିର ବିଷୟ ହୋଇଥାଏ, ସେହିପରି ଗର୍ଭପାତ ଜଣେ ମହିଳାଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ନିଷ୍ପତ୍ତି ହୋଇଥାଏ । ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗନେନ୍ସି (Medical Termination of Pregnancy, MTP) ଅଧିନିୟମ ଅନୁଯାୟୀ 24 ସପ୍ତାହ ମଧ୍ୟରେ ସମସ୍ତଙ୍କର ଗର୍ଭପାତ କରିବାର ଅଧିକାର ରହିଛି । ବିବାହିତ ହୁଅନ୍ତୁ କିମ୍ବା ଅବିବାହିତ ସ୍ବଇଚ୍ଛାରେ ଗର୍ଭପାତ କରାଇପାରିବେ । କିନ୍ତୁ ଆପଣ ଜାଣିଛନ୍ତି କି ଗର୍ଭପାତ କରାଇବା ଦ୍ବାରା ଜଣେ ମହିଳାଙ୍କ ଉପରେ କେଉଁ ପ୍ରଭାବ ପଡିଥାଏ ? କୁହାଯାଏ ଗର୍ଭପାତ କରିବା ଦ୍ବାରା ଜଣେ ମହିଳା ମାନସିକ ସ୍ତର ଅପେକ୍ଷା ଶାରୀରିକ ଯନ୍ତ୍ରଣା ଅଧିକ ପାଇଥାଆନ୍ତି।

ଗର୍ଭପାତ କଣ?: ଗର୍ଭପାତ ଏକ ପଦ୍ଧତି ଯାହାକି ଭୃଣ ଜୀବନ ନିର୍ବାହ ଶକ୍ତି ପାଇବା ପୂର୍ବରୁ ଗର୍ଭଚ୍ୟୁତ କରାଯାଇଥାଏ । ଗର୍ଭଧାରଣ ବନ୍ଦ କରିବା ବା ଭ୍ରୁଣକୁ ନଷ୍ଟ କରାଯାଇଥାଏ । ତେବେ ଗର୍ଭପାତ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ରହିଥାଏ ତାହାକୁ ଡାକ୍ତରମାନେ ସୁରକ୍ଷିତ ଗର୍ଭପାତ ବୋଲି ବିଶ୍ବାସ କରିଥାଆନ୍ତି । କିନ୍ତୁ ଅଧିକ ସମୟ ଗର୍ଭଧାରଣ କରିବା ପରେ ଯଦି ଜଣେ ମହିଳା ଗର୍ଭପାତ କରାଇବା ପାଇଁ ଚାହାନ୍ତି ତେବେ ଅସ୍ତ୍ରୋପଚାର କରିବା ଆବଶ୍ୟକ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି ।

ଗର୍ଭରେ ଭ୍ରୁଣ କେତେ ମାସ ହେବ ରହିଛି ତାହା ଉପରେ ନିର୍ଭର କରିଥାଏ ଗର୍ଭପାତ । କାରଣ ଜଣେ ମହିଳା କିମ୍ବା ଯୁବତୀ ଗର୍ଭପାତ କରିବା ଦ୍ବାରା ଅନେକ ପ୍ରକାର ପାର୍ଶ୍ବପ୍ରତିକ୍ରିୟା ଦେଖାଯିବାର ସମ୍ଭାବନା ରହିଥାଏ । ଅଧିକ ରକ୍ତସ୍ରାବ, ପେଲଭିକରେ ଯନ୍ତ୍ରଣା ଏବଂ ବାନ୍ତି ଭଳି ସମସ୍ୟା ଦେଖାଯାଇଥାଏ । ଯଦି ଗର୍ଭପାତ ପରେ ଅତ୍ୟଧିକ ରକ୍ତସ୍ରାବ, ଉଚ୍ଚ ଜ୍ୱର ଏବଂ ପ୍ରବଳ ଯନ୍ତ୍ରଣା ହୁଏ ତେବେ ଏହା ଗମ୍ଭୀର ଲକ୍ଷଣ ବୋଲି ବିବେଚନା କରାଯାଏ ଏବଂ ତୁରନ୍ତ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଉଚିତ୍‌ ବୋଲି କୁହାଯାଇଛି ।

କେତେ ସପ୍ତାହ ପରେ ଗର୍ଭପାତ ବିପଦ ହୋଇପାରେ: 12 ସପ୍ତାହ ମଧ୍ୟରେ ଗର୍ଭପାତ ଶାରୀରିକ ଭାବରେ ନିରାପଦ ବୋଲି ବିବେଚନା କରାଯାଏ । ଏହାକୁ ପ୍ରାରମ୍ଭିକ ଗର୍ଭପାତ କୁହାଯାଏ । କିଛି ମହିଳାଙ୍କର ବାରମ୍ବାର ଗର୍ଭପାତ ବା ମିସକେରେଜ ହୋଇଯାଇଥାଏ, ଏହା ସବୁଠାରୁ ବିପଦ ବୋଲି କୁହାଯାଏ । ତେବେ କେତେକ ସ୍ଥିତିରେ 20 ସପ୍ତାହ ମଧ୍ୟରେ ମହିଳାଙ୍କୁ ଗର୍ଭପାତ କରାଇବା ପାଇଁ ପରାମର୍ଶ ଦିଆଯାଇଥାଏ । କିନ୍ତୁ 26 ସପ୍ତାହରେ ଗର୍ଭପାତ ଅତ୍ୟନ୍ତ ବିପଦଜନ୍ନକ ବୋଲି ବିବେଚନା କରାଯାଏ । କହିରଖୁଛୁ କି ନିକଟରେ 26 ସପ୍ତାହ ଗର୍ଭାବସ୍ଥାରେ ଗର୍ଭପାତକୁ ଅନୁମତି ଦେବାରେ ଅସହମତି ପ୍ରକାଶ କରିଥିଲେ ସର୍ବୋଚ୍ଚ କୋର୍ଟ । 26 ସପ୍ତାହରେ ଛୁଆର ଅଧିକ ବିକାଶ ହୋଇଯାଇଥିବା କାରଣରୁ ଗର୍ଭପାତ ବିପଦଜନ୍ନକ ବୋଲି କୁହାଯାଏ ।

ଭାରତରେ କଣ ରହିଛି ଗର୍ଭପାତ ନିୟମ ? ବାରମ୍ବାର ଗର୍ଭଧାରଣ ଜଣେ ମହିଳାଙ୍କ ପାଇଁ ଶାରୀରିକ ଏବଂ ମାନସିକ ସମସ୍ୟା ସୃଷ୍ଟି କରିପାରେ । ଏହି ଅଧିନିୟମ ଅନୁଯାୟୀ, ଯଦି ଜଣେ ମହିଳା 12 ସପ୍ତାହର ଗର୍ଭବତୀ ରହିଛନ୍ତି ତେବେ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ସ୍ବଇଚ୍ଛାରେ ଗର୍ଭପାତ କରାଇ ପାରିବେ । ଯଦି 12ରୁ 20 ସପ୍ତାହ ଗର୍ଭଧାରଣ ରହିଛି ତେବେ ଦୁଇଟି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଗର୍ଭପାତ କରାଇପାରିବେ ।

  • ଭାରତର ଗର୍ଭପାତ ଆଇନ ଅନୁଯାୟୀ, କେବଳ ବିଶେଷ ପରିସ୍ଥିତିରେ ଗର୍ଭପାତ କରାଯାଇପାରିବ। ଯଦି ଜଣେ ମହିଳା 12 ସପ୍ତାହ ଗର୍ଭବତୀ ରହିଛନ୍ତି କିନ୍ତୁ ଗୁରୁତର ଚିକିତ୍ସା ସମସ୍ୟା ରହିଛି, ଏଭଳି ପରିସ୍ଥିତିରେ ଡାକ୍ତର ଗର୍ଭପାତ କରିବାକୁ ନିର୍ଦ୍ଦେଶ ଦେଇଥାଆନ୍ତି । ତେବେ ଏପରି ପରିସ୍ଥିତିରେ ଗର୍ଭପାତ ଯଥାର୍ଥ ଅଟେ।
  • ଯଦି ଗର୍ଭଧାରଣ ସମୟ 20 ସପ୍ତାହ ହୋଇଥାଏ ତେବେ ଗର୍ଭପାତ ପାଇଁ ଦୁଇ ଡାକ୍ତରଙ୍କ ମତ ଆବଶ୍ୟକ। 20 ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ ଆଇନଗତ ଅଟେ।
  • କିନ୍ତୁ କେତେକ କ୍ଷେତ୍ରରେ 24 ସପ୍ତାହ ମଧ୍ୟରେ ଗର୍ଭପାତ କରାଇପାରିବେ।
  • ଗର୍ଭଧାରଣ ଦ୍ବାରା ମା'ର ସ୍ବାସ୍ଥ୍ୟ ଉପରେ ବିପଦ କିମ୍ବା ସମସ୍ୟା ରହିଥିଲେ ସେଭଳି ସ୍ଥଳେ ଗର୍ଭପାତ କରିବା ପାଇଁ ପରାମର୍ଶ ଦିଆଯାଇଥାଏ।
  • ଯଦି ଦୁଷ୍କର୍ମ ହେତୁ ଜଣେ ଗର୍ଭବତୀ ହୋଇଛନ୍ତି, ସେଭଳି ପରିସ୍ଥିତିରେ ମଧ୍ୟ ଗର୍ଭପାତ କରାଇପାରିବେ।
  • ଯଦି ଜଣେ ବିବାହିତ ମହିଳା ଗର୍ଭନିରୋଧକ ଔଷଧ ଖାଇବା ସତ୍ତ୍ୱେ ଗର୍ଭଧାରଣ କରିଥାଆନ୍ତି, ସେହି ପରିସ୍ଥିତିରେ ମଧ୍ୟ ଗର୍ଭପାତ ବିଧେୟ ।

ଗର୍ଭପାତ ପରେ ପୁନଃ ଗର୍ଭଧାରଣ ସମ୍ଭବ କି ?: ସାଧାରଣତଃ ଲୋକେ ଭାବନ୍ତି ଗର୍ଭପାତ କରାଇବା ପରେ ପୁନ୍ଃ ଗର୍ଭଧାରଣରେ ସମସ୍ୟା ହୋଇଥାଏ । କିନ୍ତୁ ସ୍ବାସ୍ଥ୍ୟ ବିଶଷଜ୍ଞଙ୍କ କହିବା ଅନୁସାରେ, ଥରେ ଡାକ୍ତରୀ ଗର୍ଭପାତ କରାଇବା ପରେ ଯଦି ସ୍ବାସ୍ଥ୍ୟ ସମସ୍ୟା ଠିକ ରହିଥାଏ ତେବେ 3ମାସ ପରେ ପ୍ଲାନିଂ ଦ୍ବାରା ଜଣେ ଗର୍ଭବତୀ ହୋଇପାରିବେ । ଏହା ଦ୍ବାରା ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଏ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.