ହାଇଦ୍ରାବାଦ: ସାଧାରଣତଃ ଶୀତଋତୁକୁ ରୋଗ-ବୋମାରର ଋତୁ କୁହାଯାଏ ! ଏହାର ମୁଖ୍ୟ କାରଣ ଏହି ଋତୁରେ ଅଧିକାଂଶ ଲୋକେ ବିଭିନ୍ନ ପ୍ରକାରର ଚର୍ମ ସମସ୍ୟା, ଥଣ୍ଡା, ଜ୍ବର, ବିନ୍ଧା-ଛିଟିକା ଇତ୍ୟାଦି ରୋଗରେ ପୀଡିତ ହୁଅନ୍ତି । ଏହି ଋତୁରେ ଅସ୍ଥି ରୋଗ ରୋଗୀଙ୍କଠାରେ ହାଡ ଯନ୍ତ୍ରଣା ସମସ୍ୟା ଦ୍ବିଗୁଣିତ ହୋଇଯାଏ । ତେବେ କିପରି ଶୀତଋତୁରେ ଅସ୍ଥି ଯନ୍ତ୍ରଣା ସମସ୍ୟାକୁ ଦୂର କରିବେ ଜାଣନ୍ତୁ...
ଶୀତରେ କାହିଁକି ହାଡ ସମସ୍ୟା ଦେଖାଯାଏ:- ଅର୍ଥୋପେଡିକ୍ ଡାକ୍ତର ସୁରେନ୍ଦ୍ର ଶୁକ୍ଲା କହିଛନ୍ତି, "ଗ୍ରୀଷ୍ମ ଏବଂ ବର୍ଷା ପରିବର୍ତ୍ତେ ଥଣ୍ଡା ପାଗକୁ ଏକ ସୁନ୍ଦର ଋତୁ ଭାବରେ ବିବେଚନା କରାଯାଏ । କିନ୍ତୁ ଏହି ସମୟରେ, ବିଶେଷକରି ବୃଦ୍ଧାବସ୍ଥାରେ ଯେଉଁମାନେ ହାଡ ସମ୍ବନ୍ଧୀୟ ରୋଗୀ ଥାନ୍ତି ସେମାନଙ୍କର ଅସ୍ଥି ଯନ୍ତ୍ରଣା ଆରମ୍ଭ ହୁଏ । ରିମାଟଏଡ ଆର୍ଥ୍ରାଇଟିସ ଏବଂ ଅଷ୍ଟିଓଆର୍ଥ୍ରାଇଟିସ ଭଳି ହାଡ ରୋଗରେ ଆକ୍ରାନ୍ତ ରୋଗୀମାନଙ୍କଠାରେ ଅସ୍ଥି ଏବଂ ଗଣ୍ଠି ଯନ୍ତ୍ରଣା ବଢିଯାଏ । ହାଡ ରୋଗରେ ପୀଡିତ ରୋଗୀମାନେ ଏଥିରୁ ଦୂରେଇ ରହିବା ଆବଶ୍ୟକ ଏବଂ ସତର୍କତା ଅବଲମ୍ବନ କରିବା ଉଚିତ୍ ।"
ଅଷ୍ଟିଓଆର୍ଥ୍ରାଇଟିସ୍ ହେଉଛି ଏକ ଅବକ୍ଷୟକାରୀ ରୋଗ, ଯାହା କେବଳ 50 ବର୍ଷ ବୟସ ପରେ ଦେଖାଯାଏ । ଏହା 40ରୁ 50 ବର୍ଷର ମହିଳାଙ୍କଠାରେ ଅଧିକ ଦେଖାଯାଏ । ବିଶେଷ କରି ଗୋରା ରଙ୍ଗର ମହିଳା ଏହି ରୋଗରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି ବୋଲି ଡାକ୍ତର ସୁରେନ୍ଦ୍ର କହିଛନ୍ତି ।
ଚିକିତ୍ସା:-
ଡାକ୍ତର ସୁରେନ୍ଦ୍ର ଶୁକ୍ଳା କହିଛନ୍ତି, ଯେଉଁମାନଙ୍କର ଅସ୍ଥି ରୋଗ ସମସ୍ୟା ଅଛି ସେମାନେ ଏହି ଋତୁରେ ବିଶେଷ ଯତ୍ନ ନେବା ଉଚିତ୍ । କାରଣ ଥଣ୍ଡା ସମୟରେ ହାଡକୁ ଅଧିକ କ୍ଷତି ପହଞ୍ଚିଥାଏ । ଏଥିପାଇଁ ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ସାଙ୍ଗକୁ ନିୟମିତ ଯୋଗ ଅଭ୍ୟାସ କରିବା ଉଚିତ୍ । ମେରୁଦଣ୍ଡ, ଆଣ୍ଠୁ ଆଦି ଯନ୍ତ୍ରଣାକୁ ଏଡାଇବା ପାଇଁ ଉଷୁମ ପୋଷାକ ପିନ୍ଧିବା ସହ ଖୋଲା ଏବଂ ଥଣ୍ଡା ସ୍ଥାନକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ଶୁକ୍ଳା । ଏଥିସହ ଏହି ସମୟରେ ଯଥା ସମ୍ଭବ ଗରମ ଚିକିତ୍ସାରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।