ମେଷ: ବନ୍ଧୁ ମାନଙ୍କ ସହିତ ମୌଜ ମଜଲିସ୍ରେ ଦିନଟି କଟିବ। ଆପଣ ନିଜର ବନ୍ଧୁମାନଙ୍କ ଠାରୁ ଆକସ୍ମିକ ଭାବେ ଉପହାର ପାଇ ଉଲ୍ଲସିତ ହେବେ। ପ୍ରତିଦାନରେ ଆପଣ ମଧ୍ୟ ସେମାନଙ୍କ ପାଇଁ ଯଥେଷ୍ଟ ଖର୍ଚ୍ଚ କରିପାରନ୍ତି। ନୂତନ ବନ୍ଧୁତା ସ୍ଥାପନ କରିପାରନ୍ତି ଯାହା ଆପଣଙ୍କୁ ଭବିଷ୍ୟତରେ ଉପକୃତ କରିପାରେ। ଆପଣ ନିଜ ସନ୍ତାନମାନଙ୍କ ଠାରୁ ବହୁ ସାହାଯ୍ୟ ପାଇବେ। କୌଣସି ଏକ ରମଣୀୟ ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।
ବୃଷ: କର୍ମଚାରୀମାନଙ୍କ ପାଇଁ ଓ କାର୍ଯ୍ୟ ସମ୍ପର୍କିତ ସବୁ ବିଷୟ ପାଇଁ ଆଜି ଦିନଟି ଶୁଭଙ୍କର ଅଟେ। ନୂଆ ଦୁଃସାହାସିକ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପୂର୍ଣ୍ଣ କରିପାରନ୍ତି। ସହକର୍ମୀମାନେ ତଥା ଉପରିସ୍ଥ ହାକିମଙ୍କ ସହଯୋଗ ମିଳିପାରେ। ପଦୋନ୍ନତି ହେବାର ଉଜ୍ଜଳ ସମ୍ଭାବନା ଅଛି। ବ୍ୟବସାୟ ଓ ବୃତ୍ତିରେ ସମୃଦ୍ଧିଲାଭ କରିବାର ସୂଚନା ମିଳେ। ଆଜି ବାକି ପଡିଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସଫଳତାର ସହ ସମ୍ପୂର୍ଣ୍ଣ କରିବେ। ଗ୍ରାହସ୍ଥ୍ୟ ଜୀବନ ସୁଖମୟ ହେବ। ସରକାରୀ କାର୍ଯ୍ୟରେ ସଫଳତା ମିଳିପାରେ।
ମିଥୁନ: ନୂତନ କାର୍ଯ୍ୟ ଶୁଭାରମ୍ଭ କରିବା ପାଇଁ ଯୋଜନା କରନ୍ତୁ ନାହିଁ। କୌଣସି କାମ କରିବା ପାଇଁ ଉତ୍ସାହିତ ହେବେ ନାହିଁ। ପାକସ୍ଥଳିରେ ଯନ୍ତ୍ରଣା ଏବଂ ଆଉ କିଛି ସାମାନ୍ୟ ରୋଗ ଆପଣଙ୍କ ମାନସିକ ଯନ୍ତ୍ରଣାକୁ ବଢାଇ ଦେଇପାରେ। କାର୍ଯ୍ୟସ୍ଥଳ ଏବଂ ବ୍ୟବସାୟରେ କିଛି ପ୍ରତିପକ୍ଷ ବାଧା ସୃଷ୍ଟି କରିପାରନ୍ତି। ଏଥିପାଇଁ ଆପଣଙ୍କର ସହକର୍ମୀ ଏବଂ ଉପରିସ୍ଥ କର୍ମଚାରୀମାନେ ନୈରାଶ୍ୟ ହୋଇପାରନ୍ତି। ଆପଣଙ୍କର ପୁଞ୍ଜିରୁ କିଛି ଧନ ବାଜେ ଖର୍ଚ୍ଚରେ ଲାଗିପାରେ।
କର୍କଟ: ଆଜି ସତର୍କତାର ସହ ଚାଲିବା ପାଇଁ ପରାମର୍ଶ ଦିଆଯାଉଛି। ସମୟକୁ ସମ୍ମାନ ଦେଇ ଶାନ୍ତ ରୁହନ୍ତୁ। ଯଦି ଏହା ନ କରନ୍ତି ତେବେ ଘରେ ପରିସ୍ଥିତି ଅସମ୍ଭାଳ ହେବ। ଆଜି ଅସାମାଜିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ସାଙ୍ଗ ସହ ମନୋମାଳିନ୍ୟ ହୋଇପାରେ।
ସିଂହ: ଏହି ରାଶିମାନଙ୍କ ପାଇଁ ଆଜି ଏକ ମଧ୍ୟମ ଧରଣର ଦିନ ଅଟେ। ପତ୍ନିଙ୍କର ଦେହ ଭଲ ରହିବ ନାହିଁ। ତୁମର ବାଣିଜ୍ୟ ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ। ତାଙ୍କର ବ୍ୟବହାର ଓ ଚାଲିଚଳନ ପାଇଁ କ୍ଷୁବ୍ଧ ହେବେ ଏବଂ ମନମାଳିନ୍ୟ ହୋଇପାରେ। ଏହାସହ ଅକାରଣରେ ପାଟିତୁଣ୍ଡ ଠାରୁ ଦୂରେଇ ରୁହନ୍ତୁ। ଆଜି ବିଭିନ୍ନ ଧରଣର ଲୋକଙ୍କ ସହ ମିଶିବେ। ଏହାର ସୁଯୋଗ ଉଠାଇ ଆନନ୍ଦିତ ହେବେ।
କନ୍ୟା: ଆଜି ସାମାଜିକ, ବନ୍ଧୁ ମିଳନ ଓ ଅର୍ଥ ସମାଗମନରେ ସମୟ ଅତିବାହିତ କରିବେ। ଆଜି ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଯେଉଁମାନେ ଶାରୀରିକ ପୀଡା ଭୋଗୁଛନ୍ତି, ଏପରି ଦିନରେ ଅନେକ ସୁସ୍ଥ ଅନୁଭବ କରିବେ। ଆଜି ଯାହା କାର୍ଯ୍ୟ କରିବେ ସେଥିରେ ସଫଳତା ପାଇବେ।
ତୁଳା: ଆଜିର ଦିନରେ ଚିନ୍ତାଧାରା ଓ କାମକାର୍ଯ୍ୟ ସୂଚାରୁ ରୁପେ ହେବ। ଆଜି, ଅନେକ ବୁଦ୍ଧିମାନ ବିଚାର ଓ ଯୁକ୍ତିତର୍କ ରେ ତୁମେ ବ୍ୟସ୍ତ ରହିବ । ତୁମ ପିଲାମାନେ ସୁସମ୍ବାଦ ଆଣିଦେବେ ଯା ଦ୍ୱାରା ପରିବାରକୁ ଖୁସି ଫେରିବ। ସନ୍ଧ୍ୟାରେ ପରିବାର ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି।
ବିଛା: ଆଜି ଯେତେ ଖରାପ ଅବସ୍ଥା ହୋଇଥିଲେ ମଧ୍ୟ ନିଜର ଶକ୍ତି ସାମର୍ଥ୍ୟ ଯୋଗାଡ କରିବା ଉଚିତ। ଚିନ୍ତାରେ ରହିଥିବାରୁ, ତୁମ ପ୍ରିୟ ଜନଙ୍କ ସହ ଝଗଡାରେ ତାହା ଶେଷହେବ। ସ୍ୱାସ୍ଥ୍ୟାବସ୍ଥା ଓ ସମ୍ପତ୍ତି ନଷ୍ଟ ଆଡକୁ ଗତିକରିପାରେ, ସଜାଗ ରୁହନ୍ତୁ। ଆଜି, କୌଣସି ସ୍ତ୍ରୀଙ୍କ ସହିତ ବାର୍ତ୍ତାଳାପ କରନ୍ତୁନାହିଁ ଏବଂ ଅପରିଚିତ ଜଳାସୟ ଠାରୁ ଦୂରରେ ରୁହନ୍ତୁ।
ଧନୁ: ଆଜି ଏକ ଭଲ ଦିନ ତୁମ ଜାତକରେ ଅଛି। ତୁମ ବାନ୍ଧବୀଙ୍କ ସହ କଥା ଓ କାମରେ ସଂପର୍କ ନୀବିଡ ହେବ। ଏବଂ ସାଙ୍ଗ ମାନଙ୍କୁ ମିଶିବ। ସେହି ମୁହୁର୍ତକୁ ମନେରଖିବ। ଦିନଟି ଅଧିକ ମନେରଖିବାପାଇଁ ସେମାନଙ୍କ ସହ ବୁଲାବୁଲିରେ ଯିବ। ନୂଆ କାର୍ଯ୍ୟ କରିବା ପାଇଁ ଆଜି ଭଲ ଦିନ ଅଟେ। କର୍ମକ୍ଷେତ୍ରରେ ତୁମକୁ ପରାଜୟ କରିବା ଆଜି କଷ୍ଟକର ହେବ।
ମକର: ଆଜି ଦିନ ଏକ ସାଧାରଣ ଦିନ ହେବ। ପଇସା ଖେଳ ଓ ଷ୍ଟକ ବଜାରରେ ଅର୍ଥ ଲଗାଉ ଥିବା ଲୋକମାନେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି। ଛାତ୍ରମାନେ ବହୁକଷ୍ଟ କରି ସଫଳ ହେବେ। ଘରେ ଜଟିଳ ପରିସ୍ଥିତି ସତୃତା ନଉପୁଯାଇବା ପାଇଁ, ଚୁପ ରୁହନ୍ତୁ ଏବଂ ମୁଣ୍ଡ ଥଣ୍ଡା ରଖନ୍ତୁ। ଆଜି ସ୍ୱାସ୍ଥ୍ୟ ଭଲ ରହିବ ନାହିଁ, ସ୍ୱାସ୍ଥ୍ୟ କର ଖାଦ୍ୟ ଖାଆନ୍ତୁ। ଆଖି ଜନୀତ ସମସ୍ୟା ହୋଇପାରେ।
କୁମ୍ଭ: ଆଜି ଜାତକରେ ଅର୍ଥ ଲାଭ ଅଛି। ଦେହ ଓ ମନ ଦୃଷ୍ଟିରୁ ନକ୍ଷତ୍ରମାନେ ତୁମକୁ ଖୁସି ରଖିବେ। ପ୍ରିୟ ନକ୍ଷତ୍ରମାନଙ୍କ ବଳରେ ଗୋଟିଏ ସୁନ୍ଦର ପରିଭ୍ରମଣର ଆୟୋଜନ କରନ୍ତୁ । ଧାର୍ମିକ ଦିଗରେ ତୁମର ଇଛା ଶକ୍ତି ବୃଦ୍ଧି ତୁମର ଅସୁବିଧା ଦୁର କରିବ। ବୈବାହିକ ଜୀବନ ଖୁସିରେ କଟିବ।
ମୀନ: ଦିନସାରା ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି। ଲକ୍ଷ୍ୟଚ୍ୟୁତି ତୁମର ଆନନ୍ଦକୁ ବଧା ଦେବ, ଧ୍ୟାନ ଓ ଯୋଗ କରନ୍ତୁ। ଖର୍ଚ୍ଚ ମଧ୍ୟ ବଢିପାରେ ଏବଂ ଧାର୍ମିକ କାମରେ ଅନେକ ଖର୍ଚ୍ଚ କରିବେ। ପ୍ରିୟଜନ ଓ ବନ୍ଧୁଙ୍କ ସହ ଝଗଡା ହୋଇପାରେ। ତୁମ ଗର୍ବ ଓ ଦମ୍ଭ କୁ କାବୁରେ ରଖି ଏହାଠୁ ଦୂରରେ ରହିବା ପାଇଁ ପରାମର୍ଶ ଦିଆଯାଉଛି। ଲଜ୍ଜା କରନ୍ତୁ ନାହିଁ। କଚେରି କାମକୁ ସାବଧାନତାର ସହ କରନ୍ତୁ।