ETV Bharat / sukhibhava

Brain implant: ଏଣିକି କମ୍ପ୍ୟୁଟର ସାହାଯ୍ୟରେ କଥା କହିବେ ପକ୍ଷାଘାତ ରୋଗୀ

ପକ୍ଷାଘାତ ରୋଗୀଙ୍କ ପାଇଁ ଆଶାର କିରଣ ବ୍ରେନ କମ୍ପ୍ୟୁଟର ଇଣ୍ଟରଫେସ(BCI) । ଏଣିକି କମ୍ପ୍ୟୁଟର ଦ୍ବାରା କଥା କହିପାରିବେ ପକ୍ଷାଘାତ ରୋଗୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Aug 25, 2023, 12:24 PM IST

Brain implant
Brain implant

ହାଇଦ୍ରାବାଦ: ଦିନକୁ ଦିନ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉନ୍ନତି କରୁଛି ମଣିଷ । ଅସମ୍ଭବକୁ ମଧ୍ୟ ସମ୍ଭବ କରି ଦେଖାଉଛି । ଏହାରି ଭିତରେ ଆମେରିକାର ଅନୁସନ୍ଧାନକାରୀମାନେ ଏକ ସଫଳତା ପାଇଛନ୍ତି । ଏଣିକି ପକ୍ଷାଘାତ ରୋଗୀ ନିଜର ମନକଥା କହିପାରିବେ । ଆମେରିକାର ଅନୁସନ୍ଧାନକାରୀମାନେ ଏକ ମସ୍ତିଷ୍କ ପ୍ରତିରୋପଣ ପ୍ରଣାଳୀ ବିକଶିତ କରିଛନ୍ତି । ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଦ୍ୱାରା ଚାଳିତ ହୋଇଥିବା ବେଳେ ପକ୍ଷାଘାତ ରୋଗୀଙ୍କୁ କମ୍ପ୍ୟୁଟର ସ୍କ୍ରିନ ମାଧ୍ୟମରେ ଯୋଗାଯୋଗ କରିବାରେ ସାହାଯ୍ୟ କରିବ ବୋଲି ଜଣାପଡିଛି ।

ଆମ ଶରୀରର ଅନେକ କାର୍ଯ୍ୟ ମସ୍ତିଷ୍କ ଦ୍ବାରା ପରିଚାଳିତ ହୋଇଥାଏ । ମସ୍ତିଷ୍କର ରକ୍ତ ପ୍ରବାହରେ ବାଧା ଉପୁଜିଲେ ଠିକ ସମୟରେ ଅମ୍ଳଜାନ ଓ ଗ୍ଲୁକୋଚ୍‌ ଇତ୍ୟାଦି ନପହଞ୍ଚିବା କାରଣରୁ ସ୍ନାୟୁତନ୍ତ୍ରିକା ଗୁଡ଼ିକର କାର୍ଯ୍ୟକ୍ଷମତା ନଷ୍ଟ ହୋଇଯାଏ । ଫଳରେ ବୁଦ୍ଧି ଓ ମାନସିକ କ୍ଷମତାରେ ପରିବର୍ତ୍ତନ ଦେଖାଯାଇପାରେ । ମନୁଷ୍ୟ ଦେଖିପାରେ କିନ୍ତୁ କିଛି କହିବା ବା କୌଣସି କାର୍ଯ୍ୟ କରିବାରେ ସକ୍ଷମ ହୁଏ ନାହିଁ। ଏହାକୁ ପାରାଲିସିସ ମଧ୍ୟ କୁହାଯାଏ ।

ବୈଜ୍ଞାନିକମାନେ ଏକ ଡିଭାଇସ ବିକଶିତ କରିଛନ୍ତି ଯାହାକି ପକ୍ଷାଘାତ ରୋଗୀଙ୍କର ବ୍ରେନର ସିଗନାଲକୁ ଦର୍ଶାଇଥାଏ । ଏହା ହେଉଛି ବ୍ରେନ କମ୍ପ୍ୟୁଟର ଇଣ୍ଟରଫେସ(BCI)। କେତେକ ପ୍ରକାରର ନ୍ୟୁରୋସିସ୍ ପକ୍ଷାଘାତ ଏବଂ ସ୍ଲୁରିଡ୍ ସ୍ବିଚର କାରଣ ହୋଇପାରେ। ଅତୀତରେ ମସ୍ତିଷ୍କ ସଙ୍କେତକୁ କମ୍ ଗତି, କମ୍ ଶବ୍ଦକୁ ବିଳମ୍ବରେ ହେଲେ ମଧ୍ୟ ଠାର ଦ୍ବାରା ରୂପାନ୍ତର କରାଯାଇପାରୁଥିଲା । କିନ୍ତୁ ବର୍ତ୍ତମାନ ମସ୍ତିଷ୍କରେ ଲଗାଯାଇଥିବା ସମ୍ବେଦନଶୀଳ ଇଲେକ୍ଟ୍ରୋଡ୍ ଏବଂ କୃତ୍ରିମ ବୁଦ୍ଧିମତା ସହାୟକ ବିସିସିଆଇ ଉପକରଣ ଗୁଡ଼ିକ ପକ୍ଷାଘାତ ରୋଗୀମାନଙ୍କ ପାଇଁ ଅଧିକ ଶବ୍ଦ ଉଚ୍ଚାରଣ କରିବା ସହିତ ଏକ ଉତ୍ସାହ ସୃଷ୍ଟି କରିପାରିବ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ୧୦୨ବର୍ଷରେ ବୃଦ୍ଧଙ୍କ ଦୃଢ ମନୋବଳ, ୧ ଘଣ୍ଟାରେ ପାରାଲିସିସରୁ ହେଲେ ସୁସ୍ଥ

ସାଧାରଣତଃ ମନୁଷ୍ୟ ଗୋଟିଏ ମିନିଟରେ 160 ଶବ୍ଦ କହିପାରେ । ତେବେ ଏହି ବିସିଆଇ ଡିଭାଇସ ବ୍ରେନ ସିଗନାଲକୁ ଶଦ୍ଦରେ ପରିଣତ କରିପାରିବ । ଗୋଟିଏ ମିନିଟରେ 62 ଶବ୍ଦ କହିପାରିବ । ତେବେ 2021 ମସିହାରେ ଏଭଳି ଏକ ଯନ୍ତ୍ର ତିଆରି କରିଯାଇଥିଲେ ହେଁ ଏହି ଡିଭାଇସ ତାଠାରୁ ଉନ୍ନତମାନର ବୋଲି କୁହାଯାଇଛି । ନୂତନ ବିସିସିଆଇ ଉପକରଣରେ ପ୍ରତ୍ୟେକ 125,000 ଶବ୍ଦ ମଧ୍ୟରୁ 23.8% ତ୍ରୁଟି ହେଉଥିବା ଜଣାପଡିଛି । ଏହା ମସ୍ତିଷ୍କ ସଙ୍କେତକୁ କେବଳ ମୌଖିକ ବାର୍ତ୍ତାରେ ରୂପାନ୍ତର କରିବାର କ୍ଷମତା ପ୍ରଦର୍ଶନ କରିଥାଏ । 529 ବାକ୍ୟାଂଶ ଗୁଡିକର ମାତ୍ର 28% ତ୍ରୁଟି ସହିତ ଉଚ୍ଚାରଣ କରିଥିଲା । ଏହି ଉପକରଣ ପକ୍ଷାଘାତ ପୂର୍ବରୁ ପୀଡିତାର ମୂଳ ସ୍ୱରକୁ ଅନୁକରଣ କରିବାରେ ସକ୍ଷମ ହୋଇଥିଲା । କୁହାଯାଏ ଯେ ପକ୍ଷାଘାତ କାରଣରୁ ଯେଉଁମାନେ ନିଜର ବକ୍ତବ୍ୟ ହରାଇଛନ୍ତି ସେମାନଙ୍କ ପାଇଁ ଏହି ପ୍ରଯୁକ୍ତିବିଦ୍ୟା ବରଦାନ ସାବ୍ୟସ୍ତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.